ମୁରୁଗାନଙ୍କ ଇସ୍ତଫା ପୂର୍ବରୁ ଜର୍ଜ କୁରିୟନ ଓ ରବନୀତ ସିଂ ବିଟ୍ଟୁ ବି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ବି ନିକଟରେ ସମ୍ପନ୍ନ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ପୁଣି ଥରେ ରାଜ୍ୟସଭା ଟିକଟ ଦେଇନଥିଲା। ତା ସତ୍ତ୍ୱେ ସେ ମନ୍ତ୍ରୀ ପରିଷଦରେ ଅଛନ୍ତି। ଉପଭୋକ୍ତା ବିଭାଗର ରାଜ୍ୟମନ୍ତ୍ରୀ ବିଏଲ ବର୍ମାଙ୍କୁ ବି ଆଉ ଥରେ ରାଜ୍ୟସଭା ପ୍ରାର୍ଥୀ କରାଗଲାନି। କିନ୍ତୁ ସେ ବି ନିଜ ପଦରେ ଅଛନ୍ତି।
ଗୌତମୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲିଂର ସାମ୍ନା ବି କରିବାକୁ ପଡ଼ିଥିଲା। ଅନଲାଇନରେ ତାଙ୍କ ସହ କୌଣସି ଦୁର୍ବ୍ୟବହାର ନ କରିବାକୁ ସେ ଲୋକଙ୍କୁ ବି ଅପିଲ୍ କରିଥିଲେ। ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ବ୍ୟକ୍ତିଗତ ଓ ଜୀବିକାଗତ ଜୀବନରେ ସାମ୍ନା କରୁଥିବା ଅସୁବିଧା ବାବଦରେ ସେ କହିବା ବେଳେ ବେଶ୍ ଭାବବିହ୍ୱଳ ହୋଇପଡ଼ିଛନ୍ତି। କାନ୍ଦି କି କହିଛନ୍ତି, ସେ ଆଦିବାସୀ ବର୍ଗ ଓ ଗରିବ ପରିବାରରୁ ଆସିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି ଗଲା ୧୦ ଦିନ ହେଲା ଘଟଣାକ୍ରମ ଦେଖି ସେ ଦୁଃଖିତ ଥିଲେ। ଏହା ତାଙ୍କର ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ। ଭାରତର ଯୁବଶକ୍ତି ହିଁ ଏ ଦେଶର ଅସଲ ସାହାସର ପ୍ରତୀକ। ଦେଶର ଯୁବଶକ୍ତିଙ୍କୁ କୁଚକ୍ରୀଙ୍କ ଚାଲରେ ଫସିବାକୁ ଦିଆଯିବନି। ଏହା ତାଙ୍କର ସଂକଳ୍ପ। ସରକାରଙ୍କ ପ୍ରାଥମିକତା ଥିଲା, ୨୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ସୁଚାରୁରୂପେ ସଞ୍ଚାଳନ କରିବା।
ଜୁଲାଇ ୨୦ରେ ପୁଲିସ ଯେଭଳି ଛାତ୍ରଛାତ୍ରୀଙ୍କ ଉପରେ ଜୁଲୁମ କଲା, ସେଥିରେ ବିଚଳିତ ହୋଇପଡ଼ିଥିଲେ ଶେର ସିଂ। ଗୁଣ୍ଡାଙ୍କୁ ଜଗିବା ବଦଳରେ ପିଲାଙ୍କୁ ସୁରକ୍ଷା ଦେବା ଭଲ ବୋଲି ଭାବିଲେ ଶେର ସିଂ।ଉତ୍ତରାଖଣ୍ଡ ପୁଲିସର ସୂଚନା ଅନୁସାରେ, ୪ ଦିନ ତଳେ ନିଜ ପଦରୁ ଇସ୍ତଫା ଦେଇଥିଲେ ଶେର ସିଂ। ୨୦୦୯ରେ ସେ ଉତ୍ତରାଖଣ୍ଡ ପୁଲିସରେ ଜଏନ୍ କରିଥିଲେ। ପୁଲିସ ରେକର୍ଡ ଅନୁସାରେ ଶେର ସିଂଙ୍କ ରେକର୍ଡ ବେଶ୍ ବିବାଦୀୟ।