Aishwarya-Abhishek Shut Down Trolls :ଟ୍ରୋଲର୍ସଙ୍କ ମୁହଁ ବନ୍ଦ କଲେ ବଚ୍ଚନ ଦମ୍ପତି
ଦୀର୍ଘଦିନର ଛାଡ଼ପତ୍ର ଗୁଜବକୁ ପଛରେ ପକାଇ ହାତରେ ହାତ ଛନ୍ଦି ଏକାଠି ନଜର ଆସିଲେ ଐଶ୍ୱର୍ଯ୍ୟା ଓ ଅଭିଷେକ ବଚ୍ଚନ ! ମନୀଷ ମଲହୋତ୍ରାଙ୍କ ଦୀପାବଳି ପାର୍ଟିରେ ଦୁହିଁଙ୍କ ରୋମାଣ୍ଟିକ୍ ଅନ୍ଦାଜ ଫ୍ୟାନ୍ସଙ୍କ ହୃଦୟ ଜିତିବା ସହ ଟ୍ରୋଲର୍ସଙ୍କୁ ଦେଲା କଡ଼ା ଜବାବ।

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଦୀର୍ଘଦିନ ଧରି ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠୁଥିଲା | କେତେବେଳେ ସେମାନଙ୍କ ସମ୍ପର୍କରେ ଫାଟ ଥିବା ଖବର ସାମ୍ନାକୁ ଆସୁଥିଲା, ତ ଆଉ କେତେକ ଲୋକ ସେମାନଙ୍କ ଛାଡ଼ପତ୍ର ହେବାର ଗୁଜବ ମଧ୍ୟ ପ୍ରଚାର କରୁଥିଲେ | ଏହି ସବୁ ଗୁଜବ ଉପରେ ଏବେ ଐଶ୍ୱର୍ଯ୍ୟା ଓ ଅଭିଷେକ ଟ୍ରୋଲର୍ସଙ୍କୁ ଏମିତି ଜବାବ ଦେଇଛନ୍ତି, ଯାହା ଦେଖି ସେମାନଙ୍କ ମୁହଁ ବନ୍ଦ ହୋଇଯିବ |
ଗତ ରାତିରେ ମୁମ୍ବାଇରେ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ | ଏହି ପାର୍ଟିରେ ଯୋଗଦେବା ପାଇଁ ବଲିଉଡ୍ର ଅନେକ ବଡ଼ ବଡ଼ କଳାକାର ପହଞ୍ଚିଥିଲେ | ତେବେ ଏହି ସମସ୍ତ ସେଲିବ୍ରିଟିଙ୍କ ମଧ୍ୟରେ ଯେଉଁ ଦମ୍ପତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେମାନେ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନ | ଉଭୟ ପରସ୍ପରଙ୍କ ହାତ ଧରି ଏକାଠି ପାର୍ଟିରେ ପହଞ୍ଚିଥିଲେ |
ମନୀଷଙ୍କ ଦୀପାବଳି ପାର୍ଟିରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଅନେକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି | ଏହି ଫଟୋଗୁଡ଼ିକରେ ଅଭିଷେକ ରେଡ୍ କାର୍ପେଟ୍ ଉପରେ ଐଶ୍ୱର୍ଯ୍ୟା ହାତ ଧରିଥିବାର ଦେଖିବାକୁ ମିଳିଛି | ଯେତେବେଳେ ଫଟୋଗ୍ରାଫରମାନେ ଏହି କପଲଙ୍କୁ ପୋଜ୍ ଦେବାକୁ କହିଲେ, ସେତେବେଳେ ଅଭିଷେକ ବଚ୍ଚନଙ୍କୁ କେତେବେଳେ ଐଶ୍ୱର୍ଯ୍ୟାଙ୍କ କାନ୍ଧ ଉପରେ ହାତ ରଖିଥିବାର ଦେଖାଗଲା, ତ କେତେବେଳେ ସେ ନିଜର ସୁନ୍ଦରୀ ପତ୍ନୀଙ୍କ ମନୋରମ ଆଖିକୁ ଏକଦୃଷ୍ଟିରେ ଚାହିଁ ରହିଥିଲେ |
ବିବାହର ଅନେକ ବର୍ଷ ପରେ ଅଭିଷେକ ବଚ୍ଚନଙ୍କ ପ୍ରେମ ଭରା ଅନ୍ଦାଜ ଦେଖିବା ପରେ ଐଶ୍ୱର୍ଯ୍ୟା ରାୟ ହସ ତାଙ୍କ ମୁହଁରୁ ହଟିବାର ନାଁ ନେଉନଥିଲା | ଯେତେବେଳେ ଅଭିଷେକ ପ୍ରେମରେ ତାଙ୍କ କାନ୍ଧ ଉପରେ ହାତ ରଖିଥିଲେ, ଐଶ୍ୱର୍ଯ୍ୟା ରାୟ ଅତ୍ୟନ୍ତ କୋମଳତାର ସହ ନିଜ ମୁଣ୍ଡକୁ ତାଙ୍କ କାନ୍ଧ ଉପରେ ରଖିଦେଲେ | ଯେତେବେଳେ ପାପରାଜିରେ ଐଶ୍ୱର୍ଯ୍ୟାଙ୍କୁ ମନୀଷ ମଲହୋତ୍ରା ଘରକୁ ଏଣ୍ଟ୍ରି କରୁ ସୋଲୋ ଫଟୋ ମାଗିଥିଲେ , ସେତେବେଳେ ଅଭିନେତ୍ରୀ ଇଶାରାରେ ଏମୀତି ନ କରିବାକୁ ମନା କରିଦେଲେ |
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଏହି ସୁନ୍ଦର ଫଟୋକୁ ଦେଖିବା ପରେ ଲୋକେ ନିଜର ଉତ୍ସାହକୁ ରୋକି ପାରୁନାହାନ୍ତି | ଦୀର୍ଘ ଦିନ ପରେ ଏହି ଯୋଡ଼ିଙ୍କୁ ଏପରି ଭାବେ ଏକାଠି ଦେଖି ଅନେକ ପ୍ରଶଂସକ ଭାବପ୍ରବଣ ହୋଇପଡ଼ିଛନ୍ତି | ଜଣେ ୟୁଜର ଲେଖିଛନ୍ତି, “ଏହି ଦୁହିଁଙ୍କୁ ଟିକେ ଦେଖନ୍ତୁ, ଏକାଠି କେତେ ସୁନ୍ଦର ଲାଗୁଛନ୍ତି | ଭଗବାନ କରନ୍ତୁ, ଏମାନଙ୍କୁ କାହାର ନଜର ନଲାଗୁ |”
ଐଶ୍ୱର୍ଯ୍ୟା ରାୟ ଏହି ବିଶେଷ ଅବସର ପାଇଁ ସେ ଏକ ଉଜ୍ଜ୍ୱଳ ନାଲି ଶାଢ଼ି ପିନ୍ଧିଥିଲେ, ଯେଉଁଥିରେ ସେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ | ତାଙ୍କର ଲୁକ୍ ର ତାରିଫ କରି ଅନ୍ୟଜଣେ ୟୁଜର ଲେଖିଛନ୍ତି,'ମୁଁ ଐଶ୍ୱର୍ଯ୍ୟାଙ୍କ ଠାରୁ ନଜର ହଟାଇ ପାରୁନାହିଁ | ଉଭୟେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛନ୍ତି |' ଅନ୍ୟ ଜଣେ ୟୁଜର ଲେଖିଛନ୍ତି,' ଐଶ୍ୱର୍ଯ୍ୟାଙ୍କ ମୁହଁ ଦେଖି ବହୁତ ଭଲ ଲାଗୁଛି, ଅଭିଷେକଙ୍କ ସହ ଏଠାରେ ଥାଇ ସେ ପ୍ରକୃତରେ ବହୁତ ଖୁସି ଥିବା ପରି ମନେହେଉଛନ୍ତି |'
