Le Mans ceremonial green flag: ବିଜୟ–ଅଜିତଙ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜୋରଦାର ଉତ୍ସାହ
Silverstoneରେ ଅଜିତ କୁମାରଙ୍କ Le Mans ରେସ୍ର ceremonial green flag ଉଡ଼ାଇଲେ ତାମିଲନାଡୁ CM ତଥା ଅଭିନେତା ବିଜୟ। ଦୁଇ ଷ୍ଟାରଙ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜୋରଦାର ଉତ୍ସାହ।

ଚେନ୍ନାଇ: ତାମିଲ ସିନେମାର ଦୁଇ ସୁପରଷ୍ଟାର ବିଜୟ ଓ ଅଜିତ କୁମାରଙ୍କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ପୁଣି ଜୋରଦାର ଚର୍ଚ୍ଚା। ଏଥର ଫିଲ୍ମ ନୁହେଁ, ବରଂ ମୋଟରସ୍ପୋର୍ଟସ୍ ମଞ୍ଚରେ ଦୁଇ ତାରକାଙ୍କୁ ଏକାଠି ଦେଖିବାକୁ ମିଳିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା C. Joseph Vijay ବ୍ରିଟେନ୍ର Silverstone Circuitରେ ଆୟୋଜିତ Michelin Le Mans Cup ରେସ୍ର ceremonial green flag ଉଡ଼ାଇବା ପାଇଁ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ରେସ୍ରେ ଅଭିନେତା ଅଜିତ କୁମାର ମଧ୍ୟ ଅଂଶଗ୍ରହଣ କରୁଛନ୍ତି। Le Mans Cup ପକ୍ଷରୁ ସୋସିଆଲ ମିଡିଆରେ ବିଜୟଙ୍କୁ Silverstone Round ଆରମ୍ଭ କରିବା ପାଇଁ ଆମନ୍ତ୍ରଣ ଦିଆଯାଇଥିବା ଘୋଷଣା କରାଯାଇଥିଲା। ୪୪ଟି କାର୍ର ଗ୍ରିଡ୍ ସାମ୍ନାରେ ସେ ଭାରତୀୟ ଡ୍ରାଇଭରମାନଙ୍କୁ ସମର୍ଥନ ଜଣାଇବେ ବୋଲି ଆୟୋଜକମାନେ କହିଥିଲେ। ଅଜିତ କୁମାର LMP3 Pro/Am ବର୍ଗରେ Ajith RedAnt by Virage ପାଇଁ ଫ୍ରାନ୍ସର Romain Vozniakଙ୍କ ସହ ରେସ୍ କରୁଛନ୍ତି। ଅଜିତଙ୍କ ରେସିଂ ପ୍ରତି ଥିବା ଆଗ୍ରହ ଯୋଗୁଁ ଏହି ରେସ୍ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ମଧ୍ୟ ବିଶେଷ ହୋଇଛି। ବିଜୟ ଓ ଅଜିତଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଦୀର୍ଘଦିନର ତଥାକଥିତ ପ୍ରତିଦ୍ୱନ୍ଦ୍ୱିତାକୁ ଦୃଷ୍ଟିରେ ରଖି Silverstoneର ଏହି ମୁହୂର୍ତ୍ତକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ଅନେକ ଫ୍ୟାନ୍ସ ଏହାକୁ ଦୁଇ ଷ୍ଟାରଙ୍କ ମଧ୍ୟରେ ସମ୍ମାନ ଓ ସୌହାର୍ଦ୍ଦର ଏକ ସୁନ୍ଦର ମୁହୂର୍ତ୍ତ ବୋଲି କହୁଛନ୍ତି। ଆହୁରି ରୋଚକ କଥା ହେଉଛି, ଅଜିତ ନିଜେ Silverstoneରେ ବିଜୟଙ୍କ ଉପସ୍ଥିତିକୁ ସ୍ୱାଗତ କରିବା ସହ ତାଙ୍କ ସମୟ ବାହାର କରି ରେସ୍ ଦେଖିବାକୁ ଆସିଥିବାରୁ କୃତଜ୍ଞତା ଜଣାଇଛନ୍ତି।
