ଶହୀଦ ଦିବସରେ ଶକ୍ତି ପ୍ରଦର୍ଶନ- କାହା ପଲ୍ଲା ଭାରି
ଜୁଲାଇ ୨୧ ଡେଡଲାଇନ ଥିଲା। ଦିଦିଙ୍କ ସହ କିଏ ରହିବେ ଓ କିଏ ଛାଡ଼ିବେ ବୋଲି ଚର୍ଚ୍ଚା ଚାଲିବା ଭିତରେ ଟିଏମସିରେ ଜାରି ଥିବା ବିବାଦ, ବିଦ୍ରୋହ ଓ ବିଭାଜନକୁ କେମିତି ରୋକାଯିବ, ତାହା ଦିଦିଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଶହୀଦ ଦିବସକୁ ସଫଳ କରିବାକୁ ବିଳମ୍ୱିତ ରାତି ଯାଏ ଦିଦିଙ୍କ ସହ ପହରା ଦେଉଥିଲେ ଅଭିଷେକ, କଲ୍ୟାଣ ଓ ମହୁଆ ମୈତ୍ର ପ୍ରମୁଖ।

ପଶ୍ଚିମବଙ୍ଗର ଟିଏମସି ରାଜନୀତିରେ ଜୁଲାଇ ୨୧। ବେଶ୍ ମାଏନା ରଖେ। ଆଉ ଆଜି ଜୁଲାଇ ୨୧ ଶହୀଦ ଦିବସରେ ଦେଖିବାକୁ ମିଳିଛି ଶକ୍ତି ପରୀକ୍ଷା। ଜୁଲାଇ ୨୧, ୧୯୯୩ ଗୁଳିକାଣ୍ଡର ସ୍ମୃତି ଉଦ୍ଦେଶ୍ୟରେ ଶହୀଦ ଦିବସ ପାଳିତ ହୁଏ। ସେତେବେଳେ ମମତା ବାନାର୍ଜୀ ଯୁବକଂଗ୍ରେସ ସଭାପତି ଥିଲେ। ରାଜ୍ୟରେ ନିରପେକ୍ଷ ନିର୍ବାଚନ ଓ ଚିତ୍ର ସହ ମତଦାତାଙ୍କୁ ଭୋଟର ପରିଚୟପତ୍ର ଦେବାକୁ ତତ୍କାଳୀନ ବାମପଂଥୀ ସରକାର ବିରୁଦ୍ଧରେ ରାଇଟର୍ସ ବିଲଡିଂ ଅଭିଯାନ ଆରମ୍ଭ କରିଥିଲେ। ଆଉ ଏହି ପ୍ରଦର୍ଶନରେ ପୁଲିସ ଗୁଳିମାଡ଼ରେ ୧୩ କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଅନେକ ଆହତ ହୋଇଥିଲେ। ୧୯୯୮ରେ ଟିଏମସି ଗଠନ ପରେ ଦଳ ଏହି ଦିନରେ ଶହୀଦ କର୍ମୀଙ୍କ ସ୍ମୃତିରେ ବଡ଼ ରାଜନୈତିକ ଶକ୍ତି ପ୍ରଦର୍ଶନ କରିଆସୁଛି। ଆଜି କୋଲକାତାରେ ଟିଏମସିର ଦୁଇ ଗୋଷ୍ଠୀ ଅଲଗା ମଞ୍ଚରେ ଶହୀଦ ଦିବସ ପାଳିଛି। ମମତାଙ୍କ ଗୋଷ୍ଠୀ ବିଣ୍ଡଲା ପ୍ଲାନେଟୋରିୟମ ପାଖରେ କାର୍ଯ୍ୟକ୍ରମ କରିଥିଲା ବେଳେ ନିଜକୁ ଅସଲି ଟିଏମସି ଦାବି କରୁଥିବା ରିତବ୍ରତ ବାନାର୍ଜୀଙ୍କ ବିଦ୍ରୋହୀ ଗୋଷ୍ଠୀ ଏଠାରୁ ପ୍ରାୟ ୨ କିଲୋମିଟର ଦୂର ମେୟୋ ରୋଡରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ଶହୀଦ ଦିବସ ପାଳୁଛି। ତେବେ ଜୁଲାଇ ୨୧କୁ ଡେଡଲାଇନ ଦେଇଥିଲେ ଦିଦି। ବିଜେପି, ପୁଲିସ ଓ ତଦନ୍ତ ଏଜେନ୍ସି ଚାପରେ ଯିଏ ଦଳ ଛାଡ଼ିବାକୁ ଚାହୁଁଛ, ସେମାନେ ଜୁଲାଇ ୨୧ ସୁଦ୍ଧା ଛାଡ଼ି ଚାଲିଯାଆନ୍ତୁ। ଜୁଲାଇ ୨୧ରେ ଶହୀଦ ଦିବସ ରାଲିକୁ ସଫଳ କରିବାକୁ ଆହ୍ୱାନ ଦେବା ସହ ବିଦ୍ରୋହୀ ନେତାଙ୍କୁ ଏଭଳି ଚରମବାଣୀ ଶୁଣାଇବା ସହ ଚେତାବନୀ ଦେଇଥିଲେ ଦିଦି। ମମତା କହିଥିଲେ, ଯଦି ସେ ୧୯୯୭ରେ ନୂଆ ରାସ୍ତା ତିଆରି କରିପାରିଲେ, ୨୦୨୬ରେ କାହିଁକି କରିପାରିବେନି। ରାଜ୍ୟସଭାରେ ଟିଏମସିର ୧୩ ସଦସ୍ୟ ଥିଲେ। ଏବେ ଏ ସଂଖ୍ୟା ହ୍ରାସ ପାଇ ୯କୁ ଖସିଆସିଛି। ୨୦୨୬ ବିଧାନସଭା ନିର୍ବାଚନ ପରେ ଦଳର ଅନେକ ବରିଷ୍ଠ ନେତା ଓ ସାଂସଦ ବିଦ୍ରୋହ କରି ଅଲଗା ହୋଇଯାଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଦ୍ରୋହୀ ଗୋଷ୍ଠୀର ୨୦ ଜଣ ସାଂସଦ ମିଶି ନ୍ୟାସନାଲ କମନ ପିପୁଲ୍ସ ଇନିସିଏଟିଭ୍ (ଏନ୍ସିପିଆଇ) ନାମରେ ଏକ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି।ଜୁଲାଇ ୨୧ ଡେଡଲାଇନ ଥିଲା। ଦିଦିଙ୍କ ସହ କିଏ ରହିବେ ଓ କିଏ ଛାଡ଼ିବେ ବୋଲି ଚର୍ଚ୍ଚା ଚାଲିବା ଭିତରେ ଟିଏମସିରେ ଜାରି ଥିବା ବିବାଦ, ବିଦ୍ରୋହ ଓ ବିଭାଜନକୁ କେମିତି ରୋକାଯିବ, ତାହା ଦିଦିଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ଶହୀଦ ଦିବସକୁ ସଫଳ କରିବାକୁ ବିଳମ୍ୱିତ ରାତି ଯାଏ ଦିଦିଙ୍କ ସହ ପହରା ଦେଉଥିଲେ ଅଭିଷେକ, କଲ୍ୟାଣ ଓ ମହୁଆ ମୈତ୍ର ପ୍ରମୁଖ। ସେପଟେ ବିଜେପି ମଞ୍ଚ ଭାଙ୍ଗିଦେଇଛି ବୋଲି ଆରୋପ ଲଦିଥିଲେ ଦିଦି। ଲାଇନ କାଟିବା ସହ ପୋଷ୍ଟର ବ୍ୟାନର ଫାଡ଼ିଦେଲେ। ସେଥିଲାଗି ରାତିତମାମ ସଭାମଞ୍ଚକୁ ଜଗି ବସିଥିଲେ ମମତା। ସେପଟେ ମନ୍ତ୍ରୀ ଦିଲ୍ଲୀପ ଘୋଷ ଏହାର ଜବାବ ଦେଇ କହିଛନ୍ତି ଯେ, ଶହୀଦ ଓ ତାଙ୍କ ପରିବାର ପ୍ରତି ଛଳନା କରିଛି ଟିଏମସି। ସେଥିଲାଗି ଆଜି ଜନତା ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛି। ଦଳରେ କୌଣସି ଭୋଲଟେଜ ଆଉ ନାହିଁ। କୋର୍ଟଙ୍କ ଆଦେଶ ସତ୍ତ୍ୱେ ଶହୀଦ ପରିବାରକୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦିଆଯାଇନି। ଶହୀଦ ଦିବସରେ ଶକ୍ତି ପ୍ରଦର୍ଶନ। ଦିଦିଙ୍କ ଝୁଲା ଖାଲି ହେବାକୁ ବସିଥିଲା ବେଳେ ବିରୋଧୀ ଗୋଷ୍ଠୀ ଅସଲ ଟିଏମସି ବୋଲି ଦାବି କରି ନିଜ ଦମ୍ଭ ଦେଖାଇବାରେ ଲାଗିଛନ୍ତି।
