ମୃତ୍ୟୁ ବେଳକୁ ବିଭୂତି ପତିଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ତାଙ୍କ ପତ୍ନୀ ଓ ଏକମାତ୍ର ପୁତ୍ର ଅଛନ୍ତି। କଟକ ସିଡିଏ ସେକ୍ଟର-୧୦ରେ ସେ ରହୁଥିଲେ। ସେ ନୂଆଦିଲ୍ଲୀରୁ ରିପୋର୍ଟିଂ କରୁଥିଲେ। ବିଭୂତି ପତି ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ବାରା ପ୍ରକାଶିତ ଇଂରାଜି ସାପ୍ତାହିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ପ୍ରଜାତନ୍ତ୍ର, ସମ୍ବାଦ, ସମାଜ, ଧରିତ୍ରୀ, ନକ୍ଷତ୍ର ନ୍ୟୁଜ୍, ଓଟିଭି, ନନ୍ଦିଘୋଷ ଟିଭି ଓ କନକ ନ୍ୟୁଜ୍ ଭଳି ଓଡ଼ିଶାର ଅଧିକାଂଶ ଗଣମାଧ୍ୟମ ସଂସ୍ଥାରେ କାମ କରିଥିଲେ।
ଯେତେବେଳେ ଘଟଣାର ସିସିଟିଭି ସାମ୍ନାକୁ ଆସିଲା, ସେତେବେଳେ ମାମଲା ଅଧିକ ଗମ୍ଭୀର ହୋଇପଡ଼ିଛି। ପିଲାଟି ଡରିଯାଇଥିଲା ଆଉ କାନ୍ଦୁଥିଲା। ଏତିକିବେଳେ ଶିକ୍ଷୟତ୍ରୀ ତାହାର ୟୁନିଫର୍ମ ଠିକ୍ କରିଥିଲେ। ଏହା ପରେ ପିଲାଟି କାନ୍ଦିବାକୁ ଲାଗିଲା। ଆଉ ଶିକ୍ଷୟତ୍ରୀ ରାଗିକି ତାକୁ ଚାପୁଡ଼ା ମାରିଥିଲେ। ଚାପୁଡ଼ା ମାରିବା ମାତ୍ରେ ସେ ଶିକ୍ଷୟତ୍ରୀଙ୍କ ଆଡ଼କୁ ଢଳିପଡ଼ିଥିଲା ଓ ତଳେ ପଡ଼ିଯାଇଥିଲା।