L Murugan Resign:ମୁରୁଗାନଙ୍କ ଇସ୍ତଫା- କ୍ୟାବିନେଟ ପୁନର୍ଗଠନର ସଙ୍କେତ କି?
ମୁରୁଗାନଙ୍କ ଇସ୍ତଫା ପୂର୍ବରୁ ଜର୍ଜ କୁରିୟନ ଓ ରବନୀତ ସିଂ ବିଟ୍ଟୁ ବି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ବି ନିକଟରେ ସମ୍ପନ୍ନ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ପୁଣି ଥରେ ରାଜ୍ୟସଭା ଟିକଟ ଦେଇନଥିଲା। ତା ସତ୍ତ୍ୱେ ସେ ମନ୍ତ୍ରୀ ପରିଷଦରେ ଅଛନ୍ତି। ଉପଭୋକ୍ତା ବିଭାଗର ରାଜ୍ୟମନ୍ତ୍ରୀ ବିଏଲ ବର୍ମାଙ୍କୁ ବି ଆଉ ଥରେ ରାଜ୍ୟସଭା ପ୍ରାର୍ଥୀ କରାଗଲାନି। କିନ୍ତୁ ସେ ବି ନିଜ ପଦରେ ଅଛନ୍ତି।

କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗାନଙ୍କ ଇସ୍ତଫାକୁ ତାଳ ଦେଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ଓ ସଂପ୍ରସାରଣ ଚର୍ଚ୍ଚା ତେଜ ଧରିଛି। ତାମିଲନାଡ଼ୁରେ ସଂଗଠନକୁ ମଝଭୁତ କରିବାକୁ ପୁରା ସମୟ ଦେବାର କଥାକୁ ଦର୍ଶାଇ ମଙ୍ଗଳବାର କେନ୍ଦ୍ର ସୂଚନା ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ମୁରୁଗାନ ଉଭୟ ମନ୍ତ୍ରିପରିଷଦ ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ୫ ପୃଷ୍ଠାର ଚିଠି ଲେଖିଛନ୍ତି ମୁରୁଗାନ। ଲୋକଙ୍କ ଭିତରେ ରହି ୨୦୨୯ ଲୋକସଭା ନିର୍ବାଚନ ଲାଗି ସେ ସଂଗଠନ କାମରେ ଲାଗିବାକୁ ଇଛାପ୍ରକାଶ କରିଛନ୍ତି। ମୁରୁଗାନଙ୍କ ଇସ୍ତଫା ପୂର୍ବରୁ ଜର୍ଜ କୁରିୟନ ଓ ରବନୀତ ସିଂ ବିଟ୍ଟୁ ବି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ବି ନିକଟରେ ସମ୍ପନ୍ନ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ପୁଣି ଥରେ ରାଜ୍ୟସଭା ଟିକଟ ଦେଇନଥିଲା। ତା ସତ୍ତ୍ୱେ ସେ ମନ୍ତ୍ରୀ ପରିଷଦରେ ଅଛନ୍ତି। ଉପଭୋକ୍ତା ବିଭାଗର ରାଜ୍ୟମନ୍ତ୍ରୀ ବିଏଲ ବର୍ମାଙ୍କୁ ବି ଆଉ ଥରେ ରାଜ୍ୟସଭା ପ୍ରାର୍ଥୀ କରାଗଲାନି। କିନ୍ତୁ ସେ ବି ନିଜ ପଦରେ ଅଛନ୍ତି। ସେଥିଲାଗି ଦଳରେ ନୂଆ ଚେହେରାକୁ ସାମିଲର ସମ୍ଭାବନା ଥିବାର ଚର୍ଚ୍ଚା ହେଉଛି। ଆଗାମୀ କିଛି ଦିନ ଭିତରେ ୫ ନୂଆ ମନ୍ତ୍ରୀ ସାମିଲ ହୋଇପାରନ୍ତି। ଡକ୍ଟର ଏଲ୍. ମୁରୁଗନ୍। ତାମିଲନାଡୁ ବିଜେପିର ପୂର୍ବତନ ରାଜ୍ୟ ସଭାପତି ଏବଂ କେନ୍ଦ୍ରମନ୍ତ୍ରୀ। ଏକକାଳୀନ ୩ଟି ପଦରୁ ଦେଲେ ଇସ୍ତଫା। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପଦ ସମେତ ରାଜ୍ୟସଭା ସଦସ୍ୟତା। ମୁରୁଗନ୍ଙ୍କ ଇସ୍ତଫା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବା ନେଇ ଚର୍ଚ୍ଚା ବଢ଼ିଛି। କିଛି ରିପୋର୍ଟରେ ଏହାକୁ ସମ୍ଭାବ୍ୟ କ୍ୟାବିନେଟ୍ ପୁନର୍ଗଠନ ସହ ଯୋଡ଼ାଯାଇଛି। ତାଙ୍କ ରାଜନୈତିକ ଯାତ୍ରା ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ସହ ଆରମ୍ଭ ହୋଇଥିଲା। ସେ ABVP ଓ RSS ସହ ଯୋଡ଼ି ହୋଇ ସାଂଗଠନିକ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ RSSର ଅନୁସୂଚିତ ଜାତି ବିଭାଗର ଜାତୀୟ ସାଧାରଣ ସମ୍ପାଦକ ଭାବେ କାମ କରିଥିଲେ। ମୁରୁଗନ୍ ଚେନ୍ନାଇର ଡକ୍ଟର ଆମ୍ୱେଦକର ଆଇନ କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ସେ ମାଡ୍ରାସ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ସହ ଭାରତ ସରକାରଙ୍କ ଷ୍ଟାଣ୍ଡିଂ କାଉନସେଲ୍ ମଧ୍ୟ ଥିଲେ। ସେ ଜାତୀୟ ଅନୁସୂଚିତ ଜାତି ଆୟୋଗ (NCSC)ର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଏହି ଦାୟିତ୍ୱ ତାଙ୍କୁ ଜାତୀୟ ସ୍ତରରେ ପରିଚିତ କରିଥିଲା। ସେ ତାମିଲନାଡୁ ବିଜେପିର ରାଜ୍ୟ ସଭାପତି ହୋଇଥିଲେ। ତାଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ବିସ୍ତାର ଓ ‘ଭେଲ୍ ଯାତ୍ରା’ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଥିଲା। ସେ ଧାରାପୁରମ୍ ଆସନରୁ ୨୦୨୧ରେ ବିଜେପି ପ୍ରାର୍ଥୀ ହୋଇଥିଲେ, କିନ୍ତୁ DMK ପ୍ରାର୍ଥୀ ଏନ୍. କୟଲଭିଝି ସେଲଭରାଜଙ୍କଠାରୁ ୮୧୨ ଭୋଟ୍ରେ ପରାଜିତ ହୋଇଥିଲେ। ଏହା ସତ୍ତ୍ୱେ ସେହି ବର୍ଷ ତାଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ସେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ପ୍ରଥମେ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ସହ ସୂଚନା ଓ ପ୍ରସାରଣ ବିଭାଗର ଦାୟିତ୍ୱ ପାଇଥିଲେ। ୨୦୨୧ ଓ ୨୦୨୪ରେ ରାଜ୍ୟସଭାକୁ ଯାଇଥିଲେ। ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ରେ ପୁନର୍ବାର ରାଜ୍ୟସଭାକୁ ଆସିଥିଲେ। ସେହି ବର୍ଷ ନୂଆ ମୋଦୀ ସରକାରରେ ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ୨୦୨୪ରେ ସେ ନୀଳଗିରି ଲୋକସଭା ଆସନରୁ ନିର୍ବାଚନ ଲଢ଼ି DMKର ଏ. ରାଜାଙ୍କଠାରୁ ପରାଜିତ ହୋଇଥିଲେ। ତଥାପି ରାଜ୍ୟସଭା ସଦସ୍ୟ ଭାବେ ରହିବା ସହ କେନ୍ଦ୍ରମନ୍ତ୍ରୀ ପଦ ବଜାୟ ରଖିଥିଲେ। ୨୦୨୧ର ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ ମଧ୍ୟ ତାଙ୍କୁ କେନ୍ଦ୍ରମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ଏହା ତାଙ୍କ ରାଜନୈତିକ ଜୀବନର ଏକ ବଡ଼ ମୋଡ଼ ଥିଲା।
