Cricket Buzz:ଲେଡି ଲଭ୍ଙ୍କୁ ପ୍ରପୋଜ୍ କଲେ ଅର୍ଶଦୀପ
ମୁମ୍ବାଇ ଇଣ୍ଡିଆନ୍ସ (MI) ସହ ଟ୍ରେଡ୍କୁ ନେଇ ଚର୍ଚ୍ଚାରେ ଥିବା ଅର୍ଶଦୀପ ସିଂହ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅର୍ଶଦୀପ ସିଂହଙ୍କ ଜୀବନରେ ଆରମ୍ଭ ହୋଇଛି ନୂଆ ଇନିଂସ୍। ଦୀର୍ଘଦିନର ପ୍ରେମିକା ସମରୀନ କୌରଙ୍କୁ ନିର୍ବନ୍ଧ କରିଛନ୍ତି ଏହି ଭାରତୀୟ କ୍ରିକେଟର। ହୀରା ମୁଦି ଓ ରୋମାଣ୍ଟିକ୍ ପ୍ରପୋଜାଲ୍ ଫଟୋ ଏବେ ଚର୍ଚ୍ଚାରେ।
ଭାରତୀୟ କ୍ରିକେଟର ଅର୍ଶଦୀପ ସିଂହଙ୍କ ଜୀବନରେ ଆରମ୍ଭ ହୋଇଛି ନୂଆ ଅଧ୍ୟାୟ। ନିଜର ପ୍ରେମିକା ସମରୀନ କୌରଙ୍କ ସହ ନିର୍ବନ୍ଧ କରିଛନ୍ତି ଏହି ଷ୍ଟାର୍ କ୍ରିକେଟର। ଏକ ରୋମାଣ୍ଟିକ୍ ଅନ୍ଦାଜରେ ଆଣ୍ଠେଇ ବସି ସମରୀନଙ୍କୁ ପ୍ରପୋଜ୍ କରିବା ସହ ତାଙ୍କ ହାତରେ ହୀରା ମୁଦି ପିନ୍ଧାଇଛନ୍ତି ଅର୍ଶଦୀପ। ଉଭୟ ନିଜ ନିଜ ସୋସିଆଲ ମିଡିଆରେ ଏହି ବିଶେଷ ମୁହୂର୍ତ୍ତର ଫଟୋ ସେୟାର କରି ନିର୍ବନ୍ଧ ଖବର ଜଣାଇଛନ୍ତି। ଏହି ପ୍ରପୋଜାଲରେ ସବୁଠାରୁ ଅଧିକ ଚର୍ଚ୍ଚା ସାଉଁଟିଛି ସମରୀନଙ୍କ ହାତରେ ଥିବା ଡାଏମଣ୍ଡ ରିଙ୍ଗ୍। ଅର୍ଶଦୀପ ତାଙ୍କୁ ପ୍ରସିଦ୍ଧ ଲଗ୍ଜୁରୀ ବ୍ରାଣ୍ଡ Tiffany & Co.ର ଏକ ସୁନ୍ଦର ହୀରା ମୁଦି ଉପହାର ଦେଇଛନ୍ତି। ଏଥିରେ ଗୋଟିଏ ରାଉଣ୍ଡ ବ୍ରିଲିଆଣ୍ଟ କଟ୍ ଡାଏମଣ୍ଡ ରହିଥିବା ବେଳେ ଏହାର ଡିଜାଇନ୍ ସରଳ ଓ ଆକର୍ଷଣୀୟ। ପତଳା ପ୍ଲାଟିନମ୍ ଭଳି ବ୍ୟାଣ୍ଡ ଏବଂ ପ୍ରଙ୍ଗ୍ ସେଟିଂ ହୀରାକୁ ଅଧିକ ଆକର୍ଷଣୀୟ କରିଛି। ଏହି ଖାସ୍ ମୁହୂର୍ତ୍ତ ପାଇଁ ଉଭୟ ସାଧାରଣ କିନ୍ତୁ ଷ୍ଟାଇଲିସ୍ ପୋଷାକ ବାଛିଥିଲେ। ଅର୍ଶଦୀପ ୱାଇଡ୍ ଲେଗ୍ ଡେନିମ୍ ଜିନ୍ସ, ଡାର୍କ ଟି-ସାର୍ଟ ଓ ଚେକ୍ଡ୍ ଜ୍ୟାକେଟ୍ ସହ କଳା ପଗଡ଼ି ପିନ୍ଧିଥିଲେ। ସେହିପରି ସମରୀନ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ପୋଲ୍କା ଡଟ୍ ଡ୍ରେସ୍, ବ୍ଲୁ ହୁଡି ଓ ସିଲଭର ମେଟାଲିକ୍ ଜୋତାରେ ନଜର ଆସିଥିଲେ। ଉଭୟଙ୍କ ଏହି ଖୁସି ଖବର ପରେ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟିଛି।
