Bollywood’s Next Target: ଫିଲ୍ମ ନୁହେଁ, ଧମକକୁ ନେଇ ଚର୍ଚ୍ଚାରେ ତୁଷାର
ବଲିଉଡ୍ରେ ପୁଣି ଗ୍ୟାଙ୍ଗଷ୍ଟରଙ୍କ ନାଁରେ ଆତଙ୍କ ! ଏଥର ଟାର୍ଗେଟରେ ତୁଷାର କପୁର, ଧମକପୂର୍ଣ୍ଣ କଲ୍କୁ ନେଇ ଚର୍ଚ୍ଚା ଜୋରଦାର !

ବର୍ତ୍ତମାନ ହିନ୍ଦୀ ସିନେମାର ଅନେକ ଅଭିନେତା ନିଜ ଫିଲ୍ମ ଅପେକ୍ଷା ଧମକପୂର୍ଣ୍ଣ ଫୋନ୍ କଲ୍, ଇ-ମେଲ୍ ଏବଂ ଜୀବନରୁ ମାରିଦେବା ଭଳି ଆକ୍ରମଣକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି | ନିକଟରେ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟମାନେ ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଥିଲା | ଏହି ଆକ୍ରମଣରୁ ଅଭିନେତା ଅଳ୍ପକେ ବର୍ତ୍ତିଯାଇଥିଲେ | ଏବେ ଆଉ ଜଣେ ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ମିଳିଛି ହତ୍ୟା ଧମକ | ଫୋନ୍ କଲ୍ ଜରିଆରେ ତାଙ୍କୁ ଧମକ ଦିଆଯିବା ସହ ୫ କୋଟି ଟଙ୍କା ଦାଦାବଟି ମାଗିଥିବା ଖବର ମିଳିଛି | ଏହି ଘଟଣାକୁ ନେଇ ତୁଷାର ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି |
ତୁଷାର କପୁରଙ୍କୁ ଧମକ ଭରା କଲ
ରିପୋର୍ଟ ଅନୁଯାୟୀ ଅନୁଭବୀ ଆକ୍ଟର ଜିତେନ୍ଦ୍ର ଓ ନିର୍ମାତା ଏକତା କପୁରଙ୍କ ଭାଇ ତୁଷାର କପୁର ଏକ ଧମକୀ ଭରା କଲ ଜରିଆରେ ୫ କୋଟି ଟଙ୍କା ଦାବି କରିଛନ୍ତି | ଫୋନ କରିଥିବା ବ୍ୟକ୍ତି ତୁଷାରକୁ କହିଛନ୍ତି" ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ 'ହିରୋ ବକ୍ସର' କହୁଛି ଓ ତାଙ୍କ ପାଇଁ ଯଥାଶୀଘ୍ର ୫ କୋଟି ବନ୍ଦବୋସ୍ତ କରିବାକୁ |"
ଧମକ ମିଳିବା ପରେ ତୁରନ୍ତ ଗୋଲମାଲ ଫିଲ୍ମର ଆକ୍ଟର ତୁଷାର ପୋଲିସକୁ ସର୍ମ୍ପକ କରିଥିଲେ ଯାହାପରେ ଏହି ମାମଲାଟି 'ଆଣ୍ଟି-ଏକ୍ସଟର୍ସନ୍ ସେଲ୍' (Anti-Extortion Cell) ଏବଂ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି | ରିପୋର୍ଟ ଅନୁସାରେ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କ ଅନୁସାରେ , ଅଡିଓ ସାମ୍ପଲ ମେଳ ଖାଇନଥିଲା | ଫଳରେ ପ୍ରାଥମିକ ତଦନ୍ତ ସମୟରେ ତଦନ୍ତକାରୀମାନଙ୍କ ମନରେ ଏହି ସନ୍ଦେହ ସୃଷ୍ଟି ହୋଇଥିଲା ଯେ, ଏହି ଫୋନ୍ କଲ୍ଟି ଜାଲି ହୋଇପାରେ |
ପୋଲିସର ସନ୍ଦେହ ଯେ, କୌଣସି ଦୁର୍ବୃତ୍ତ ହୁଏତ କେବଳ ଭୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଷ୍ଣୋଇ ଗ୍ୟାଙ୍ଗର ନାମ ବ୍ୟବହାର କରିଥାଇପାରେ। ଯେଉଁ ବ୍ୟକ୍ତି ଅଡିଓ ରେକର୍ଡିଂ ପଠାଇଥିଲେ, ତାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଏବେ ଉଦ୍ୟମ ଚଳାଇଛି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି ଏବଂ ମୁମ୍ବାଇ ପୋଲିସ ଏହାକୁ ନେଇ ସତର୍କ ମୋଡ୍ରେ ରହିଛି।
ଏହି ଫିଲ୍ମରେ ନଜର ଆସିବେ ତୁଷାର କପୁର
ତୁଷାର କପୁରଙ୍କ ଆଗାମୀ କାର୍ଯ୍ୟକୁ ନେଇ କହିବାକୁ ଗଲେ, ଏଥିରେ ତାଙ୍କର ଲୋକପ୍ରିୟ କମେଡି ଫିଲ୍ମ ଫ୍ରାଞ୍ଚାଇଜ୍ 'ଗୋଲମାଲ ୫' (Golmaal 5) ସାମିଲ ରହିଛି। ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଏହି ଆଗାମୀ ଫିଲ୍ମରେ ତୁଷାର ପୂର୍ବପରି ଲକି ଚରିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସୂଚନା ଅନୁଯାୟୀ, 'ଗୋଲମାଲ ୫' ଆସନ୍ତା ୮ ଜାନୁଆରୀ ୨୦୨୭ରେ ସିନେମା ହଲ୍ଗୁଡ଼ିକରେ ମୁକ୍ତିଲାଭ କରିବ।
