ସିଜେପି ଆନ୍ଦୋଳନରେ ପୁଲିସ- ଚାକିରୀ ଛାଡ଼ି ଜଏନ କଲେ ଶେର ସିଂ
ଜୁଲାଇ ୨୦ରେ ପୁଲିସ ଯେଭଳି ଛାତ୍ରଛାତ୍ରୀଙ୍କ ଉପରେ ଜୁଲୁମ କଲା, ସେଥିରେ ବିଚଳିତ ହୋଇପଡ଼ିଥିଲେ ଶେର ସିଂ। ଗୁଣ୍ଡାଙ୍କୁ ଜଗିବା ବଦଳରେ ପିଲାଙ୍କୁ ସୁରକ୍ଷା ଦେବା ଭଲ ବୋଲି ଭାବିଲେ ଶେର ସିଂ।ଉତ୍ତରାଖଣ୍ଡ ପୁଲିସର ସୂଚନା ଅନୁସାରେ, ୪ ଦିନ ତଳେ ନିଜ ପଦରୁ ଇସ୍ତଫା ଦେଇଥିଲେ ଶେର ସିଂ। ୨୦୦୯ରେ ସେ ଉତ୍ତରାଖଣ୍ଡ ପୁଲିସରେ ଜଏନ୍ କରିଥିଲେ। ପୁଲିସ ରେକର୍ଡ ଅନୁସାରେ ଶେର ସିଂଙ୍କ ରେକର୍ଡ ବେଶ୍ ବିବାଦୀୟ।

ପୁଲିସ ଚାକିରୀ ଛାଡ଼ି ଦିଲ୍ଲୀ ଜନ୍ତରମନ୍ତରରେ ଜାରି ଥିବା ସିଜେପି ଆନ୍ଦୋଳନରେ ସାମିଲ୍ ହେଲେ ଶେର ସିଂ। ଜନ୍ତରମନ୍ତରରୁ ସଂସଦ ଭବନ ଚାଲ ପଦଯାତ୍ରା ବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସଡ଼କରୁ ନେଇ ସଂସଦ ହୁଲସ୍ତୁଲ ହେଲାଣି। ସୁପ୍ରିମକୋର୍ଟ ଯାଏ ମାମଲା ପହଞ୍ଚିଲାଣି। ବିରୋଧୀ ଦଳ ବି ନିଜ ଜିଦରେ ଅଡ଼ିବସିଛି। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠି ଚାର୍ଜ କରିଥିବା ପୁଲିସ ଅଧିକାରୀଙ୍କ ଉପରେ ଆକ୍ସନ ସହ ସେମାନଙ୍କୁ ଉତ୍ତରଦାୟୀ ନ କଲା ଯାଏ ନା ସଂସଦରେ ଆଲୋଚନା ହେବ ନା ଧାରଣାରୁ ଓହରିବେ ଛାତ୍ରଛାତ୍ରୀ। ଆଜି ସିଜେପି ପ୍ରତିନିଧିଦଳକୁ କନଷ୍ଟିଚ୍ୟୁସନ କ୍ଲବକୁ ଡାକି ଦୁଇ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂ ବି ଆଲୋଚନା କରିଛନ୍ତି। କାଲି ଦ୍ୱିପ୍ରହରରେ ପୁଣି ଥରେ ବସିବ ବୈଠକ। ଆଉ ଏତିକିବେଳେ ଉତ୍ତରାଖଣ୍ଡର ପୁଲିସ କନଷ୍ଟେବଳ ଶେର ସିଂ ଜନ୍ତରମନ୍ତରରେ ପହଞ୍ଚି ପୁଲିସ ମହଲରେ ହଡ଼କମ୍ପ ସୃଷ୍ଟି କରିଛନ୍ତି। ପୁଲିସ ଚାକିରୀରୁ ଇସ୍ତଫା ଦେଇ ଜନ୍ତରମନ୍ତରର ଆନ୍ଦୋଳନସ୍ଥଳରେ ପହଞ୍ଚିଛନ୍ତି। ସିଜେପିକୁ ଖୋଲା ସମର୍ଥନ ଜଣାଇଛନ୍ତି। ଶେର ସିଂ ପିଥୌରାଗଡ଼ରେ ନିୟୋଜିତ ଥିଲେ। ସେ ହରିଦ୍ୱାର ଜନପଦର ରୁଡ଼କି ଏରିଆର ବାସିନ୍ଦା। ସିଜେପି ସଂସ୍ଥାପକ ଅଭିଜିତ ଦୀପକେ ତାଙ୍କୁ ମଞ୍ଚ ଉପରକୁ ଡାକି ତାଙ୍କ ଇସ୍ତଫା ବାବଦରେ ସୂଚନା ଦେଇଥିଲେ। ଜୁଲାଇ ୨୦ରେ ପୁଲିସ ଯେଭଳି ଛାତ୍ରଛାତ୍ରୀଙ୍କ ଉପରେ ଜୁଲୁମ କଲା, ସେଥିରେ ବିଚଳିତ ହୋଇପଡ଼ିଥିଲେ ଶେର ସିଂ। ଗୁଣ୍ଡାଙ୍କୁ ଜଗିବା ବଦଳରେ ପିଲାଙ୍କୁ ସୁରକ୍ଷା ଦେବା ଭଲ ବୋଲି ଭାବିଲେ ଶେର ସିଂ। ଆଜି ସିଜେପି ଦେଶବ୍ୟାପୀ ପ୍ରତିବାଦ କରୁଛି। ଏହି ଅଭିଯାନର ନାଁ ହର୍ ଜିଲ୍ଲା, ଏକ୍ ଦିନ, ଏକ୍ ଦାବି ରଖାଯାଇଛି। ବିପୁଳ ସଂଖ୍ୟାରେ ଛାତ୍ର ଓ ସାଧାରଣ ନାଗରିକ ଏହି ପ୍ରଦର୍ଶନ ସହ ଯୋଡ଼ିବାକୁ ସମର୍ଥନ କରିଛି ସିଜେପି। ଉତ୍ତରାଖଣ୍ଡ ପୁଲିସର ସୂଚନା ଅନୁସାରେ, ୪ ଦିନ ତଳେ ନିଜ ପଦରୁ ଇସ୍ତଫା ଦେଇଥିଲେ ଶେର ସିଂ। ୨୦୦୯ରେ ସେ ଉତ୍ତରାଖଣ୍ଡ ପୁଲିସରେ ଜଏନ୍ କରିଥିଲେ। ପୁଲିସ ରେକର୍ଡ ଅନୁସାରେ ଶେର ସିଂଙ୍କ ରେକର୍ଡ ବେଶ୍ ବିବାଦୀୟ। ସେ ବଦମାସଙ୍କୁ ସୁରକ୍ଷା ତଥା ସେମାନଙ୍କୁ ଭିତିରିଆ ସୂଚନା ଦେବା ଅଭିଯୋଗରେ ଜେଲ୍ ଯାଇସାରିଛନ୍ତି। ସେ ପୂର୍ବରୁ ଆଇଜି ଗଡ଼ଓ୍ୱାଲଙ୍କ ଗନମ୍ୟାନ୍ ଥିଲେ। ୨୦୨୫ରେ ତାଙ୍କୁ ସସପେଣ୍ଡ କରାଯାଇଥିଲା। ଡ୍ୟୁଟିରେ ଅବହେଳା ଓ ବିଶୃଙ୍ଖଳାର ଆରୋପ ରହିଛି। ୭ରୁ ୮ମାସ ତଳେ ଜମି ବିବାଦକୁ ନେଇ ସେ ପ୍ରବୀଣ ବାଲ୍ମିକୀ ଗ୍ୟାଙ୍ଗକୁ ସହଯୋଗ କରିଥିବାରୁ ତାଙ୍କୁ ଡେରାଡୁନରେ ଏସଟିଫ ଗିରଫ କରିଥିଲା। ଭୀମ ଆର୍ମି ସହ ଜଡ଼ିତ ବୋଲି ଶେର ସିଂ ବି ଭିଡ଼ିଓ ସେୟାର କରିଥିଲେ ସୋସିଆଲ ମିଡିଆରେ। ଭିଆରଏସ ପାଇଁ ବି ଶେର ସିଂ ମୁଖ୍ୟାଳୟକୁ ଆବେଦନ ପଠାଇଛନ୍ତି।
