Radhika's Shocking Revelation : ସାଉଥ୍ ଇଣ୍ଡଷ୍ଟ୍ରିର କଲରିଜମ୍ ଉପରେ ବର୍ଷିଲେ ରାଧିକା ଆପ୍ଟେ
ରଙ୍ଗଭେଦକୁ ନେଇ ବଡ଼ ଖୁଲାସା କଲେ ରାଧିକା ଆପ୍ଟେ। କହିଲେ, କେବଳ ଗୋରା ରଙ୍ଗ ପାଇଁ ଅନେକ ଉତ୍ତର ଭାରତୀୟ ଅଭିନେତ୍ରୀଙ୍କୁ ମିଳୁଥିଲା ସୁଯୋଗ। ଏଭଳି ମାନସିକତାକୁ ନାପସନ୍ଦ କରନ୍ତି ରାଧିକା |

ଅଭିନେତ୍ରୀ ରାଧିକା ଆପ୍ଟେ ମାତ୍ର ଚାରୋଟି ତେଲୁଗୁ ଫିଲ୍ମରେ କାମ କରିଛନ୍ତି। ସେଥିମଧ୍ୟରୁ ଦୁଇଟି ଫିଲ୍ମରେ ସେ ନନ୍ଦମୁରୀ ବାଲକୃଷ୍ଣଙ୍କ ସହ ଅଭିନୟ କରିଥିଲେ। ଦକ୍ଷିଣ ଭାରତୀୟ ଫିଲ୍ମରେ ସୁଟିଂ ସମୟରେ ସେଟ୍ରେ ପିତୃସତ୍ତାମୂଳକ ମନୋଭାବର ସାମ୍ନା କରିବା ନେଇ ସେ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି | ନିକଟରେ ଏକ ସାକ୍ଷାତକାରରେ ରାଧିକା ନିଜ କ୍ୟାରିୟରର ସବୁଠାରୁ ଚ୍ୟାଲେଞ୍ଜିଂ ଚରିତ୍ର ବିଷୟରେ କହିଥିଲେ | ସେହି ଚରିତ୍ରରେ ତାଙ୍କୁ ନିଜ ମାମୁଙ୍କୁ ବିବାହ କରିବାକୁ ପଡ଼ିଥିଲା | ମାମୁଙ୍କ ଭୂମିକାରେ ତାଙ୍କଠାରୁ ବୟସରେ ବହୁତ ବଡ଼ ଜଣେ ସହ-ଅଭିନେତା ଅଭିନୟ କରିଥିଲେ | କୀର୍ତ୍ତି ସୁରେଶଙ୍କ ସହ ଜୁମ୍ରେ ନିଜ ଫିଲ୍ମ ‘ଆକ୍କା’ର ପ୍ରଚାର କରୁଥିବା ସମୟରେ ରାଧିକାଙ୍କୁ ତାଙ୍କ କ୍ୟାରିୟରର ସବୁଠାରୁ କଷ୍ଟକର ଚରିତ୍ର ବିଷୟରେ ପଚରାଯାଇଥିଲା | ଏହାର ଉତ୍ତରରେ ସେ କହିଥିଲେ, “ମୁଁ ଗୋଟିଏ ତେଲୁଗୁ ଫିଲ୍ମ କରିଥିଲି, ଯେଉଁଥିରେ ମୋତେ ନିଜ ମାମୁଙ୍କୁ ବିବାହ କରିବାକୁ ପଡ଼ିଥିଲା | ଏହା ମୋ କ୍ୟାରିୟରର ସବୁଠାରୁ ଚ୍ୟାଲେଞ୍ଜିଂ ଚରିତ୍ର ଥିଲା | ସେହି ଫିଲ୍ମର ପ୍ରତ୍ୟେକଟି ଜିନିଷକୁ ମୁଁ ଘୃଣା କରୁଥିଲି |”ଏହା ଶୁଣି କୀର୍ତ୍ତି ସୁରେଶ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ପରେ ଜୋରରେ ହସିବାକୁ ଲାଗିଥିଲେ | ପରେ ସେ ଆଶ୍ଚର୍ଯ୍ୟ ହୋଇଥିବା ହୋଷ୍ଟ ଓ ଦର୍ଶକଙ୍କୁ ବୁଝାଇ କହିଥିଲେ ଯେ, ତାମିଲ ଓ ତେଲୁଗୁ ସଂସ୍କୃତିରେ କେତେକ ସମ୍ପ୍ରଦାୟରେ ମାମୁଙ୍କୁ ବିବାହ କରିବାର ପରମ୍ପରା ରହିଛି |
ବୟସ୍କ ଅଭିନେତାଙ୍କ ସହ ରୋମାନ୍ସ କରିବାକୁ ପଡ଼ିଥିଲା
ରାଧିକା ମଝିରେ ହିଁ କଥା କାଟି କହିଥିଲେ, “ହଁ, କିନ୍ତୁ ମୋତେ ଜଣେ ବହୁତ ବୟସ୍କ ଅଭିନେତାଙ୍କ ସହ ରୋମାନ୍ସ କରିବାକୁ ପଡ଼ିଥିଲା | ସେଠାକାର ପରିବେଶ ଓ ସ୍ଥାନଟି ବହୁତ ପିତୃସତ୍ତାତ୍ମକ ଥିଲା | ମୋ ପାଇଁ ଏହା ସବୁଠାରୁ କଷ୍ଟକର କାମ ଥିଲା | ଏହାପରେ ଫିଲ୍ମରେ ମୋର ମୃତ୍ୟୁ ହୋଇଯାଏ | ସେମାନଙ୍କୁ ମୋତେ କାନ୍ଧ ଉପରୁ ଫିଙ୍ଗିବାକୁ ପଡ଼ୁଥିଲା ଏବଂ ପରେ ଆକ୍ସନ୍ କରିବାକୁ ହେଉଥିଲା | ମୁଁ ଭାବୁଥିଲି, ଶେଷରେ ମୋର ମୃତ୍ୟୁ କେବେ ହେବ?”
ରାଧିକା ଆପ୍ଟେ ଫିଲ୍ମର ନାଁ ପ୍ରକାଶ କରିନଥିଲେ
ଯଦିଓ ଅଭିନେତ୍ରୀ ରାଧିକା ଆପ୍ଟେ ଫିଲ୍ମର ନାଁ କହିନଥିଲେ, କିନ୍ତୁ ସେ ବର୍ଣ୍ଣନା କରିଥିବା ଦୃଶ୍ୟଗୁଡ଼ିକରୁ ଜଣାପଡ଼ୁଛି ଯେ ସେ ବୋୟାପତି ଶ୍ରୀନୁଙ୍କ ୨୦୧୪ ମସିହାର ଫିଲ୍ମ ‘ଲେଜେଣ୍ଡ୍’ (Legend) ବିଷୟରେ କହୁଥିଲେ | ଏହି ଫିଲ୍ମରେ ତାଙ୍କ ଚରିତ୍ର ନିଜ ମାମୁଙ୍କ ବଦଳରେ ତାଙ୍କ ପୁଅ ଅର୍ଥାତ୍ ନିଜ ସମ୍ପର୍କୀୟ ଭାଇ (ବାଭା)ଙ୍କ ପଛରେ ପଡ଼ିଥାଏ | ତେଲୁଗୁ ଓ ତାମିଲ୍ ଭାଷାଭାଷୀ ରାଜ୍ୟଗୁଡ଼ିକରେ ଏଭଳି ସମ୍ପର୍କକୁ ବିବାହ ଦୃଷ୍ଟିରୁ ସ୍ୱାଭାବିକ ଭାବେ ଦେଖାଯାଏ | ‘ଲେଜେଣ୍ଡ୍’ ଫିଲ୍ମ ରିଲିଜ୍ ହେବା ସମୟରେ ନନ୍ଦମୁରୀ ବାଲକୃଷ୍ଣଙ୍କ ବୟସ ୫୪ ବର୍ଷ ଥିବାବେଳେ ରାଧିକା ଆପ୍ଟେଙ୍କ ବୟସ ମାତ୍ର ୨୯ ବର୍ଷ ଥିଲା |
'ରକ୍ତ ଚରିତ୍ର' ସହିତ ରାଧିକାଙ୍କ ଡେବ୍ୟୁ
୨୦୧୦ରେ ରାଧିକା ରାମ ଗୋପାଳ ବର୍ମାଙ୍କ 'ରକ୍ତ ଚରିତ୍ର' ଫିଲ୍ମ ସହିତ ତେଲୁଗୁ ସିନେମାରେ ପାଦ ପକାଇଥିଲେ | ଏହି ଫିଲ୍ମ ହିନ୍ଦୀରେ ରିଲିଜ ହୋଇଥିଲା | ୨୦୧୨ ରେ,ସେ ପ୍ରକାଶ ରାଜର 'ଧୋନୀ' ରେ ସେ କାମ କରିଥିଲେ ,ଯାହା ମୂଳରୂପରେ ତାମିଲ ଫିଲ୍ମ ଥିଲା ଓ ତେଲୁଗୁରେ ମଧ୍ୟ ରିଲିଜ ହୋଇଥିଲା | ୨୦୧୪ରେ ଫିଲ୍ମ 'ଲିଜେଣ୍ଡ' ପରେ, ସେ ୨୦୧୫ ରେ ସତ୍ୟଦେବ ଙ୍କ 'ଲାୟନ' ରେ ପୁଣି ଥରେ ବାଲକୃଷ୍ଣଙ୍କ ସହିତ କାମ କରିଥିଲେ | ଏହା ତାଙ୍କର ଶେଷ ତେଲୁଗୁ ଫିଲ୍ମ ଥିଲା |
ସାଉଥ୍ ଫିଲ୍ମରେ ଗୋରା ରଙ୍ଗ ଦେଖି ଅଭିନେତ୍ରୀଙ୍କୁ କାଷ୍ଟ କରାଯାଏ କି?
ନିକଟରେ ‘ଗଲାଟା’ ସହ ଏକ ସାକ୍ଷାତକାରରେ ରାଧିକା ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ରଙ୍ଗଭେଦ (କଲରିଜମ୍) ସମସ୍ୟା ବିଷୟରେ ମଧ୍ୟ ମତ ରଖିଥିଲେ। ସେ କହିଥିଲେ, “ମୋତେ ଲାଗେ ଯେ ପ୍ରାରମ୍ଭରେ ଅନେକ ଉତ୍ତର ଭାରତୀୟ ଅଭିନେତ୍ରୀଙ୍କୁ କେବଳ ସେମାନଙ୍କ ଗୋରା ରଙ୍ଗ ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମରେ କାଷ୍ଟ କରାଯାଉଥିଲା। ଏହି କଥା ମୋତେ ବହୁତ ଖରାପ ଲାଗେ। ଯେପର୍ଯ୍ୟନ୍ତ କୌଣସି ପ୍ରୋଜେକ୍ଟରେ ମୋତେ ନେବାର କୌଣସି ବିଶେଷ କାରଣ ନଥିବ, ସେପର୍ଯ୍ୟନ୍ତ ମୁଁ ସାଉଥ୍ ଫିଲ୍ମ କରିବି ନାହିଁ। କାରଣ ମୋତେ ଲାଗେ ନାହିଁ ଯେ ମୁଁ ଏଥିପାଇଁ ଯୋଗ୍ୟ।”
‘ଆକ୍କା’ରେ ରାଧିକା ଆପ୍ଟେ
ନିକଟରେ ରାଧିକା ନେଟଫ୍ଲିକ୍ସର ‘ଲଷ୍ଟ ଷ୍ଟୋରିଜ୍ ୩’ରେ ନଜର ଆସିଥିଲେ । ତାଙ୍କର ୱେବ୍ ସିରିଜ୍ ‘ଆକ୍କା’ ଏହି ପ୍ଲାଟଫର୍ମରେ ରିଲିଜ ହେବ |
