Shocking Bike Crash: ଯୁବକଙ୍କୁ ଧକ୍କା ଦେଇ ଚମ୍ପଟ ମାରିଲେ ବାଇକ୍ ଚାଳକ
ବାଲେଶ୍ୱରରେ ଭୟଙ୍କର ବାଇକ୍ ଦୁର୍ଘଟଣାରେ ଦୋଷ କରି ଦୋଷୀ ଫେରାର |
S
By Swarna Prava GiriPublished: Oct 20, 2026, 02:32 PM •1 min read •9 Views

ବାଲେଶ୍ୱର ଜିଲ୍ଲାର ନହଙ୍ଗ-ତୋରାଣୀପଦା ରାସ୍ତାର ବେଲଗଡ଼ିଆଠାରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି | ଆହତ ଯୁବକ ଜଣକ ପଳସା ଗ୍ରାମର ବିକାଶ ମୁଖୀ ବୋଲି ଜଣାପଡ଼ିଛି | ସୂଚନା ଅନୁଯାୟୀ, ବିକାଶ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା | ଦୁର୍ଘଟଣା ପରେ ଅନ୍ୟ ବାଇକ୍ର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଦୁର୍ଘଟଣା ପରେ ବିକାଶ ରାସ୍ତାକଡ଼ରେ ପଡ଼ି ରହିଥିବା ବେଳେ ତାଙ୍କୁ ଉଦ୍ଧାର କରି ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା | ତେବେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି | ଦୁର୍ଘଟଣା ପରେ ଫେରାର ବାଇକ୍ ଚାଳକଙ୍କୁ ନେଇ ଅଞ୍ଚଳରେ ଚର୍ଚ୍ଚା |
Comments0
Leave a Reply
Loading comments...
