Jungle Death Mystery : ଗଛରେ ଝୁଲୁଥିଲା ଯୁବକଙ୍କ ମୃତଦେହ
ଜଙ୍ଗଲ ଭିତରେ ଆକାଶିଆ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ! ନିଜ ଗାଁଠାରୁ ଦୂରରେ କାହିଁକି ପହଞ୍ଚିଥିଲେ ରାମ ମାଝୀ? ମୃତ୍ୟୁ ପଛରେ ରହିଛି କି କୌଣସି ରହସ୍ୟ? ଆତ୍ମହତ୍ୟା ନା ଆଉ କିଛି?
S
By Swarna Prava GiriPublished: Oct 22, 2026, 05:42 PM •1 min read •1 Views
ଜଙ୍ଗଲ ଭିତରେ ଆକାଶିଆ ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ। ଯୁବକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ। ମୃତ ଯୁବକ ଜଣକ ନନ୍ଦାହାଣ୍ଡି ବ୍ଲକ ନିଶନାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବାଣିଆ ଗ୍ରାମର ରାମ ମାଝୀ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ନବରଙ୍ଗପୁର ଥାନା ଅନ୍ତର୍ଗତ ବଡ଼କୁସୁମୀ ଅଞ୍ଚଳର ଏକ ଜଙ୍ଗଲ ଭିତରେ ଥିବା ଆକାଶିଆ ଗଛରୁ ରାମଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ଗତକାଲି ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।ତେବେ ନିଜ ଗାଁଠାରୁ ଦୂରରେ ଜଙ୍ଗଲ ଭିତରେ ଯୁବକଙ୍କ ମୃତଦେହ ମିଳିବା ପରେ ଉଠିଛି ଅନେକ ପ୍ରଶ୍ନ। କେଉଁ ପରିସ୍ଥିତିରେ ସେ ଏଠାକୁ ଆସିଥିଲେ? ତାଙ୍କ ମୃତ୍ୟୁ ପଛରେ କ’ଣ ରହିଛି କାରଣ? ଏହା ଆତ୍ମହତ୍ୟା ନା ଅନ୍ୟ କିଛି? ଏସବୁ ପ୍ରଶ୍ନର ଉତ୍ତର ଏବେ ଅସ୍ପଷ୍ଟ। ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୁଲିସର ତଦନ୍ତ ପରେ ହିଁ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିବ।
Comments0
Leave a Reply
Loading comments...
