Gyanesh Row At SC:ସୁପ୍ରିମକୋର୍ଟକୁ ଯାତ୍ରା- ଜ୍ଞାନେଶଙ୍କୁ ହଟାଅ ଦାବିରେ ଅଟଳ
ସିଜେଆଇଙ୍କ ପରାମର୍ଶ ମାନିବୁ ଓ ସେହି ଅନୁସାରେ ପିଟିସନ ଦାଖଲ କରିବୁ ବୋଲି କହିଥିଲେ ରାହୁଲ। ଏହା ସହ ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ରାହୁଲ ବାର୍ତ୍ତା ଦେଇଥିଲେ ଯେ, ଜ୍ଞାନେଶ ଅପରାଧ କରିଛନ୍ତି। ଜ୍ଞାନେଶ ମୁଖ୍ୟ ଅପରାଧୀ ନୁହଁନ୍ତି। ଏହା ପଛରେ ମାଷ୍ଟରମାଇଣ୍ଡ ଆଉ କିଏ। ସେଥିଲାଗି ଇସ୍ତଫା ଦେବା ସହଜ। ଇସ୍ତଫା ଦେଲେ ଏହା ଦେଶ ସେବା ସଦୃଶ ହେବ।

ଏସଆଇଆର ଆଳରେ ଭୋଟ ଚୋରିର ପ୍ରତିବାଦ ଓ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ସୁପ୍ରିମକୋର୍ଟକୁ ଯାତ୍ରା କରିଛନ୍ତି ଇଣ୍ଡିମେଣ୍ଟ। ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ବିରୋଧୀ ଦଳ ସୁପ୍ରିମକୋର୍ଟ ଯାଏ ରାଲିରେ ଯାଇଥିଲେ। କନଷ୍ଟିଚ୍ୟୁସନ କ୍ଲବ ଅଫ ଇଣ୍ଡିଆରୁ ନେତାଏ ସ୍ୱତନ୍ତ୍ର ବସରେ ବାରଖମ୍ୱା ରୋଡକୁ ଯାଇଥିଲେ। କନ୍ନଟ ପ୍ଲେସରୁ ଯାତ୍ରା ଆରମ୍ଭ କରି ସେଠାରୁ ହଜାର ହଜାର ସମର୍ଥକଙ୍କ ଗହଣରେ ସୁପ୍ରିମକୋର୍ଟ ଯାଇଥିଲେ ଇଣ୍ଡି ମେଣ୍ଟ ନେତାଏ। ତେବେ ଆଜି ଅପରାହ୍ନ ୪ଟାରୁ ୫ଟା ଭିତରେ ସିଜେଆଇଙ୍କୁ ଭେଟି ଏକ ସ୍ମାରକପତ୍ର ଦେବୁ ବୋଲି ରାହୁଲ ଓ ଖଡ଼ଗେ ଲେଖିଥିବା ଚିଠିର ଜବାବ ଦେଇସାରିଥିଲେ ସିଜେଆଇ। ଆଉ କାହିଁକି ଭେଟିହେବନି ବୋଲି କାରଣ ବି ସ୍ପଷ୍ଟ କରି ପାଲଟା ଯାହା ସମସ୍ୟା ଅଛି, ବରଂ ପିଟିସନ ଆକାରରେ କୋର୍ଟରେ ଦିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା। ସମସ୍ୟା ଶୁଣି ଆଇନ ଅନୁସାରେ ନ୍ୟାୟ ଦେବୁ। ପ୍ରତିଟି ଲୋକଙ୍କ ମୌଳିକ ଅଧିକାରର ରକ୍ଷା କୋର୍ଟ କରିବେ କହି ଯାହା ସମସ୍ୟା ଅଛି, ପିଟିସନ ଆକାରରେ କୋର୍ଟରେ ଦିଅନ୍ତୁ ନଚେତ ଇ-ଫାଇଲିଂ କରିବାକୁ ପରାମର୍ଶ ଦେଇଥିବା ସିଜେଆଇଙ୍କ ଚିଠିକୁ ସାର୍ବଜନୀନ କରିଛି କଂଗ୍ରେସ। ସିଜେଆଇଙ୍କ ପରାମର୍ଶ ମାନିବୁ ଓ ସେହି ଅନୁସାରେ ପିଟିସନ ଦାଖଲ କରିବୁ ବୋଲି କହିଥିଲେ ରାହୁଲ। ଏହା ସହ ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ରାହୁଲ ବାର୍ତ୍ତା ଦେଇଥିଲେ ଯେ, ଜ୍ଞାନେଶ ଅପରାଧ କରିଛନ୍ତି। ଜ୍ଞାନେଶ ମୁଖ୍ୟ ଅପରାଧୀ ନୁହଁନ୍ତି। ଏହା ପଛରେ ମାଷ୍ଟରମାଇଣ୍ଡ ଆଉ କିଏ। ସେଥିଲାଗି ଇସ୍ତଫା ଦେବା ସହଜ। ଇସ୍ତଫା ଦେଲେ ଏହା ଦେଶ ସେବା ସଦୃଶ ହେବ। ସୁପ୍ରିମକୋର୍ଟର ଶତାଧିକ ଆଇନଜୀବି ବି ରାହୁଲ ଗାନ୍ଧୀଙ୍କ ଚଲୋ ଦିଲ୍ଲୀ ଯାତ୍ରାରେ ସାମିଲ ହୋଇଥିଲେ। ଡକ୍ଟର ଅଭିଷେକ ମନୁ ସିଂଘଭିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ଯାଏ ରାଲିରେ ଯାଇଥିଲେ। ସେପଟେ ଦିଲ୍ଲୀ ପୁଲିସକୁ ୨୪ ଘଣ୍ଟାର ମହଲତ ଦେଇଛି ସିଜେପି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସମସ୍ତଙ୍କର ଅଧିକାର। ଏହା ସାମ୍ୱିଧାନିକ ଅଧିକାର। ଯଦି ଜନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ପୁଲିସ ଅନୁମତି ଦେଉନି, ତାହେଲେ ବିକଳ୍ପ ଜାଗା ଦେଉ। ଆଉ ୨୪ ଘଣ୍ଟା ଭିତରେ ଏହା ଫୈସଲା କରିବାକୁ ହେବ ବୋଲି ଚେତାବନୀ ଦେଇଛି ସିଜେପି। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛି ସିଜେପି। ସେପଟେ ଗୃହ ମନ୍ତ୍ରାଳୟ ଜନ୍ତରମନ୍ତରରେ ଆଉ କାହାକୁ ଅନୁମତି ଦିଆଯିବନି ବୋଲି ସ୍ପଷ୍ଟ କରିଛି। ଏହା ପରିବର୍ତ୍ତେ ରାମଲୀଳା ମୈଦାନ, ବୁରାରି ଗ୍ରାଉଣ୍ଡ ଓ ସିବିଡି ଗ୍ରାଉଣ୍ଡରେ ଆନ୍ଦୋଳନକୁ ଅନୁମତି ମିଳିବ। ସେପଟେ କାଉଣ୍ଟରରେ ବିଜେପି ନେତାତଥା କେନ୍ଦ୍ରମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କଂଗ୍ରେସ ରାସ୍ତାରେ ଗୁଣ୍ଡାଗର୍ଦ୍ଦି କରୁଛି। କଂଗ୍ରେସ ଓ ଇଣ୍ଡିମେଣ୍ଟ ଏକ ବିପଜ୍ଜନକ ମିଶ୍ରଣ। ବିଦେଶୀ ଶକ୍ତି ହାତରେ ଏମାନେ ପରିଚାଳିତ। କ୍ଷମତା ପାଇଁ ସେମାନେ କେବେ ବୋମା କରନ୍ତି ତ କେବେ କକ୍ରୋଚ ପାଲଟିଯାଆନ୍ତି। ପୁଣି କେବେ ଦେଶବିରୋଧୀ ତତ୍ତ୍ୱ ସହ ହାତ ମିଳାଇବାକୁ ପଛାନ୍ତିନି। ନିର୍ବାଚନ ହାରିଲେ ନିର୍ବାଚନ କମିଶନ, କୋର୍ଟରେ ହାରିଲେ ଅଦାଲତ ଓ ଆତଙ୍କବାଦ ହଟିଲେ ଆର୍ମିକୁ ଟାର୍ଗେଟ କରିବା କଂଗ୍ରେସର ଆଚରଣ। କଂଗ୍ରେସ ଏକ ଦିଶାହୀନ ଓ ବିଚାରଶୂନ୍ୟ ଦଳ। କଂଗ୍ରେସ ଏବେ ଜୁନିୟର ପାର୍ଟି ଓ ପରଜୀବି ପାର୍ଟି ହୋଇ ରହିଯାଇଛି। ନିର୍ବାଚନ କମିଶନଙ୍କ ଭୋଟ ଚୋରି ସନ୍ଦର୍ଭରେ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟି ଫେରାଦ ହୋଇସାରିଛି ଇଣ୍ଡିମେଣ୍ଟ। ଆଉ ଆଜି ସିଜେଆଇଙ୍କୁ ଭେଟିବାକୁ ମାଗିଥିବା ମହଲତ ନ ମିଳିବାରୁ ସିଜେଆଇଙ୍କ ପରାମର୍ଶକ୍ରମେ ଏ ସମ୍ପର୍କିତ ପିଟିସନ କୋର୍ଟରେ ଦାଖଲ କରିଛନ୍ତି ରାହୁଲ। ସେପଟେ ଜ୍ଞାନେଶଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛି ସିଜେପି। ସିଜେଆଇ ବି ଆନ୍ଦୋଳନକାରୀଙ୍କୁ ଅପିଲ କରିଛନ୍ତି ଯେ, ସୁପ୍ରିମକୋର୍ଟକୁ ଏ ସବୁଥିରେ ଟାଣନ୍ତୁନି। ସିଇସିଙ୍କ ବିରୁଦ୍ଧରେ ସମସ୍ତ ପିଟିସନକୁ ମଞ୍ଜୁରୀ ମିଳିଛି। ଅକ୍ଟୋବର ୨୭ରେ ଶୁଣାଣୀ କରିବେ ସୁପ୍ରିମକୋର୍ଟ। ନିର୍ବାଚନରେ ଅନିୟମିତତା, ଏସଆଇଆର ପ୍ରକ୍ରିୟା ସମେତ ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ପିଟିସନ ପଡ଼ିଥିଲା। ଏ ସମସ୍ତ ଆବେଦନକୁ ଯୋଡ଼ି ଏକାଠି ଶୁଣାଣୀ କରିବେ ସୁପ୍ରିମକୋର୍ଟ
