Samantha Ruth Prabhu: ମା’ ହେଲେ ସାମନ୍ଥା ରୁଥ୍ ପ୍ରଭୁ, ପୁଅର ନାଁ ରଖିଲେ ‘ଦେବ୍ ନିଦିମୋରୁ’
ମା’ ହେଲେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ। ପୁଅର ନାଁ ରଖିଲେ ଦେବ୍ ନିଦିମୋରୁ, ସେୟାର କଲେ ପୁଅର ପ୍ରଥମ ଝଲକ ।

ବ୍ଯୁରୋ: ଦକ୍ଷିଣ ଭାରତୀୟ ସିନେମା ଜଗତରୁ ଆସିଛି ଖୁସି ଖବର। ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଓ ନିର୍ଦ୍ଦେଶକ ରାଜ ନିଦିମୋରୁ ମାତାପିତା ହୋଇଛନ୍ତି। ନଭେମ୍ବର ୧୯ ତାରିଖରେ ଏହି ଦମ୍ପତି ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛନ୍ତି। ନବଜାତ ଶିଶୁର ନାଁ ଦେବ୍ ନିଡିମୋରୁ ରଖିଛନ୍ତି। ଏନେଇ ସାମନ୍ଥା ନିଜ ଇନଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ସାମନ୍ଥା ଶେୟାର କରିଥିବା ଫଟୋରେ ନବଜାତ ଶିଶୁର ଛୋଟ ଛୋଟ ହାତ ବାପା ଓ ମା’ଙ୍କ ହାତ ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି। ଫଟୋ ସହ ସେ ଲେଖିଛନ୍ତି, “ଆମର ସୁନ୍ଦର ଶିଶୁପୁତ୍ର। ଦେବ୍ ନିଦିମୋରୁ । ଆମ ହୃଦୟ ଆଜି ସବୁଠାରୁ ଅଧିକ ଖୁସିରେ ଭରିଯାଇଛି।” ଏହି ଖବର ପରେ ପ୍ରଶଂସକ ଓ ସିନେଜଗତର ବହୁ କଳାକାର ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ସନ୍ତାନ ଜନ୍ମ ପୂର୍ବରୁ ସାମନ୍ଥା ଓ ରାଜ ନିଜ ଘରେ ଏକ ଛୋଟ ପୂଜାର ଆୟୋଜନ କରିଥିଲେ। ଏହାର କିଛି ଫଟୋ ମଧ୍ୟ ସାମନ୍ଥା ସୋସିଆଲ ମିଡିଆରେ ଶେୟାର କରିଥିଲେ। ଲାଲ୍ ରଙ୍ଗର ସୁଟ୍ରେ ସାମନ୍ଥା ଏବଂ କ୍ରିମ୍ ରଙ୍ଗର କୁର୍ତ୍ତାରେ ରାଜ ନଜର ଆସିଥିଲେ। ଉଲ୍ଲେଖଯୋଗ୍ୟ, ସାମନ୍ଥା ନିଜ ଗର୍ଭଧାରଣ ବିଷୟରେ ସୋସିଆଲ ମିଡିଆରେ ପୂର୍ବରୁ କୌଣସି ସୂଚନା ଦେଇନଥିଲେ। ‘ମା ଇଣ୍ଟି ବାଙ୍ଗାରମ୍’ ଫିଲ୍ମର ସଫଳତା ସମାରୋହରେ ବେବି ବମ୍ପ୍ ଦେଖାଇ ସେ ପ୍ରଶଂସକଙ୍କୁ ଚକିତ କରିଥିଲେ। ଏହାପରେ ସେ ମାତୃତ୍ୱ ଛୁଟି ନେବେ ଏବଂ କିଛି ସମୟ ପରେ ପୁଣି ଫିଲ୍ମକୁ ଫେରିବେ ବୋଲି କହିଥିଲେ। ସୂଚନାଯୋଗ୍ୟ, ସାମନ୍ଥା ଓ ରାଜ ୨୦୨୫ ଡିସେମ୍ବର ୧ରେ କୋଏମ୍ବାଟୁରସ୍ଥିତ ଈଶା ଫାଉଣ୍ଡେସନ୍ରେ ବିବାହ କରିଥିଲେ।
