Kanika Kapoor’s Marriage Ends : ପ୍ରେମରେ ପୂର୍ଣ୍ଣଛେଦ, ଭାଙ୍ଗିଲା କନିକାଙ୍କ ସଂସାର
ବନ୍ଧୁତାରୁ ଆରମ୍ଭ ହୋଇଥିବା ସମ୍ପର୍କରେ ଶେଷରେ ପଡ଼ିଲା ପୂର୍ଣ୍ଣଛେଦ! ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ କନିକା କପୁର ଓ ଗୌତମ ହାଥୀରମାନୀଙ୍କ ରାସ୍ତା ଏବେ ଅଲଗା ହୋଇଯାଇଛି।

ବଲିଉଡ୍ର ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର କନିକା କପୁର ବ୍ୟବସାୟୀ ଗୌତମ ହାଥୀରମାନୀଙ୍କଠାରୁ ଅଲଗା ହେବାକୁ ଘୋଷଣା କରିଛନ୍ତି | ୨୦୨୨ ମସିହାରେ ଲଣ୍ଡନରେ ଉଭୟଙ୍କ ବିବାହ ହୋଇଥିଲା | ୪୮ ବର୍ଷୀୟା କନିକା ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେବା ସହ ତାଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବା ଏବଂ ଗୋପନୀୟତା ବଜାୟ ରଖିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି | ଇନଷ୍ଟାଗ୍ରାମରୁ ବିବାହ ସମୟର ଫଟୋ ଓ ଭିଡିଓ ହଟାଇବା ପରେ ତାଙ୍କର ଏହି ଘୋଷଣା ସାମ୍ନାକୁ ଆସିଛି | କନିକା ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ବିଚ୍ଛେଦ ପଛରେ କୌଣସି ତୃତୀୟ ବ୍ୟକ୍ତିଙ୍କ ହାତ ନାହିଁ | ଏଥିସହ ଗୌତମ କାର୍ଯ୍ୟସୂତ୍ରରେ ରହୁଥିବା ଲାଗୋସକୁ ସେ ଯିବାକୁ ଚାହୁଁନଥିବାରୁ ତାଙ୍କ ବୈବାହିକ ଜୀବନ ଭାଙ୍ଗିଥିବା ନେଇ ହେଉଥିବା ଦାବିକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି |
କନିକା କପୁର ଏବଂ ଗୌତମ ହାଥୀରମାନୀଙ୍କ ମଧ୍ୟରେ ହେଲା ବିଚ୍ଛେଦ
ନିଜର ଆଧିକାରିକ ବୟାନରେ କନିକା କପୁର କହିଛନ୍ତି, “ବହୁତ ଭାବିଚିନ୍ତିବା ପରେ ମୁଁ ଏବଂ ମୋ ସ୍ୱାମୀ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ | ଆମେ ଏକାଠି ବିତାଇଥିବା ସମୟ ପାଇଁ ମୁଁ କୃତଜ୍ଞ ଏବଂ ତାଙ୍କର ଭବିଷ୍ୟତ ଜୀବନ ପାଇଁ ଶୁଭକାମନା ଜଣାଉଛି | ଏବେ ଆମେ ନିଜ ନିଜ ଜୀବନରେ ଆଗକୁ ବଢ଼ୁଥିବାରୁ, ଆପଣ ସମସ୍ତଙ୍କୁ ଆମର ବ୍ୟକ୍ତିଗତ ଜୀବନ ଓ ଗୋପନୀୟତାକୁ ସମ୍ମାନ ଦେବାକୁ ଅନୁରୋଧ କରୁଛି।” କନିକା କପୁର କହିଛନ୍ତି ଯେ ,ମତେ ଅନ୍ୟ କେହି ମିଳିନାହାନ୍ତି ଓ ଯେତେ ଯାଏଁ ମୁ ଜାଣିଛି ,ଗୌତମକୁ ମଧ୍ୟ କେହି ମିଳି ନାହାନ୍ତି | ସିଙ୍ଗର କନିକା କହିଛନ୍ତି ଯେ ସେ ଏବେ ମୁମ୍ବାଇ ରେ ରହୁଛନ୍ତି ଓ ତିନୋଟି ପ୍ରୋଜେକ୍ଟରେ କାମ କରୁଛନ୍ତି | ସେ ଆଉ ମଧ୍ୟ କହିଛନ୍ତି,'ତାଙ୍କର ତିନୋଟି ଛୁଆ ଅଛି ,ଯାହାଙ୍କର ମତେ ଯତ୍ନ ନେବାକୁ ପଡିବ | ମୁଆସ କରୁଛି କି ଗୌତମ ସହ ମୋର ଭବିଷ୍ୟତରେ ଆମର ସର୍ମ୍ପକ ଭଲ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହୁ, କାରଣ ମୁଁ ଝଗଡ଼ାଳୁ ସ୍ୱଭାବର ବ୍ୟକ୍ତି ନୁହେଁ | ମତେ ଲାଗୁଛି ସେ ବି ସେୟା ଚାହୁଁଛନ୍ତି |'

ବନ୍ଧୁରୁ ସାଥୀ ପାଲଟିଗଲେ
କନିକା କପୁର ଓ ଗୌତମ ହାଥୀରମାନି ଅନେକ ବର୍ଷରେ ପଯ୍ୟନ୍ତ ଭଲ ସାଙ୍ଗ ଥିଲେ ଓ ପରେ ତାଙ୍କ ମଧ୍ୟରେ ପ୍ରେମ ହୋଇଥିଲା | ୨୦ ମେ ୨୦୨୨ ରେ ଲଣ୍ଡନର ଏକ ଫାଇଭ ଷ୍ଟାର ହୋଟେଲରେ ସେମାନେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କଲେ, ଯେଉଁଥିରେ ତାଙ୍କର ପରିବାର ଓ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ | ଏହାପୂର୍ବରୁ ତାଙ୍କର ବିବାହ ଲଣ୍ଡନ ରହଥିବା ଜେନେରାଲ ପ୍ରାକ୍ଟିସନର୍ ଡକ୍ଟର ଜସପ୍ରୀତ ସିଂ ଚାନ୍ଦୋକ ସହ ହୋଇଥିଲା | ୨୦୧୨ରେ ତାଙ୍କର ଡିଭୋର୍ସ ହୋଇଯାଇଥିଲା | ତାଙ୍କର ତିନୋଟି ଛୁଆ ଅଛି -ଆୟନା ,ସମାରା ,ୟୁବରାଜ | ଲକ୍ଷ୍ନୋରେ ରହୁଥିବା କପୁର ସାଧାରଣତଃ ନିଜ ବାପା , ମାଙ୍କୁ ଦେଖା କରିବାକୁ ଯାଉଥିଲେ ଓ ସେ ସିଙ୍ଗଲ ମା' ହୋଇ ନିଜ ପିଲାଙ୍କ ପାଳନପୋଷଣ କରୁଛନ୍ତି |
କନିକା କପୁର ହିଟ ଗୀତ
ଡ଼. ଜିଉସର ସହ ରେକର୍ଡ କରିଥିବା ୨୦୧୨ରେ ସିଙ୍ଗଲ ଯୁଗନି ରେ ସଫଳତା ମିଳିଥିଲା ଓ ୨୦୧୪ରେ ବେବି ଡ଼ଲ ରେ ଜବରଦସ୍ତ ଫେମ ନିଜ ନାମରେ କରିଥିଲେ | ସେ ଅନ୍ୟ ଗୀତରେ ଚିଟଟିୟା କଲାଇୟା, ଟୁକୁର ଟୁକୁର, ଗେଦା ଫୁଲ ଏବଂ ଉଁ ବୋଲେଗା ୟା ଉଁ ଉଁ ବୋଲେଗା ମଧ୍ୟ ସାମିଲ ଅଛି |
