ନିଟ୍ ଝଡ଼- ଧର୍ମେନ୍ଦ୍ରଙ୍କ ଇସ୍ତଫା
ଧର୍ମେନ୍ଦ୍ର କହିଛନ୍ତି ଗଲା ୧୦ ଦିନ ହେଲା ଘଟଣାକ୍ରମ ଦେଖି ସେ ଦୁଃଖିତ ଥିଲେ। ଏହା ତାଙ୍କର ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ। ଭାରତର ଯୁବଶକ୍ତି ହିଁ ଏ ଦେଶର ଅସଲ ସାହାସର ପ୍ରତୀକ। ଦେଶର ଯୁବଶକ୍ତିଙ୍କୁ କୁଚକ୍ରୀଙ୍କ ଚାଲରେ ଫସିବାକୁ ଦିଆଯିବନି। ଏହା ତାଙ୍କର ସଂକଳ୍ପ। ସରକାରଙ୍କ ପ୍ରାଥମିକତା ଥିଲା, ୨୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ସୁଚାରୁରୂପେ ସଞ୍ଚାଳନ କରିବା।

ଛାତ୍ର ଆନ୍ଦୋଳନ ଭିତରେ ବଡ଼ ନିଷ୍ପତ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। ନିଟ୍ ପରୀକ୍ଷା ବିବାଦ ଓ ଲଗାତାର ବଢ଼ୁଥିବା ରାଜନୀତିକ ଚାପରେ ଶେଷରେ ମନ୍ତ୍ରୀ ପଦ ଛାଡ଼ିଲେ ଧର୍ମେନ୍ଦ୍ର ପ୍ରଧାନ। ଲମ୍ୱା ସମୟ ଧରି ବିରୋଧୀ ଓ ଆନ୍ଦୋଳନକାରୀ ସଂଗଠନ ତାଙ୍କୁ ଉତ୍ତରଦାୟୀ କରି ତାଙ୍କ ଇସ୍ତଫା ମାଗୁଥିଲେ। ଆଜି ସିଜେପି ଓ ସରକାରଙ୍କ ଭିତରେ ତୃତୀୟ ରାଉଣ୍ଡ ବୈଠକ ବସିବା ଆଗରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ପଷ୍ଟ ଚେତାବନୀ ଦେଇଥିଲେ ସରକାରଙ୍କୁ। ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟରୁ ହଟାନ୍ତୁ ମୋଦି। ନିଜ ବନ୍ଧୁଙ୍କୁ ଗୋଟିଏ ମନ୍ତ୍ରଣାଳୟରୁ ହଟାଇ ଆଉ ଏକ ମନ୍ତ୍ରାଳୟରେ ବସାଇବାର ଷଡ଼ଯନ୍ତ୍ରକୁ ଦେଶର ଛାତ୍ରଛାତ୍ରୀ ଓ ଜନତା ଗ୍ରହଣ କରିବେନି। କାରଣ ଦେଶର ଶିକ୍ଷା ବ୍ୟବସ୍ଥାକୁ ବରବାଦ କରିଛନ୍ତି ଧର୍ମେନ୍ଦ୍ର। ଛାତ୍ରମୃତ୍ୟୁରେ ବି ସେ ଉତ୍ତରଦାୟୀ ବୋଲି କହିଥିଲେ ରାହୁଲ। ସିଜେପି ବି କହିଥିଲା, ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଟାଳିବାକୁ ସରକାର କୌଣସି ଫନ୍ଦି କରନ୍ତି, ତାହେଲେ ହେଉଥିବା ବୈଠକର କୌଣସି ମୂଲ୍ୟ ନାହିଁ। ଧର୍ମେନ୍ଦ୍ର ନିଜ ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଦେଇଛନ୍ତି। ଏକ୍ସ-ରେ ପୋଷ୍ଟ କରି ଧର୍ମେନ୍ଦ୍ର କହିଛନ୍ତି ଗଲା ୧୦ ଦିନ ହେଲା ଘଟଣାକ୍ରମ ଦେଖି ସେ ଦୁଃଖିତ ଥିଲେ। ଏହା ତାଙ୍କର ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ। ଭାରତର ଯୁବଶକ୍ତି ହିଁ ଏ ଦେଶର ଅସଲ ସାହାସର ପ୍ରତୀକ। ଦେଶର ଯୁବଶକ୍ତିଙ୍କୁ କୁଚକ୍ରୀଙ୍କ ଚାଲରେ ଫସିବାକୁ ଦିଆଯିବନି। ଏହା ତାଙ୍କର ସଂକଳ୍ପ। ସରକାରଙ୍କ ପ୍ରାଥମିକତା ଥିଲା, ୨୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ସୁଚାରୁରୂପେ ସଞ୍ଚାଳନ କରିବା। ସେ ନିଜେ ଗଲା ୪ଦଶନ୍ଧି ଧରି ଛାତ୍ର, ଶିକ୍ଷକ ଓ ଶିକ୍ଷାସୁଧାର କ୍ଷେତ୍ରରେ ଜଡ଼ିତ ଅଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ବଡ଼ ବିଜୟ ଭାବି ସେଲିବ୍ରେସନ କରିଛି ସିଜେପି। ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସ ଓ ସିଜେପି ଦେଶତମାମ ଆନ୍ଦୋଳନ ଜାରି ରଖିଥିଲା। ପ୍ରଧାନମନ୍ତ୍ରୀ ମୋଦି ବି ମିଡନାଇଟରେ ଭିଡ଼ିଓ ବାର୍ତ୍ତା ଦେଇ କହିଥିଲେ, ପେପର ଲିକ୍ ପ୍ରସଙ୍ଗ ମାମୁଲି ପ୍ରସଙ୍ଗ ନୁହେଁ। ଏହାକୁ ମୁକାବିଲା ନେଇ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଛି। ସୋମବାର ସଂସଦ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ ଏହି ନିଷ୍ପତ୍ତି ସଂକ୍ରାନ୍ତରେ କଡ଼ା ଆଇନ ଆଣିବାକୁ ଅପିଲ୍ କରିଥିଲେ। ଧର୍ମେନ୍ଦ୍ରଙ୍କୁ ହଟାଇବା ପୂର୍ବରୁ ଉଚ୍ଚଶିକ୍ଷା ସଚିବଙ୍କୁ ହଟାଯାଇ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଥିଲା। ଗତକାଲି ଏନଟିଏର ୪୭ ଅଧିକାରୀଙ୍କୁ ବରଖାସ୍ତ କରାଯାଇଥିଲା। ଆଉ କିଛି ଅଭିଯୁକ୍ତ ଅଧିକାରୀଙ୍କ ଉପରେ ଆଇନଗତ ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ ହେବ।
