Aishwarya Body Guard For Salman:ସଲମାନଙ୍କଠୁ ସୁରକ୍ଷା ପାଇଁ ବଡ଼ିଗାର୍ଡ ରଖିଥିଲେ ଐଶ୍ୱର୍ଯ୍ୟା
ସଲମାନଙ୍କଠୁ ସୁରକ୍ଷିତ ରଖିବାକୁ ତାଙ୍କୁ ହାୟାର କରାଯାଇଥିଲା। କିନ୍ତୁ ମୁମ୍ୱାଇର ଏକ ଫେସନ ସୋ ବାହାରେ ସଲମାନଙ୍କ ସହ ଆମ୍ନାସାମ୍ନା ପରେ ତା ପରଦିନ ହିଁ ସେ ଚାକିରୀ ଛାଡ଼ିଦେଇଥିଲେ। କିନ୍ତୁ ମାଡପିଟ୍ ବା ଦୁଇ ପ୍ରେମିଙ୍କ ଭିତରେ ପଶିବାକୁ ଚାହୁଁନଥିଲେ। କାରଣ ସେ ଦୁଇ କଳାକାରଙ୍କ ଫ୍ୟାନ ଥିଲେ।

ସଲମାନଙ୍କଠୁ ସୁରକ୍ଷା ପାଇଁ ବଡ଼ିଗାର୍ଡ ରଖିଥିଲେ ଐଶ୍ୱର୍ଯ୍ୟା ରାଏ। ଐଶ୍ୱର୍ଯ୍ୟାଙ୍କ ପୂର୍ବତନ ବଡ଼ିଗାର୍ଡ କେତନ କରାଣ୍ଡେଙ୍କ ଏହି ଖୁଲାସା ଏବେ ବଲିଉଡରେ ଚର୍ଚ୍ଚାର ବିଷୟ ସାଜିଛି। କେତନ କହିଛନ୍ତି, ସଲମାନଙ୍କ ସହ ଆମ୍ନାସାମ୍ନା ପରେ ଭୟରେ ସଲମାନଙ୍କ ଡ୍ରାଇଭର ଗାଡ଼ି ବୁଲାଇ ଚାଲିଗଲେ। ମୁଝସେ ସାଦି କରୋଗି ଫିଲ୍ମରେ ସଲମାନଙ୍କ ସହ କାମ କରିଥିଲେ ଆକ୍ଚର କେତନ କରାଣ୍ଡେ। ନିକଟରେ ଏକ ମିଡିଆ
ଏଣ୍ଟରଟେନମେଣ୍ଟରେ ଦେଇଥିବା ଇଣ୍ଡରଭ୍ୟୁରେ କେତନ କହିଛନ୍ତି, ପ୍ରାୟ ୨୦ ବର୍ଷ ତଳେ ସେ ସପ୍ତାହେ ଐଶ୍ୱର୍ଯ୍ୟାଙ୍କ ବଡ଼ିଗାର୍ଡ ଭାବେ କାମ କରିଥିଲେ। କେତନଙ୍କ କହିବା କଥା, ସଲମାନଙ୍କଠୁ ସୁରକ୍ଷିତ ରଖିବାକୁ ତାଙ୍କୁ ହାୟାର କରାଯାଇଥିଲା। କିନ୍ତୁ ମୁମ୍ୱାଇର ଏକ ଫେସନ ସୋ ବାହାରେ ସଲମାନଙ୍କ ସହ ଆମ୍ନାସାମ୍ନା ପରେ ତା ପରଦିନ ହିଁ ସେ ଚାକିରୀ ଛାଡ଼ିଦେଇଥିଲେ। ଦିନେ ସେ ଐଶ୍ୱର୍ଯ୍ୟାଙ୍କୁ ଘରୁ ପିକ୍ କରି ବିକ୍ରମ ଭଟ୍ଟଙ୍କ ଫେସନ ସୋ କୁ ନେଇଥିଲେ। ସୋ ସରିବା ପରେ ଯେବେ ସେ ବାହାରକୁ ବାହାରିଲେ, ଦେଖିଲେ ସାମ୍ନାରେ ସଲମାନ ଛିଡ଼ା ହୋଇଥିଲେ। କେତନ ଗାଡ଼ିରୁ ଓହ୍ଲାଇବାକୁ କହିବାରୁ ସଲମାନଙ୍କ ଡ୍ରାଇଭର ତୁରନ୍ତ କଟ୍ ମାରି ଗାଡ଼ି ନେଇ ଚାଲିଗଲେ। କେତନଙ୍କ ଅନୁସାରେ, ସେ ବଡ଼ିବିଲଡିଂ କରୁଥିଲେ। କିନ୍ତୁ ମାଡପିଟ୍ ବା ଦୁଇ ପ୍ରେମିଙ୍କ ଭିତରେ ପଶିବାକୁ ଚାହୁଁନଥିଲେ। କାରଣ ସେ ଦୁଇ କଳାକାରଙ୍କ ଫ୍ୟାନ
ଥିଲେ। ସଲମାନ ବହୁ ପରିଶ୍ରମୀ ଓ ଭଲ ଲୋକ ବୋଲି କହିଛନ୍ତି କେତନ। ସଲମାନ ଖାନ୍ ଓ ଐଶ୍ୱର୍ଯ୍ୟା ରାଏଙ୍କ ଭିତରେ ୧୯୯୯ରେ ଫିଲ୍ମମେକର ସଞ୍ଜୟ ଲୀଳା ଭନସାଲିଙ୍କ ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସନମ ସୁଟିଂ ଅବସରରେ ପ୍ରେମ ଆରମ୍ଭ ହୋଇଥିଲା। ନଭେମ୍ୱର ୨୦୦୧ରେ ମୁମ୍ୱାଇସ୍ଥିତ ଐଶ୍ୱର୍ଯ୍ୟାଙ୍କ ଆପାର୍ଟମେଣ୍ଟ ବାହାରେ ବିଳମ୍ୱିତ ରାତିରେ ସଲମାନ ହଙ୍ଗାମା କରିଥିବା ଖବର ବେଶ୍ ଚର୍ଚ୍ଚାରେ ଥିଲା। ଏହା ପରେ ୨୦୦୨ରେ ଫିଲ୍ମ କୁଛ ନା କହୋ ଓ ଶାହାରୁଖ ଖାନଙ୍କ ପ୍ରଡ଼କ୍ସନରେ ନିର୍ମିତ ଫିଲ୍ମ ଚଲତେ ଚଲତେ ସେଟରେ ବି ବିବାଦ ସାମ୍ନାକୁ ଆସିଲା। ଚଲତେ ଚଲତେ
ସେଟ୍ ରେ ହଙ୍ଗାମାକୁ ଦେଖି ନିର୍ମାତା ଐଶ୍ୱର୍ଯ୍ୟାଙ୍କ ଜାଗାରେ ରାଣୀ ମୁଖାର୍ଜୀଙ୍କୁ ଫିଲ୍ମରେ କାଷ୍ଟ କରିଥିଲେ। ବଢ଼ିବା ବିବାଦରେ ମାର୍ଚ୍ଚ ୨୦୦୨ରେ ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ଭିତରେ ବ୍ରେକଅପ୍ ହୋଇଯାଇଥିଲା। ଐଶ୍ୱର୍ଯ୍ୟା ଆରୋପ ଲଦିଥିଲେ ଯେ, ବ୍ରେକଅପ୍ ପରେ ବି ସଲମାନ ତାଙ୍କୁ ଫୋନ୍ କରି ହଇରାଣ କରୁଛନ୍ତି।ଶାହାରୁଖ, ଅଭିଷେକ, ବିବେକ ଓବରଏଙ୍କ ଭଳି ଅନେକ କୋ-ଷ୍ଟାରଙ୍କ ସହ ତାଙ୍କର ଆଫାୟାର ଚାଲିଛି ବୋଲି କରୁଥିଲେ ସନ୍ଦେହ। ପରେ ସ୍ପଷ୍ଟ କରିଥିଲେ, ନିଜର ଆତ୍ମସମ୍ମାନ ଓ ପରିବାରର ଭଲ ପାଇଁ ସେ ଭବିଷ୍ୟତରେ କଦାପି ବି ସଲମାନଙ୍କ ସହ କାମ କରିବେନି। ତେବେ ସଲମାନ ସମସ୍ତ ଆରୋପକୁ ଖଣ୍ଡନ କରି ନିଜ ପକ୍ଷ ରଖିଥିଲେ। ସେ ଐଶ୍ୱର୍ଯ୍ୟାଙ୍କ ଉପରେ କେବେ ବି ହାତ ଉଠାଇନାହାନ୍ତି। ସେ ବେଶ୍ ଭାବପ୍ରବଣ। ସେ ନିଜ ମୁଣ୍ଡକୁ କାନ୍ଥରେ ପିଟିଥିଲେ। କିନ୍ତୁ କାହାର କ୍ଷତି କଦାପି ଚାହିଁନାହାନ୍ତି। ଏହି ବିବାଦର ଅନ୍ତ ପରେ ଦୁହେଁ ନିଜ ନିଜ ଜୀବନରେ ବଢ଼ିବାକୁ ଲାଗିଲେ। ୨୦୦୭ରେ ଅଭିଷେକ ବଚ୍ଚନଙ୍କୁ ବିବାହ କଲେ ଐଶ୍ୱର୍ଯ୍ୟା। ଆଉ ଏ ଯାଏଁ ବି ସଲମାନ ଅବିବାହିତ ଅଛନ୍ତି।
