Tiger Skin Seized: ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ଗୁଇନ୍ଦା ଟିମ୍
ଜୟପୁରରେ ଚଢ଼ାଉ; ବାଘ ଛାଲ କାରବାର ଚାଲିଥିବା ବେଳେ ମାଡ଼ି ବସିଲା ସ୍ୱତନ୍ତ୍ର ଗୁଇନ୍ଦା ଟିମ୍। ଚଢ଼ାଉ ବେଳେ ଜବତ ହେଲା କଲରାପତରିଆ ବାଘର ଛାଲ। ଜଣେ ଅଭିଯୁକ୍ତ ଅଟକ।
S
By Subhadra DasPublished: Sep 8, 2026, 03:50 PM •1 min read •2 Views
ଜୟପୁର: ଗୁଜରାଟର ଏକ ସ୍ୱତନ୍ତ୍ର DRI ଟିମ୍ ଜୟପୁରରେ ଚଢ଼ାଉ କରି ବାଘ ଛାଲ ଜବତ କରିଛି। ବାଘ ଛାଲ କାରବାର ଚାଲିଥିବା ବେଳେ ସ୍ୱତନ୍ତ୍ର ଗୁଇନ୍ଦା ଟିମ୍ ଚଢ଼ାଉ କରି ଏହି ବାଘ ଛାଲ ଜବତ କରିଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ଗୋଟିଏ ବାଘର ଛାଲ ଜବତ କରାଯିବା ସହ ଜଣେ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଏହା ସହିତ ଏକ କାର ମଧ୍ୟ ଜବତ କରାଯାଇଛି। ଜବତ ବାଘ ଛାଲ, ଅଭିଯୁକ୍ତ ଓ ଗାଡ଼ିକୁ ଜୟପୁର ବନାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବନ ବିଭାଗର ପ୍ରାଥମିକ ସୂଚନା ଅନୁସାରେ, ଜବତ ହୋଇଥିବା ବାଘ ଛାଲଟିକୁ ପ୍ରାୟ ୬ ମାସ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବାଘ ଛାଲର ଅବୈଧ କାରବାର ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି। ବନ ବିଭାଗର ସୂଚନା ଅନୁସାରେ, ଜୟପୁର ଇରିଗେସନ୍ କଲୋନୀ ଅଞ୍ଚଳର ବିଭୂତି ଭୂଷଣ ପାତ୍ର ଏହି ବାଘ ଛାଲ ଡିଲ୍ରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଚାଲିଛି।
S
Subhadra DasContent Writer
Comments0
Leave a Reply
Loading comments...
