ସ୍ୱାମୀ ସହ ଅବୈଧ ସମ୍ପର୍କ- ଭାଉଜକୁ ମର୍ଡର କଲା ନଣନ୍ଦ
ନଣନ୍ଦ ଭାଉଜ ଭିତରେ ଲମ୍ୱା ସମୟ ଧରି ବିବାଦ ଥିଲା। ରିମସା ପୁଲିସକୁ କହିଛି, ଯେ ତାଙ୍କ ସ୍ୱାମୀ ଉବୈଶ ସହ ଭାଉଜ ନିଦାରର ସମ୍ପର୍କ ଥିଲା। ମନା କଲେ ବି କେହି ଶୁଣୁନଥିଲେ। ପାଲଟା ନିଦା କହିଥିଲେ, ନିଜ ସ୍ୱାମୀକୁ ଆଗ ସମ୍ଭାଳେ। ଏଥିରେ ଉତକ୍ଷିପ୍ତ ହୋଇ ୧୨ତାରିଖରେ ରୋଷେଇ ଘରେ ଥିବା ପରିବା କଟା ଛୁରୀରେ ସେ ନିଦାକୁ ଭୁଷିଦେଇଥିଲେ।

ସ୍ୱାମୀ ସହ ଅବୈଧ ସମ୍ପର୍କରୁ ଭାଉଜକୁ ହତ୍ୟା କଲା ନଣନ୍ଦ। ଭାଉଜର ଛାତିକୁ ଛୁରୀ ଭୂଷି ହତ୍ୟା କଲା। ମିରଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକଙ୍କ ନାଁ ନିଦା। ନଣନ୍ଦେଇ ବା ନଣନ୍ଦ ରିମସାଙ୍କ ସ୍ୱାମୀଙ୍କ ସହ ନିଦ୍ଦାଙ୍କର ଅବୈଧ ସମ୍ପର୍କ ଥିଲା। ଆପତ୍ତି କରି ଯେତେ କହିଲେ ବି ନିଦ୍ଦା ଶୁଣିଲେନି। ରିମସା ଶେଷରେ ଅତିଷ୍ଠ ହୋଇ ନିଦ୍ଦାଙ୍କ ଛାତିକୁ ଛୁରୀରେ ଭୁଷି ହତ୍ୟା କରିଦେଲା। ନଣନ୍ଦ ରିମସାକୁ ପୁଲିସ ଗିରଫ କରିଛି। ଏହା ସହ ତା ସ୍ୱାମୀ ଉବୈଶ, ଭାଇ ସାଭେଜ ସମେତ ପରିବାରର ୫ ଜଣଙ୍କୁ ଏ ମାମଲାରେ ଅଭିଯୁକ୍ତ ଦର୍ଶାଇ ତଦନ୍ତ ଜାରି ରହିଛି। ଦୁଇ ଦିନ ତଳେ ହୋଇଥିବା ନିଦା ହତ୍ୟାକାଣ୍ଡର ଖୁଲାସା କରିଛି ପୁଲିସ। ନଣନ୍ଦେଇଙ୍କ ସହ ଭାଉଜର ଅବୈଧ ସମ୍ପର୍କକୁ ନେଇ ସନ୍ଦେହ କରିଥିଲା ରିମସା। ଏହାକୁ ନେଇ ନଣନ୍ଦ ଭାଉଜ ଭିତରେ ଲମ୍ୱା ସମୟ ଧରି ବିବାଦ ଥିଲା। ରିମସା ପୁଲିସକୁ କହିଛି, ଯେ ତାଙ୍କ ସ୍ୱାମୀ ଉବୈଶ ସହ ଭାଉଜ ନିଦାରର ସମ୍ପର୍କ ଥିଲା। ମନା କଲେ ବି କେହି ଶୁଣୁନଥିଲେ। ପାଲଟା ନିଦା କହିଥିଲେ, ନିଜ ସ୍ୱାମୀକୁ ଆଗ ସମ୍ଭାଳେ। ଏଥିରେ ଉତକ୍ଷିପ୍ତ ହୋଇ ୧୨ତାରିଖରେ ରୋଷେଇ ଘରେ ଥିବା ପରିବା କଟା ଛୁରୀରେ ସେ ନିଦାକୁ ଭୁଷିଦେଇଥିଲେ। ଆଉ ନିଦା ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ ହେଁ ପ୍ରବଳ ରକ୍ତସ୍ରାବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ପରିବାର ଲୋକେ ମୃତ୍ୟୁର କାରଣକୁ ଲୁଚାଇବାକୁ କରିଥିଲେ ଫନ୍ଦି। ଘଟଣା ଦିନ ରିମସା ୧୨ଟାରେ ନିଜ ବାପ ଘରକୁ ଆସିଥିଲା। ଆଉ ସ୍ୱାମୀ ସହ ଭାଉଜର ସମ୍ପର୍କକୁ ନେଇ ଝଗଡ଼ା ହୋଇଥିଲା। ଦିନ ସାଢ଼େ ୩ଟାରେ ଭାଉଜକୁ ମାରିବା ପରେ ନିଜ ଘରକୁ ପଳାଇଥିଲା। ଘଟଣାବେଳେ ପୁରା ପରିବାର ଉପସ୍ଥିତ ଥିଲେ। ହେଲେ ସିଡ଼ିରୁ ଗଳିପଡ଼ି ମୃତ୍ୟୁବରଣ କରିଛି ବୋଲି ପରିବାର ଲୋକେ ସମସ୍ତଙ୍କୁ କହିଥିଲେ। ଘରକୁ ଫେରି ରାତିଯାକ ତାକୁ ନିଦ ଆସିଲାନି। ଆଉ ମଙ୍ଗଳବାର ଥାନାରେ ପହଞ୍ଚି ସବୁ କଥା କହି ଆତ୍ମସମର୍ପଣ କରିଥିଲା ରିମସା। ପୁଲିସକୁ କହିଛି, ୪ ବର୍ଷ ହେଲା ନିଦା ସହ ତାଙ୍କ ସ୍ୱାମୀର ପ୍ରେମସମ୍ପର୍କ ଥିଲା। ନିଦାଙ୍କ ବିବାହ ସାଭେଜ ସହ ହୋଇଥିଲା। ସାଭେଜ ବୁଢାନାଗେଟ ପାଖରେ ଏମ୍ପାୟା ଟେଲର୍ସ ନାଁରେ ଦୋକାନ ଖୋଲିଥିଲା। ନିଦାର ୪ ବର୍ଷର ପୁଅ ଓ ଦେଢ଼ ବର୍ଷର ଝିଅ ଅଛି। ସେପଟେ ରିମସାର ବିବାହ ୮ ମାସ ତଳେ ଉବୈଶ ସହ ହୋଇଥିଲା। ଯିଏ ଅନଲାଇନ କପଡ଼ା କାରବାର କରନ୍ତି। କପଡ଼ା ବ୍ୟବସାୟ ଥିବାରୁ ପରସ୍ପର ଘରକୁ ଯିବାଆସିବା ଚାଲିଥିଲା। ଆଉ ଏହାରି ଭିତରେ ନିଦା ସହ ଉବୈଶର ପ୍ରେମସମ୍ପର୍କ ଗଢ଼ିଥିଲା। ଗଲା ରବିବାର ଉବେଶ ସହ ନିଦା କଥାବାର୍ତ୍ତା ହେଉଥିବା ଦେଖିଦେଇଥିଲା ରିମସା। ଆଉ ଏଥିରେ ରାଗ ଏତେ ବଢ଼ିଯାଇଥିଲା ଯେ, ଛୁରୀ ଭୁଷି ହତ୍ୟା କରିଦେଲା।
