Cuttack Gas Fire : CDA ସେକ୍ଟର-୧୦ରେ ଅଗ୍ନିକାଣ୍ଡ
କଟକ CDA ସେକ୍ଟର-୧୦ରେ PNG ଗ୍ୟାସ୍ ପାଇପଲାଇନରେ ନିଆଁ ଲାଗି ଏକ ଜଳଖିଆ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।
ଓଡିଶାର କଟକ ସ୍ଥିତ CDA ସେକ୍ଟର-୧୦ ଆଜି PNG ପାଇପଲାଇନ ରେ ନିଆଁ ଲାଗିଵା ଦ୍ୱାରା ସ୍ଥନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ଏହି ଘଟଣାରେ ରାସ୍ତା କଡ଼ରେ ଥିବା ଜଳଖିଆ ଦୋକାନଟି କ୍ଷତିଗ୍ରସ୍ତ ହୋଇଥିବାର ଖବର ସାମ୍ନାକୁ ଆସିଛି | ଘଟଣାପରେ ସ୍ଥାନୀୟ ଲୋକମାନଙ୍କ ସୁରକ୍ଷାର ନେଇ ଚିନ୍ତା ବୃଦ୍ଧି ପାଇଛି | ସୂଚନା ମିଳିବାପରେ ,CDA ଅଗ୍ନିଶମ ବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି, ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା | ନିଆଁ ଲିଭାଇବାକୁ ଦୁଇ ଅଗ୍ନିଶମ ଗାଡ଼ି ନିୟୋଜିତ କରାଯାଇଥିଲା | ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଭାବିତ ଅଞ୍ଚଳକୁ ଘେରାଉ କରାଯାଇଥିଲା, ଯାହାଦ୍ୱାରା ଲୋକଙ୍କ ଯାତାୟାତକୁ ନିୟନ୍ତ୍ରଣ କରାଯାଇପାରିବ |
ସ୍ଥାନୀୟ ରିପୋର୍ଟ ଅନୁଯାୟୀ , କ୍ଷେତ୍ରରେ ଚାରୋଟି ଭିନ୍ନ-ଭିନ୍ନ ସ୍ଥାନରେ ଗ୍ୟାସ ପାଇପଲାଇନ ଲିକ୍ ହେବାର ଜଣାପଡ଼ିଥିଲା | କୁହାଯାଉଛି ଯେ , କିଛି ଦିନ ପୂର୍ବରୁ ଵିଛାଯାଇଥିବା ପାଇପଲାଇନର ପରୀକ୍ଷଣ କରାଯାଉଥିବା ସମୟରେ ହିଁ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥିଲା | ବର୍ତ୍ତମାନ, ଦୁର୍ଘଟଣାରେ ହୋଇଥିବା କ୍ଷତି ଓ ଆହତକୁ ନେଇ ଭିନ୍ନ ଭିନ୍ନ ରିପୋର୍ଟ ସାମ୍ନାକୁ ଆସିଛି | ଏଭଳି ପରିସ୍ଥିତିରେ, ଘଟଣା ସମ୍ପର୍କରେ ଆଧିକାରିକ ସ୍ପଷ୍ଟୀକରଣକୁ ଅପେକ୍ଷା କରାଯାଉଛି |
ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି | ଘଟଣା ପରେ ଆଖପାଖରେ ରହୁଥିବା ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଗ୍ୟାସ ପାଇପଲାଇନ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି | ବର୍ତ୍ତମାନ ନିଆଁ ଲାଗିବାର କାରଣ ,ଗ୍ୟାସ୍ ଲିକ୍ ସମସ୍ୟାଓ ଭବିଷ୍ୟତରେ ଏମିତି ଘଟଣା ରୋକିବା ପାଇଁ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ |
