CEC Controversy:ସିଇସିଙ୍କୁ ପଦର ଲାଳସା ଦେଉଥିଲା କଂଗ୍ରେସ- ପିୟୂଷ ଗୋଏଲ
ନିର୍ବାଚନ କମିଶନଙ୍କୁ ରାଜନୈତିକ ପଦ ଦେଇ ପକ୍ଷପାତକୁ ବଢାଇଥିଲା କଂଗ୍ରେସ।ସିଇସି ଜ୍ଞାନେଶ କୁମାରଙ୍କ ନିରପେକ୍ଷତା ଓ ସେ ମୋଦି ଶାହଙ୍କ ରିମୋଟ କଣ୍ଟ୍ରୋଲରେ ପରିଚାଳିତର ଆରୋପ ଲଗାଉଥିବା କଂଗ୍ରେସକୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ। ମୋଦି ସରକାର ନା ସିଇସିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନା କୌଣସି ରାଜନୈତିକ ପଦଲାଳସା ଦିଅନ୍ତି। ଆଉ ଏ ସନ୍ଦର୍ଭରେ ରାହୁଲଙ୍କୁ ୧୦ ପ୍ରଶ୍ନ କରିଛନ୍ତି ପିୟୂଷ।

ନିର୍ବାଚନ କମିଶନଙ୍କୁ ରାଜ୍ୟପାଳ, ମନ୍ତ୍ରୀ କରିଥିଲା କଂଗ୍ରେସ। ସିଇସି ଥିବା ବେଳେ ଏମଏସ ଗିଲଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କଲା। ଏହା କଅଣ କଂଗ୍ରେସର ଲାଞ୍ଚ ନଥିଲା। ସିଇସିଙ୍କୁ ରାଜନୈତିକ ପଦପଦବୀର ଲୋଭ ଦିଆଯାଇ ନଥିଲା କି। ପଦରେ ଥିଲା ବେଳେ ଦେଶର ସବୁଠୁ ବଡ଼ ନାଗରିକ ସମ୍ମାନ ଦେବା ଗୋଟିଏ ପଟେ ପ୍ରଲୋଭନ ବା ଲାଞ୍ଚ ଥିଲା। ସିଇସି ଜ୍ଞାନେଶ କୁମାରଙ୍କ ନିରପେକ୍ଷତା ଓ ସେ ମୋଦି ଶାହଙ୍କ ରିମୋଟ କଣ୍ଟ୍ରୋଲରେ ପରିଚାଳିତର ଆରୋପ ଲଗାଉଥିବା କଂଗ୍ରେସକୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ। ମୋଦି ସରକାର ନା ସିଇସିଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନା କୌଣସି ରାଜନୈତିକ ପଦଲାଳସା ଦିଅନ୍ତି। ଆଉ ଏ ସନ୍ଦର୍ଭରେ ରାହୁଲଙ୍କୁ ୧୦ ପ୍ରଶ୍ନ କରିଛନ୍ତି ପିୟୂଷ। ପୂର୍ବତନ ସିଇସି ଟି.ଏନ.ଶେଷାନଙ୍କ କଥା ମନେ ପକାଇଛନ୍ତି ପିୟୂଷ। କଂଗ୍ରେସ ତାଙ୍କୁ ୧୯୯୯ରେ ଲାଲକୃଷ୍ଣ ଆଡଭାନୀଙ୍କ ବିରୁଦ୍ଧରେ ପାର୍ଟି ଟିକଟ ଦେଇ ନିର୍ବାଚନ ଲଢିବାକୁ ମଉକା ଦେଇଥିଲା। ଏମଏସ ଗିଲ ୧୯୯୬ରୁ ୨୦୦୧ ଯାଏ ମୁଖ୍ୟ ନିର୍ବାଚନ କମିଶନର ଥିଲେ। ସେ ୨୦୦୦ ମସିହାରେ ପଦରେ ଥିବା ବେଳେ ତାଙ୍କୁ ପଦ୍ମବିଭୂଷଣ ଦିଆଗଲା। ପୂର୍ବତନ ସିଇସି ଆରକେ ତ୍ରିବେଦୀଙ୍କ ବି ଉଦାହରଣ ଦେଇଛନ୍ତି ପିୟୂଷ। ଡିସେମ୍ୱର ୩୧,୧୯୮୫ରେ ତାଙ୍କର କାର୍ଯ୍ୟକାଳ ସରିଥିଲା। ଆଉ ଫେବୃଆରୀ ୨୬,୧୯୮୬ରେ ତତ୍କାଳୀନ କଂଗ୍ରେସ ସରକାର ତାଙ୍କୁ ଗୁଜରାଟର ରାଜ୍ୟପାଳ କଲେ। ଏମଏସ ଗିଲଙ୍କ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଗଲା। ଟିକାରାମ ମିଣାଙ୍କୁ କଂଗ୍ରେସର ଘୋଷଣାପତ୍ର କମିଟିରେ ଜାଗା ଦିଆଗଲା। ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ରତନ ୟୁ କେଲକରଙ୍କୁ ମେ ୨୦୨୬ରେ ମୁଖ୍ୟମନ୍ତ୍ରୀ ଭି.ଡି.ସତୀଶାନଙ୍କ ସଚିବ ଭାବେ ନିଯୁକ୍ତିକୁ ନେଇ ବି ପ୍ରଶ୍ନ କରିଛନ୍ତି ଗୋଏଲ। କଂଗ୍ରେସ ନିର୍ବାଚନ ଅଧିକାରୀଙ୍କୁ ରାଜନୈତିକ ପଦପଦବୀ ଦେଇ ପକ୍ଷପାତକୁ ବଢାଇଥିଲା। ହେଲେ ମୋଦି ସରକାର ନିର୍ବାଚନ ଆୟୋଗଙ୍କୁ ସ୍ୱାଧୀନତା ଭାବେ କାମ କରିବାର ସ୍ୱତନ୍ତ୍ରତା ଦେଇଛନ୍ତି। ପୂର୍ବରୁ ନିର୍ବାଚନ କମିଶନଙ୍କ ନିଯୁକ୍ତି ସରକାର କରୁଥିଲେ। କାହାର ପରାମର୍ଶ ବି ନିଆଯାଉନଥିଲା। ୨୦୨୩ରେ ଏନଡିଏ ସରକାର ନୂଆ ଆଇନ କଲେ। ଚୟନ ସମିତିରେ ବିରୋଧୀ ଦଳ ନେତାଙ୍କୁ ବି ସାମିଲ କରାଗଲା। ଏବେ ପ୍ରଧାନମନ୍ତ୍ରୀ ଓ ବିରୋଧୀ ଦଳ ନେତା ମିଶିକି ନିର୍ବାଚନ କମିଶନର ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସହ ଜଡ଼ିତ ଫୈସଲା ନେଉଛନ୍ତି। କେରଳ ବିଧାନସଭାରେ ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ପ୍ରସ୍ତାବ ପାରିତ ହେଲା। ହେଲେ କେରଳରେ କଂଗ୍ରେସର ଜିତର ଶ୍ରେୟ ଏସଆଇଆରକୁ ଦେଇଥିଲେ ଶଶୀ ଥରୁର ଓ ରମେଶ ଚେନ୍ନିଥାଲା। ମୁଖ୍ୟମନ୍ତ୍ରୀ ଭିଡି ସତୀଶାନ ଏସଆଇଆରର ପ୍ରଶଂସା କରିଥିଲେ ଓ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରକ୍ରିୟା ନିରପେକ୍ଷତାର ସହ ହୋଇଛି କହି ଅଧୀର ରଞ୍ଜନ ଚୌଧୁରୀଙ୍କ ମନ୍ତବ୍ୟ ବି ଆସିଥିଲା।
