ଆଣ୍ଠୁରେ ସର୍ଜରୀ ଓ ଖରାପ ଫିଟନେସ ସତ୍ତ୍ୱେ ୩୪ ବର୍ଷୀୟ ନେମାର ଜୁନିୟରଙ୍କୁ ବିଶ୍ୱକପରେ ସାମିଲ୍ କରିଥିଲା ବ୍ରାଜିଲ୍ ଟିମ୍। ଆଶା ଥିଲା, ଶେଷ ପ୍ରୟାସରେ ବାଜି ମାରିବେ। ଆଉ ଏଭଳି ମହାନ ଖେଳାଳୀ ନିଜ କ୍ୟାରିଅରରେ ପ୍ରଥମ ଥର ବିଶ୍ୱକପ ଟ୍ରଫି ଉଠାଇବେ ବୋଲି ଏହାକୁ ଶେଷ ମଉକା ଭାବିଥିଲା ବ୍ରାଜିଲ୍।
ଏତେ ଉଚ୍ଚରେ ଅକ୍ସିଜେନସ୍ତର କମ୍ ହେବା କାରଣରୁ ଖେଳାଳି ଅତି ଜଲଦି ଥକିପଡ଼ିବେ। ନିଃଶ୍ୱାସପ୍ରଶ୍ୱାସରେ କଷ୍ଟ ସହ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହି ଚ୍ୟାଲେଞ୍ଜକୁ ମୁକାବିଲା ଲାଗି ଇଂଲଣ୍ଡ ଟିମକୁ ବିକଳ୍ପ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଭାଏଗ୍ରା (Sildenafil) ର ବ୍ୟବହାର କରିପାରିବେ।