Hrithik Made Headline:ହଲିଉଡ୍ର LACMA ଗାଲାରେ ହ୍ରିତିକଙ୍କ ଜଲୱା, ପ୍ରଥମ ଭାରତୀୟ ଅଭିନେତା ଭାବେ ମିଳିଲା ନିମନ୍ତ୍ରଣ
ଏହି କାର୍ଯ୍ୟକ୍ରମରେ ହ୍ରିତିକଙ୍କ ଉପସ୍ଥିତି ଭାରତର ପ୍ରତିନିଧିତ୍ୱ ଲାଗି ଏକ ବିଶେଷ ମୂହୂର୍ତ୍ତ ଥିଲା। ଆମେରିକାର ଲସ୍ ଏଞ୍ଜେଲସ୍ରେ ଆୟୋଜିତ ୧୫ତମ LACMA Art + Film Galaରେ ଯୋଗଦେଇ ସେ ଭାରତୀୟ ସିନେମା ପାଇଁ ଏକ ଉଲ୍ଲେଖନୀୟ ଉପସ୍ଥିତି ଜାହିର କରିଛନ୍ତି। ନଭେମ୍ୱର ୭ ତାରିଖରେ ଆୟୋଜିତ ଏହି ଗାଲାରେ ହ୍ରିତିକଙ୍କ ସହ ହଲିଉଡ୍ର ଅନେକ ବଡ଼ ବଡ଼ ତାରକା ଯୋଗ ଦେଇଥିଲେ।

ହ୍ରିତିକ ରୋଶନ ରଚିଲେ ରେକର୍ଡ। ଶନିବାର ଲସ ଏଞ୍ଜେଲ୍ସରେ ଆୟୋଜିତ ୨୦୨୬ LACMA ଆର୍ଟ ଫିଲ୍ମ ଗାଲାରେ ଷ୍ଟାଇଲିସ୍ ଅନ୍ଦାଜରେ ସମସ୍ତଙ୍କ ନଜରକୁ ଆସିଥିଲେ। ଏଭଳି ବିଶିଷ୍ଟ କାର୍ଯ୍ୟକ୍ରମରେ ସାମିଲ ହେବାରେ ସେ ପ୍ରଥମ ଭାରତୀୟ ଭାବେ ନୂଆ ରେକର୍ଡ ରଚିଲେ। ଏହି ଇଭେଣ୍ଟରେ ହଲିଉଡ୍, ସଙ୍ଗୀତ ଓ ଫ୍ୟାସନ ଜଗତର ଅନେକ ବଡ଼ ବଡ଼ ସେଲିବ୍ରିଟି ଉପସ୍ଥିତ ଥିଲେ। ହ୍ରିତିକଙ୍କ ସହ କାଇଲି ଜେନର, କିମ୍ କାର୍ଦଶିୟନ ଓ ନିକେସ କିଡମ୍ୟାନଙ୍କ ଭଳି ଅନ୍ତରାଷ୍ଟ୍ରୀୟ ସେଲିବ୍ରିଟି ସାମିଲ ଥିଲେ। ଏହି କାର୍ଯ୍ୟକ୍ରମରେ ହ୍ରିତିକଙ୍କ ଉପସ୍ଥିତି ଭାରତର ପ୍ରତିନିଧିତ୍ୱ ଲାଗି ଏକ ବିଶେଷ ମୂହୂର୍ତ୍ତ ଥିଲା। ଆମେରିକାର ଲସ୍ ଏଞ୍ଜେଲସ୍ରେ ଆୟୋଜିତ ୧୫ତମ LACMA Art + Film Galaରେ ଯୋଗଦେଇ ସେ ଭାରତୀୟ ସିନେମା ପାଇଁ ଏକ ଉଲ୍ଲେଖନୀୟ ଉପସ୍ଥିତି ଜାହିର କରିଛନ୍ତି। ନଭେମ୍ୱର ୭ ତାରିଖରେ ଆୟୋଜିତ ଏହି ଗାଲାରେ ହ୍ରିତିକଙ୍କ ସହ ହଲିଉଡ୍ର ଅନେକ ବଡ଼ ବଡ଼ ତାରକା ଯୋଗ ଦେଇଥିଲେ। ଏହି ଆୟୋଜନରେ ନିମନ୍ତ୍ରଣ ପାଇ ଯୋଗଦେଇଥିବା ପ୍ରଥମ ମେନଷ୍ଟ୍ରିମ୍ ଭାରତୀୟ ଅଭିନେତା ଭାବେ ତାଙ୍କ ନାମ ଚର୍ଚ୍ଚାକୁ ଆସିଛି।
କ'ଣ ଏହି LACMA Art + Film Gala?
LACMAର ପୂରା ନାମ ହେଉଛି Los Angeles County Museum of Art। ଏହା ଆମେରିକାର ଏକ ପ୍ରସିଦ୍ଧ କଳା ସଂଗ୍ରହାଳୟ। ପ୍ରତିବର୍ଷ ଏଠାରେ Art + Film Gala ଆୟୋଜନ କରାଯାଏ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ: କଳା ଓ ସିନେମା ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହନ। ବିଶ୍ୱର ପ୍ରସିଦ୍ଧ କଳାକାର ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ଏକାଠି କରିବା। ସଂଗ୍ରହାଳୟର କଳା ଓ ଫିଲ୍ମ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ସଂଗ୍ରହ। ଏହା ଏକ ନିମନ୍ତ୍ରଣ ଭିତ୍ତିକ ଚାରିଟି ଓ ସାଂସ୍କୃତିକ କାର୍ଯ୍ୟକ୍ରମ।
ହ୍ରିତିକଙ୍କ ଲୁକ୍ କାହିଁକି ଚର୍ଚ୍ଚାରେ?
ଏହି କାର୍ଯ୍ୟକ୍ରମରେ ହ୍ରିତିକ୍ ଏକ କଷ୍ଟମ୍ ଟେଲର୍ଡ ଟକ୍ସିଡୋ ପିନ୍ଧିଥିଲେ। ତାଙ୍କ ପୋଷାକ ଇଟାଲୀୟ ଲକ୍ଜୁରୀ ଫ୍ୟାଶନ୍ ବ୍ରାଣ୍ଡ Brunello Cucinelli ପକ୍ଷରୁ ପ୍ରସ୍ତୁତ ହୋଇଥିଲା। ତାଙ୍କର ଡାର୍କ ବ୍ଲୁ ଟକ୍ସିଡୋ, ମ୍ୟାଚିଂ ବୋ ଏବଂ ସରଳ ଷ୍ଟାଇଲ୍ ରେଡ୍ କାର୍ପେଟ୍ରେ ଆକର୍ଷଣ ସାଜିଥିଲା। କିନ୍ତୁ ତାଙ୍କର ଗୋଟିଏ ଛୋଟ କାର୍ଯ୍ୟ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି। କ୍ୟାମେରାମ୍ୟାନ୍ ଓ ଫଟୋଗ୍ରାଫରଙ୍କୁ ହାତ ଯୋଡ଼ି ନମସ୍କାର କରିଥିଲେ ହ୍ରିତିକ୍। ଭାରତୀୟ ସଂସ୍କୃତିର ଏହି ଅଭିବାଦନକୁ ନେଇ ଅନେକ ପ୍ରଶଂସକ ତାଙ୍କୁ ପ୍ରଶଂସା କରିଛନ୍ତି।
ହ୍ରିତିକଙ୍କ ସହ କେଉଁ କେଉଁ ହଲିଉଡ୍ ଷ୍ଟାର୍ ଥିଲେ?
ଏହି ଗାଲାରେ ବିଶ୍ୱର ଅନେକ ପ୍ରସିଦ୍ଧ କଳାକାର ଯେମିତିକି ହଲିଉଡ୍ର ପ୍ରସିଦ୍ଧ ଅଭିନେତା Leonardo DiCaprio, ଆମେରିକୀୟ ମିଡିଆ ପର୍ସନାଲିଟି Kim Kardashian, ବ୍ୟବସାୟୀ ଓ ମିଡିଆ ପର୍ସନାଲିଟି Kylie Jenner, ଓସ୍କାର ବିଜେତା ଅଭିନେତ୍ରୀ Nicole Kidman, ପ୍ରସିଦ୍ଧ ହଲିଉଡ୍ ଅଭିନେତା Tom Hanks, Timothée Chalamet, Andrew Garfield, ଅଭିନେତ୍ରୀ Anya Taylor-Joy, ଓସ୍କାର ବିଜେତା ଅଭିନେତ୍ରୀ, Michelle Yeoh Rosé – BLACKPINK ସଦସ୍ୟା ପ୍ରମୁଖ। ଏହି ତାଲିକାରେ ହ୍ରିତିକ୍ ରୋଶନଙ୍କ ଉପସ୍ଥିତି ଭାରତୀୟ ସିନେମା ପାଇଁ ଏକ ଆକର୍ଷଣୀୟ ଅନ୍ତର୍ଜାତୀୟ ମୁହୂର୍ତ୍ତ ହୋଇଛି।
କିଏ ଥିଲେ ଏହି ଗାଲାର ମୁଖ୍ୟ ଆୟୋଜକ?
ଏହି ୧୫ତମ LACMA Art + Film Galaର ସହ-ଅଧ୍ୟକ୍ଷ ଥିଲେ ଲିଓନାର୍ଡୋ ଡିକାପ୍ରିଓ ଏବଂ LACMAର ଟ୍ରଷ୍ଟି ଇଭା ଚାଉ। ଏହି କାର୍ଯ୍ୟକ୍ରମରେ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। Dune ଚଳଚ୍ଚିତ୍ରର ନିର୍ଦ୍ଦେଶକ Denis Villeneuve ଓ ପ୍ରସିଦ୍ଧ ଭିଜୁଆଲ୍ ଆର୍ଟିଷ୍ଟ Vija Celmins। ଚଳଚ୍ଚିତ୍ର ଓ କଳା କ୍ଷେତ୍ରରେ ସେମାନଙ୍କ ଅବଦାନକୁ ସମ୍ମାନ ଦେବା ଏହି ଆୟୋଜନର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଭାରତୀୟ ସିନେମା ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?
ହ୍ରିତିକଙ୍କ ଏହି ଉପସ୍ଥିତି ଭାରତୀୟ ମନୋରଞ୍ଜନ ଜଗତର ଅନ୍ତର୍ଜାତୀୟ ପରିଚୟକୁ ଆଉ ଏକ ମଞ୍ଚ ଦେଇଛି। ଏହାର ତିନୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ଭାରତୀୟ ଅଭିନେତାଙ୍କୁ ଅନ୍ତର୍ଜାତୀୟ ସାଂସ୍କୃତିକ ମଞ୍ଚରେ ପରିଚୟ ମିଳୁଛି। ବଲିଉଡ୍ ଓ ହଲିଉଡ୍ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବଢ଼ୁଛି। ଭାରତୀୟ ସିନେମାର କଳାକାରମାନେ ବିଶ୍ୱସ୍ତରୀୟ ମଞ୍ଚରେ ନିଜର ଉପସ୍ଥିତି ଜାହିର କରୁଛନ୍ତି।
