ଫିଫା ବିଶ୍ୱକପରେ ଭାଏଗ୍ରା ନେବେ ଇଂଲଣ୍ଡ ଖେଳାଳୀ!
ଏତେ ଉଚ୍ଚରେ ଅକ୍ସିଜେନସ୍ତର କମ୍ ହେବା କାରଣରୁ ଖେଳାଳି ଅତି ଜଲଦି ଥକିପଡ଼ିବେ। ନିଃଶ୍ୱାସପ୍ରଶ୍ୱାସରେ କଷ୍ଟ ସହ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହି ଚ୍ୟାଲେଞ୍ଜକୁ ମୁକାବିଲା ଲାଗି ଇଂଲଣ୍ଡ ଟିମକୁ ବିକଳ୍ପ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଭାଏଗ୍ରା (Sildenafil) ର ବ୍ୟବହାର କରିପାରିବେ।

ମ୍ୟାଚ୍ ପୂର୍ବରୁ ଭାଏଗ୍ରା ନେଇପାରିବେ ଇଂଲଣ୍ଡ ଖେଳାଳୀ। ଆବଶ୍ୟକସ୍ଥଳେ ଭାଏଗ୍ରା ନେବାକୁ ମିଳିଲା ଅନୁମତି। ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ-୧୬ରେ ଆଜି ମେକ୍ସିକୋ ସହ ମୁକାବିଲା ଆଗରୁ ଇଂଲଣ୍ଡ ଖେଳାଳୀଙ୍କୁ କାହିଁକି ଏଭଳି ଅନୁମତି ମିଳିଲା ଜାଣନ୍ତୁ। ପ୍ରାରମ୍ଭରୁ ଏହା ଆଶ୍ଚର୍ଯ୍ୟଚକିତ କଲାଭଳି ଘଟଣା ଲାଗିବ। କିନ୍ତୁ ଏହା ପଛରେ ମେଡିକାଲ କାରଣ ରହିଛି। ଏହାର ଉଦ୍ଦେଶ୍ୟ ହେଉଛି, ଉଚ୍ଚାସ୍ଥାନରେ ଥିବା ଏଷ୍ଟଡିଓ ଏଜେଟକାରେ ହେବାକୁ ଥିବା ସମ୍ଭାବ୍ୟ ଥକ୍କାପଣ ଓ ଅସୁସ୍ଥତାର ପ୍ରଭାବକୁ ଏହା କମ୍ କରିବ। ଆଜି ମେକ୍ସିକୋ ସହରର ଐତିହାସିକ ଏଷ୍ଟାଡିଓ ଏଜଟେକାରେ ଏହି ଲଢ଼େଇ ହେବ। ଏହି ଷ୍ଟାଡିୟମ ସମୁଦ୍ରପତ୍ତନରୁ ପ୍ରାୟ ୭,୩୫୦ ଫୁଟ୍ ବା ପ୍ରାୟ ୨୨୪୦ମିଟର ଉଚ୍ଚରେ ଅଛି। ଏତେ ଉଚ୍ଚରେ ଅକ୍ସିଜେନସ୍ତର କମ୍ ହେବା କାରଣରୁ ଖେଳାଳି ଅତି ଜଲଦି ଥକିପଡ଼ିବେ। ନିଃଶ୍ୱାସପ୍ରଶ୍ୱାସରେ କଷ୍ଟ ସହ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହି ଚ୍ୟାଲେଞ୍ଜକୁ ମୁକାବିଲା ଲାଗି ଇଂଲଣ୍ଡ ଟିମକୁ ବିକଳ୍ପ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଭାଏଗ୍ରା (Sildenafil) ର ବ୍ୟବହାର କରିପାରିବେ। ଏହି ଔଷଧ ବିଶେଷ ଭାବେ Erectile Dysfunction ର ଚିକିତ୍ସା ଲାଗି ଦିଆଯାଏ। ଏହା ସହ ଶରୀରର ରକ୍ତକୋଷିକାକୁ ବିସ୍ତାର କରି ରକ୍ତପ୍ରବାହକୁ ଏହା ସୁଗମ କରିଥାଏ। ମେକ୍ସିକୋ ପାଇଁ ଏଷ୍ଟାଡିୟୋ ଷ୍ଟାଡିୟମ ସର୍ବଦା ମଝବୁତ ଗଡ଼ ହୋଇ ରହିଆସିଛି। ଚଳିତ ବିଶ୍ୱକପରେ ନିଜର ସମସ୍ତ ୪ଟି ଯାକ ମ୍ୟାଚ୍ ଜିତିଛି ମେକ୍ସିକୋ। ଏହି ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୮୯ ମୁକାବିଲାରୁ ମାତ୍ର ୨ଟି ହାରିଛି ମେକ୍ସିକୋ। ଶେଷଥର ୨୦୧୩ରେ ହାରିଥିଲା ମେକ୍ସିକୋ। ସେଥିଲାଗି ଇଂଲଣ୍ଡ ଭଳି ଟିମ୍ କେବଳ ମଝବୁତ ପ୍ରତିପକ୍ଷ ଟିମ୍ ନୁହେଁ। ବରଂ ଉଚ୍ଚସ୍ଥାନ ଓ ଘରୋଇ ମାହୋଲ ଭଳି ଚ୍ୟାଲେଞ୍ଜକୁ ବି ସାମ୍ନା କରିବାକୁ ପଡିବ। ରାଉଣ୍ଡଅଫ-୩୨ରେ ଇଂଲଣ୍ଡକୁ ବହୁ ମୁସ୍କିଲରେ ମିଳିଥିଲା ଜିତ୍। World Antidoping Agency (WADA) ଆଜି ଯାଏ ଭାଏଗ୍ରାକୁ ପ୍ରତିବନ୍ଧିତ ଔଷଧ ସୂଚୀରେ ସାମିଲ୍ କରିନି। ଇଭେଣ୍ଟ ବେଳେ ବା ବାହାରେ ଖେଳାଳୀ ଏହାର ବ୍ୟବହାର କରିପାରିବେ। WADA ଏହି ଔଷଧ ଉପରେ ଅନେକ ଅଧ୍ୟୟନ କରିଛି। ଗବେଷଣାରୁ ଜଣାପଡ଼ିଛି ଯେ, ସମୁଦ୍ର ତଳ ବା ସାମାନ୍ୟ ଉଚ୍ଚରେ ଏହାର ପ୍ରୟୋଗକୁ ଅନୁମତି ମିଳେନା। ବା କେହି ଏହାର ଅନୁଚିତ ଫାଏଦା ଯେମିତି ନେବେନି। ସେଥିଲାଗି ଏହି ଆଣ୍ଟି-ଡୋପିଂ ନିୟମ ଅନୁସାରେ ଏହାର ବ୍ୟବହାର ପୁରା ବୈଧ ଔଷଧ ଭାବେ ବିବେଚନା କରାଯାଏ। ପୂର୍ବରୁ ଫୁଟବଲ ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳାଳୀଙ୍କ ଫିଟନେସ, ଡାଏଟ, ଟ୍ରେନିଂ ଓ ରିକଭରି ସହ ଆଉ ଏକ ପ୍ରଶ୍ନ ବି ଉଙ୍କିମାରେ। ଖେଳାଳୀଙ୍କୁ ମ୍ୟାଚ ବେଳେ ସେକ୍ସରୁ ଦୂରେଇ ରହିବା ଉଚିତ କି। ଇଂଲଣ୍ଡ ଫୁଟବଲ ଟିମକୁ ନେଇ ଏହି ମୁଦ୍ଦା ଉପରେ ବେଶ୍ ଚର୍ଚ୍ଚା ହୋଇଛି। ସେକ୍ସରୁ ଦୂରେଇ ରହିଲେ, ଟେଷ୍ଟୋଷ୍ଟେରନ କ୍ଷୟ ହୁଏନା। ଖେଳାଳୀଙ୍କୁ ଅତିରିକ୍ତ ଶକ୍ତି ମିଳେ। ପାର୍ଟନରଙ୍କ ସହ ଖେଳାଳୀଙ୍କୁ ହୋଟେଲ ରୁମରେ ରହିବାକୁ ଅନୁମତି ଦେଇନଥିଲେ ଟିମ୍ ମ୍ୟାନେଜର ଥାମସ ଦୁଖେଲ। କିନ୍ତୁ ପରେ ଏହି ଫୈସଲାକୁ ବଦଳାଇଦେଇଥିଲେ।
