୧୭ଦିନର ନବଜାତକକୁ କ୍ଷୀର ପିଆଇଲେ ନେପାଳି ମନ୍ତ୍ରୀ
୧୫ରୁ ୧୭ ଦିନର ଏକ ନବଜାତକ ଭୋକରେ ଆଉଟୁପାଉଟୁ ହେଉଥିଲା। ତା ପାଇଁ କ୍ଷୀରର ବ୍ୟବସ୍ଥା ହୋଇପାରୁନଥିଲା। ପିଲାଟିର ଅବସ୍ଥା ଦେଖି ବାଦି ନିଜ କୋଳକୁ ନେଇ ନିଜର ସ୍ତନ୍ୟପାନ କରାଇଛନ୍ତି। ସୀତା ବାଦିଙ୍କ ନିଜର ଜୀବନ ବି ବେଶ୍ ସଂଘର୍ଷ ସହ ଜଡ଼ିତ।

୧୭ ଦିନର ପିଲା। ରାହା ଛାଡ଼ି କାନ୍ଦୁଥିଲା। ଆଉ ପିଲାଟିକୁ ଚୁପ୍ କରିବାକୁ ଯାଇ ନିଜ କ୍ଷୀର ପିଆଇ ମାତୃତ୍ୱର ବଡ଼ ମିସାଲ ସୃଷ୍ଟି କଲେ ମନ୍ତ୍ରୀ। ନେପାଳର ମନ୍ତ୍ରୀ ସୀତା ବାଦି ନବଜାତକକୁ ନେଇ ସ୍ତନ୍ୟପାନ କରାଇଥିଲେ। ସୋସିଆଲ ମିଡିଆରେ ଏ ଭିଡ଼ିଓ ଭାଇରାଲ ପରେ ସବୁଠି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ସୀତା ହେଉଛନ୍ତି ନେପାଳର ବାଳବିକାଶ ଓ ବରିଷ୍ଠ ନାଗରିକ ମନ୍ତ୍ରୀ। ମନ୍ତ୍ରୀ ସୀତା ଯେତେବେଳେ ତାଙ୍କ ସମ୍ମୁଖରେ ଭୋକିଲା ନବଜାତକକୁ ଦେଖିଲେ, ତାକୁ କ୍ଷୀର ପିଆଇଲେ। ଜୁଲାଇ ୨୦୨୬ରେ କାଠମାଣ୍ଡୁର ନକ୍ସାଲସ୍ଥିତ ନେପାଳ ବାଳ ସଂଗଠନର ଶିଶୁମନ୍ଦିରରେ ପିଲାଙ୍କ ଖରାପ ସ୍ଥିତି ସାମ୍ନାକୁ ଆସିଥିଲା। ଏଠାରେ ପୂତିଗନ୍ଧମୟ ପରିବେଶ ଓ ଜଳବନ୍ଦୀରେ ରହୁଥିବା ପ୍ରାୟ ୨୦ଟି ଛୁଆ,ଯାହାଙ୍କ ବୟସ ୧୫ ଦିନରୁ ନେଇ ୨ ବର୍ଷ ଯାଏ। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସରକାରଙ୍କ ପ୍ରାଥମିକତା ଥିଲା। ଏହି ଅବସରରେ ୧୫ରୁ ୧୭ ଦିନର ଏକ ନବଜାତକ ଭୋକରେ ଆଉଟୁପାଉଟୁ ହେଉଥିଲା। ତା ପାଇଁ କ୍ଷୀରର ବ୍ୟବସ୍ଥା ହୋଇପାରୁନଥିଲା। ପିଲାଟିର ଅବସ୍ଥା ଦେଖି ବାଦି ନିଜ କୋଳକୁ ନେଇ ନିଜର ସ୍ତନ୍ୟପାନ କରାଇଛନ୍ତି। ସୀତା ବାଦିଙ୍କ ନିଜର ଜୀବନ ବି ବେଶ୍ ସଂଘର୍ଷ ସହ ଜଡ଼ିତ। ୧୯୯୫ରେ ସୁର୍ଖେତ ଜିଲ୍ଲାରେ ଜନ୍ମିତ ସୀତା ଗରିବିରେ ନିଜ ଜୀବନ କାଟିଥିଲେ। ସେ ଆରମ୍ଭରୁ ଛୁଆଁଅଛୁଆଁ ଓ ସାମାଜିକ ଭେଦଭାବର ଶୀକାର ହୋଇଥିଲେ। ବାପା ମାଆଙ୍କ ସହ ନଦୀ କୂଳରେ ମଜଦୁରି କରୁଥିଲେ। ୧୨ ବର୍ଷରେ ପାଠ ପଢ଼ିବାକୁ କାଠମାଣ୍ଡୁ ପହଞ୍ଚିଥିଲେ ଓ ସେଠାରୁ ଉଚ୍ଚଶିକ୍ଷା ହାସଲ କରିଥିଲେ। ଆଜି ନେପାଳ ରାଜନୀତି ଦୁନିଆରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ମାର୍ଚ୍ଚ ୨୦୨୬ରେ ମନ୍ତ୍ରୀ ହୋଇଛନ୍ତି। ଆଉ ବାଦି ସମୁଦାୟର ପ୍ରଥମ ମନ୍ତ୍ରୀ ସାଜିଲେ। ମହିଳା, ଶିଶୁ ଓ ବଞ୍ଚିତ ସମୁଦାୟର ଅଧିକାର ଲାଗି କାମ କରିଛନ୍ତି ସୀତା।
