Tragedy in Kendrapara : ଦଶାହ କର୍ମରେ ଶୋକର ଛାୟା
ଦଶାହ କର୍ମ ଚାଲିଥିଲା, ହଠାତ୍ ଲୁଣା ନଦୀରେ ଘଟିଲା ବଡ଼ ଅଘଟଣ!
S
By Swarna Prava GiriPublished: Oct 21, 2026, 12:20 PM •1 min read •10 Views
କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗହଗା ଗ୍ରାମରେ ଅଭାବନୀୟ ଘଟଣା। ଏକ ପରିବାରର ଦଶାହ କର୍ମ ଚାଲିଥିବା ବେଳେ ଲୁଣା ନଦୀରେ ଗାଧୋଉଥିବା ସମୟରେ ପାଣି ସୁଅରେ ଭାସିଯାଇ ୩ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ନାବାଳକମାନେ ହେଲେ ସବ୍ୟସାଚୀ ସ୍ୱାଇଁ, ଆଶିଷ ଶତପଥୀ ଓ ହିମାଂଶୁ ପରିଡ଼ା | ସୂଚନା ଅନୁଯାୟୀ, ଦଶାହ କର୍ମ ପାଇଁ ପରିବାର ଓ ସମ୍ପର୍କୀୟମାନେ ନଦୀ ତୁଠରେ ଏକାଠି ହୋଇଥିଲେ। ଏହି ସମୟରେ ଗାଧୋଉଥିବା ନାବାଳକମାନେ ନଦୀର ଗଭୀର ଜଳକୁ ଚାଲିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଖୋଜ ନାବାଳକମାନଙ୍କୁ ଖୋଜିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Comments0
Leave a Reply
Loading comments...
