Ramsharan Nautiyal Joins Congress:ଜୁବିନ୍ ନୌଟିୟାଲଙ୍କ ବାପା ରାମଶରଣ କଂଗ୍ରେସରେ ସାମିଲ
ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ ଜୁବିନ୍ ନୌଟିୟାଲଙ୍କ ପିତାଙ୍କ ରାଜନୈତିକ ନିଷ୍ପତ୍ତିକୁ ନେଇ ଉତ୍ତରାଖଣ୍ଡ ରାଜନୀତିରେ ଚର୍ଚ୍ଚା। ରାମଶରଣ ନୌଟିୟାଲ୍ ଅତୀତରେ ମଧ୍ୟ କଂଗ୍ରେସ ସହ ଜଡ଼ିତ ଥିଲେ। ପ୍ରାୟ ୧୨ ବର୍ଷ ପୂର୍ବେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୨୨ ମସିହାରେ, ସେ ଉତ୍ତରାଖଣ୍ଡର ଚକ୍ରାତା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ଯଦିଓ ସେଥିରେ ସେ ପରାଜିତ ହୋଇଥିଲେ।
ଉତ୍ତରାଖଣ୍ଡ:ବଲିଉଡ୍ର ଲୋକପ୍ରିୟ ଗାୟକ ଜୁବିନ୍ ନୌଟିୟାଲଙ୍କ ପିତା ରାମଶରଣ ନୌଟିୟାଲ ଭାରତୀୟ ଜାତୀୟ କଂଗ୍ରେସରେ ସାମିଲ ହୋଇଛନ୍ତି। ସୋମବାର, ଅକ୍ଟୋବର ୧୯ରେ କଂଗ୍ରେସର ଉତ୍ତରାଖଣ୍ଡ ପ୍ରଭାରୀ କୁମାରୀ ସୈଲଜା, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଗଣେଶ ଗୋଦିୟାଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। କିଛିଦିନ ପୂର୍ବରୁ ରାମଶରଣ ବିଜେପିରୁ ଇସ୍ତଫା ଦେଇଥିଲେ। ଦଳ ଭିତରେ ସମ୍ମାନ ମିଳୁନଥିବା ଏବଂ ବରିଷ୍ଠ ନେତାଙ୍କ ଆଚରଣରେ ଅସନ୍ତୋଷ ଥିବା କଥା ସେ କହିଥିବା ବେଳେ 'ଯେଉଁଠି କାମ କରିବା ସତ୍ତ୍ୱେ ସମ୍ମାନ ମିଳେନାହିଁ, ସେଠାରେ ରହିବାର ଅର୍ଥ ନାହିଁ' ବୋଲି ମତ ପ୍ରକାଶ କରିଥିଲେ। ରାମଶରଣଙ୍କ ରାଜନୈତିକ ଯାତ୍ରା କଂଗ୍ରେସରୁ ଆରମ୍ଭ ହୋଇଥିଲା। ସେ ଉତ୍ତରାଖଣ୍ଡ କଂଗ୍ରେସରେ ସକ୍ରିୟ ରହିବା ସହ ଦେହରାଦୁନ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ୨୦୧୪ରେ ସେ ବିଜେପିରେ ଯୋଗ ଦେଇଥିଲେ। ପରେ ୨୦୨୨ ବିଧାନସଭା ନିର୍ବାଚନରେ ଚକ୍ରାତା ଆସନରୁ ବିଜେପି ଟିକେଟ୍ରେ ଲଢ଼ିଥିଲେ। ତେବେ କଂଗ୍ରେସ ପ୍ରାର୍ଥୀ ପ୍ରୀତମ ସିଂଙ୍କଠାରୁ ପରାଜିତ ହୋଇଥିଲେ।
କଂଗ୍ରେସରେ ରାମଶରଣ ନୌଟିୟାଲଙ୍କୁ ସ୍ୱାଗତ କରି ଦଳର ଉତ୍ତରାଖଣ୍ଡ ପ୍ରଭାରୀ କୁମାରୀ ସୈଲଜା କହିଛନ୍ତି, ଦଳର ଜଣେ ପୁରୁଣା ସାଥୀ ପୁଣି ଘରକୁ ଫେରିଛନ୍ତି। ବିଜେପିରେ ରାମଶରଣ ନୌଟିୟାଲ ଅଣନିଃଶ୍ୱାସୀ ଅନୁଭବ କରୁଥିଲେ। ଆଗାମୀ ୨୦୨୭ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦଳବଦଳ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢ଼ାଇଛି।
