ଜୁଲାଇ ୨୧ ଡେଡଲାଇନ- ଦିଦିଙ୍କ ସହ କିଏ ରହିବେ ଓ କିଏ ଛାଡ଼ିବେ
ଟିଏମସିରେ ବିଭାଜନର ପର୍ବ ଜାରି ରହିଛି। ଗୁରୁବାର ରାଜ୍ୟସଭା ସାଂସଦ କୋୟଲ ମଲ୍ଲିକ ଦଳରୁ ଇସ୍ତଫା ଦେଇଛନ୍ତି। କୋଏଲଙ୍କ ଇସ୍ତଫା ସହ ରାଜ୍ୟସଭାରେ ଟିଏମସିର ୪ଟି ଓ୍ୱିକେଟ ପଡ଼ିଲାଣି।ଦଳରେ ନେତୃତ୍ୱ ଶୈଳୀକୁ ନେଇ ଅସନ୍ତୋଷ ବଢ଼ୁଛି।

ଜୁଲାଇ ୨୧ ଯାଏ ଦେଇଛନ୍ତି ଅଲଟିମେଟମ। ଯାହା ନିଷ୍ପତ୍ତି ନେବା କଥା ନିଅ। ଯିଏ ଦଳରୁ ଯିବା କଥା, ଏହା ପୂର୍ବରୁ ଚାଲିଯାଅ। ଏହା ପରେ ଦଳକୁ ଆଉ ଫେରିବାକୁ ଖୋଲିବନି ଦୁଆର। ବିଜେପି, ପୁଲିସ ଓ ତଦନ୍ତ ଏଜେନ୍ସି ଚାପରେ ଯିଏ ଦଳ ଛାଡ଼ିବାକୁ ଚାହୁଁଛ, ସେମାନେ ଛାଡ଼ିପାରିବେ। ଜୁଲାଇ ୨୧ରେ ଶହୀଦ ଦିବସ ରାଲିକୁ ସଫଳ କରିବାକୁ ଆହ୍ୱାନ ଦେବା ସହ ବିଦ୍ରୋହୀ ନେତାଙ୍କୁ ଏଭଳି ଚରମବାଣୀ ଶୁଣାଇବା ସହ ଚେତାବନୀ ଦେଇଥିଲେ ଦିଦି। ମମତା କହିଥିଲେ, ଯଦି ସେ ୧୯୯୭ରେ ନୂଆ ରାସ୍ତା ତିଆରି କରିପାରିଲେ, ୨୦୨୬ରେ କାହିଁକି କରିପାରିବେନି। ହେଲେ ଦିଦିଙ୍କ ଝୁଲା ଖାଲି ହେବାରେ ଲାଗିଛି। ଟିଏମସିରେ ବିଭାଜନର ପର୍ବ ଜାରି ରହିଛି। ଗୁରୁବାର ରାଜ୍ୟସଭା ସାଂସଦ କୋୟଲ ମଲ୍ଲିକ ଦଳରୁ ଇସ୍ତଫା ଦେଇଛନ୍ତି। କୋଏଲଙ୍କ ଇସ୍ତଫା ସହ ରାଜ୍ୟସଭାରେ ଟିଏମସିର ୪ଟି ଓ୍ୱିକେଟ ପଡ଼ିଲାଣି। କୋଏଲଙ୍କ ପୂର୍ବରୁ ଯେଉଁ ୩ ରାଜ୍ୟସଭା ସାଂସଦ ଦଳକୁ ବାଏ ବାଏ କରିଛନ୍ତି ସେମାନେ ହେଲେ ଶୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବ ଓ ପ୍ରକାଶ ବରାଇକ। ଶୁଖେନ୍ଦୁ, ସୁସ୍ମିତା ଓ ପ୍ରକାଶ କେବଳ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇନାହାନ୍ତି। ଦଳର ସମସ୍ତ ପଦପଦବୀରୁ ବି ଇସ୍ତଫା ଦେଇ ବିଜେପିର ସଦସ୍ୟତା ସ୍ୱୀକାର କରିଥିଲେ। ଆଉ ରାଜ୍ୟସଭା ପାଇଁ ବିଜେପି ପକ୍ଷରୁ ଦ୍ୱିତୀୟ ଥର ନାମାଙ୍କନ ଦାଖଲ କରିଛନ୍ତି। କୋୟଲ ମଲ୍ଲିକ ଟଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି। କୋୟଲ ଏପ୍ରିଲ ୬ରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଥିଲେ। ଆଉ ୧୦୧ ଦିନ ପରେ ଅର୍ଥାତ୍ ଜୁଲାଇ ୧୬ରେ ଇସ୍ତଫା ଦେଇଦେଲେ। କୋୟଲ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେବେ। କାରଣ ଦିଲ୍ଲୀର ବିଜେପି ନେତା ଭୁପେନ୍ଦ୍ର ଯାଦବଙ୍କ ଘରେ ତାଙ୍କୁ ଦେଖିବାକୁ ମ଼ିଳିଥିଲା। ରାଜ୍ୟସଭାରେ ଟିଏମସିର ୧୩ ସଦସ୍ୟ ଥିଲେ। ଏବେ ଏ ସଂଖ୍ୟା ହ୍ରାସ ପାଇ ୯କୁ ଖସିଆସିଛି। ବୁଧବାର ଦଳୀୟ ନେତା ମଦନ ମିତ୍ରା ବି ଦିଦିଙ୍କ କ୍ୟାମ୍ପ ଛାଡ଼ି ରିତବ୍ରତ ବାନାର୍ଜୀଙ୍କ ଶିବିରକୁ ଚାଲିଯାଇଥିଲେ। ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସ (ଟିଏମସି) ଏବେ ଗଭୀର ଅନ୍ତର୍ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାରେ ଲାଗିଛି। ୨୦୨୬ ବିଧାନସଭା ନିର୍ବାଚନ ପରେ ଦଳର ଅନେକ ବରିଷ୍ଠ ନେତା ଓ ସାଂସଦ ବିଦ୍ରୋହ କରି ଅଲଗା ହୋଇଯାଇଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଦ୍ରୋହୀ ଗୋଷ୍ଠୀର ୨୦ ଜଣ ସାଂସଦ ମିଶି ନ୍ୟାସନାଲ କମନ ପିପୁଲ୍ସ ଇନିସିଏଟିଭ୍ (ଏନ୍ସିପିଆଇ) ନାମରେ ଏକ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ଏହି ଦଳ ସଂସଦରେ ଏନ୍ଡିଏର ଦ୍ୱିତୀୟ ସର୍ବବୃହତ ସହଯୋଗୀ ଦଳ ଭାବେ ଉଭା ହେବାକୁ ଯାଉଛି ବୋଲି ଆଲୋଚନା ଚାଲିଛି। ବିଦ୍ରୋହୀ ନେତାମାନେ ଦାବି କରୁଛନ୍ତି ଯେ ଆଗାମୀ ଦିନରେ ଆହୁରି ଅନେକ ନେତା ଟିଏମସି ଛାଡ଼ିପାରନ୍ତି, କାରଣ ଦଳରେ ନେତୃତ୍ୱ ଶୈଳୀକୁ ନେଇ ଅସନ୍ତୋଷ ବଢ଼ୁଛି। ଏହି ବିଦ୍ରୋହକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, "ଯେଉଁମାନେ ଚାପରେ ଅଛନ୍ତି କିମ୍ୱା ଦଳରେ ରହିବାକୁ ଚାହୁଁନାହାନ୍ତି, ସେମାନେ ଯେଉଁଠିକୁ ଇଚ୍ଛା ଯାଇପାରନ୍ତି।" ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଟିଏମସି ନିଜର ରାଜନୈତିକ ଲଢ଼େଇ ଜାରି ରଖିବ। ଏପଟେ ଟିଏମସିର ରାଜ୍ୟସଭା ସାଂସଦ ଡେରେକ୍ ଓବ୍ରେନ୍ ନିର୍ବାଚନ ଆୟୋଗଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି। ବିଦ୍ରୋହୀ ଗୋଷ୍ଠୀକୁ ସ୍ୱୀକୃତି ଦେବା ପ୍ରକ୍ରିୟାରେ ବାରମ୍ବାର ସମୟ ବଢ଼ାଯାଉଥିବାକୁ ସେ ପ୍ରଶ୍ନ କରିଛନ୍ତି।
