ହୋମଓ୍ୱାର୍କର ଭୟ- କାନ୍ଦି କାନ୍ଦି ଟଳିପଡ଼ିଲେ ଏଲକେଜି ଛାତ୍ର..
ଯେତେବେଳେ ଘଟଣାର ସିସିଟିଭି ସାମ୍ନାକୁ ଆସିଲା, ସେତେବେଳେ ମାମଲା ଅଧିକ ଗମ୍ଭୀର ହୋଇପଡ଼ିଛି। ପିଲାଟି ଡରିଯାଇଥିଲା ଆଉ କାନ୍ଦୁଥିଲା। ଏତିକିବେଳେ ଶିକ୍ଷୟତ୍ରୀ ତାହାର ୟୁନିଫର୍ମ ଠିକ୍ କରିଥିଲେ। ଏହା ପରେ ପିଲାଟି କାନ୍ଦିବାକୁ ଲାଗିଲା। ଆଉ ଶିକ୍ଷୟତ୍ରୀ ରାଗିକି ତାକୁ ଚାପୁଡ଼ା ମାରିଥିଲେ। ଚାପୁଡ଼ା ମାରିବା ମାତ୍ରେ ସେ ଶିକ୍ଷୟତ୍ରୀଙ୍କ ଆଡ଼କୁ ଢଳିପଡ଼ିଥିଲା ଓ ତଳେ ପଡ଼ିଯାଇଥିଲା।

କାନ୍ଦି କାନ୍ଦି ଶିକ୍ଷୟତ୍ରୀଙ୍କ କୋଳରେ ଟଳିପଡ଼ିଲେ ଏଲକେଜି ଛାତ୍ର। ହୋମ୍ ଓ୍ୱାର୍କ କରିନଥିବାରୁ ପିଲାଟିକୁ ଶିକ୍ଷୟତ୍ରୀ ଗାଳି କରିବା ସହ ଚାପୁଡ଼ା ମାରିଥିଲେ। ମ୍ୟାଡାମ ନାହିଁ କହି କେବଳ ଭୟରେ ଥରୁଥିଲା ପିଲାଟି। ଆଉ ଦେଖୁ ଦେଖୁ ହୃଦଘାତରେ ଚାଲିଗଲା ପିଲାଟିର ଜୀବନ। ଏ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଆଉ ଭିଡ଼ିଓ ଭାଇରାଲ ପରେ ସମସ୍ତେ ଯେମିତି ସ୍ତବ୍ଧ। ବିଶାଖାପାଟଣାରେ ୬ ବର୍ଷର ଛାତ୍ର ପ୍ରଣୟ ତେଜଙ୍କ ଏଭଳି ମୃତ୍ୟୁ ପରେ ପରିବାର ଲୋକେ ସ୍କୁଲ ଘେରାଓ ସହ ସଂପୃକ୍ତ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ହଙ୍ଗାମା କରିଥିଲେ। ସହରର ଲିଟିଲ ଗାର୍ଡେନ ପ୍ରାଇଭେଟ ସ୍କୁଲରେ ପଢ଼ୁଥିବା ତେଜ୍ ହୋମଓ୍ୱାର୍କ ପୁରା କରିନଥିଲେ। ସେଥିଲାଗି ଶିକ୍ଷୟତ୍ରୀ ତାଙ୍କୁ ତାଗିଦ କରିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଗଲା। ଯେତେବେଳେ ଘଟଣାର ସିସିଟିଭି ସାମ୍ନାକୁ ଆସିଲା, ସେତେବେଳେ ମାମଲା ଅଧିକ ଗମ୍ଭୀର ହୋଇପଡ଼ିଛି। ପିଲାଟି ଡରିଯାଇଥିଲା ଆଉ କାନ୍ଦୁଥିଲା। ଏତିକିବେଳେ ଶିକ୍ଷୟତ୍ରୀ ତାହାର ୟୁନିଫର୍ମ ଠିକ୍ କରିଥିଲେ। ଏହା ପରେ ପିଲାଟି କାନ୍ଦିବାକୁ ଲାଗିଲା। ଆଉ ଶିକ୍ଷୟତ୍ରୀ ରାଗିକି ତାକୁ ଚାପୁଡ଼ା ମାରିଥିଲେ। ଚାପୁଡ଼ା ମାରିବା ମାତ୍ରେ ସେ ଶିକ୍ଷୟତ୍ରୀଙ୍କ ଆଡ଼କୁ ଢଳିପଡ଼ିଥିଲା ଓ ତଳେ ପଡ଼ିଯାଇଥିଲା। ତେବେ ମୃତ୍ୟୁ ପଛର ଅସଲ କାରଣ ଶବ ବ୍ୟବଛେଦ ରିପୋର୍ଟରେ ଆସିବ। ହସ୍ପିଟାଲ ପହଞ୍ଚିବା ଆଗରୁ ପିଲାଟିର ଆଉ ଜୀବନ ନଥିଲା। ପୁଲିସ ଏ ଘଟଣାରେ ଏତଲା ରୁଜୁ କରି ଆରମ୍ଭ କରିଛି ଛାନଭିନ।
