ନିଟ୍ ବିବାଦ ଭିତରେ ହଟିଲେ ଶିକ୍ଷାସଚିବ
ଏହି ପରିବର୍ତ୍ତନ ଏମିତି ସମୟରେ ହୋଇଛି, ଯେତେବେଳେ NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଚାଲିଛି। ଶିକ୍ଷା ମନ୍ତ୍ରଣାଳୟ ଓ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ବିଶ୍ୱାସ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏହି ପ୍ରଶାସନିକ ପରିବର୍ତ୍ତନ କରିଥିବା ଚର୍ଚ୍ଚା ହେଉଛି।

ପେପର ଲିକ ମାମଲାରେ ସରକାରଙ୍କ ବଡ଼ ଆକ୍ସନ। ଶିକ୍ଷା ସଚିବ ବିନୀତ ଯୋଶୀଙ୍କୁ ହଟାଇଲେ କେନ୍ଦ୍ର ସରକାର। ନରେଶ ପାଲ ଗଙ୍ଗଓ୍ୱାର ହେଲେ ନୂଆ ଶିକ୍ଷା ସଚିବ। ଆଇଏଏସ ବୀନିତଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି। ଏନଟିଏ ନିର୍ଦେଶକ ଓ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ ବୀନିତ। ମଣିପୁରର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେ IIT କାନପୁରରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ IIFT, ନୂଆଦିଲ୍ଲୀରୁ MBA କରିଛନ୍ତି । ସେପଟେ୧୯୯୪ ବ୍ୟାଚ୍ର ରାଜସ୍ଥାନ କ୍ୟାଡରର ବରିଷ୍ଠ IAS ଅଧିକାରୀ ହେଉଛନ୍ତି ନରେଶ ପାଲ । ପୂର୍ବରୁ ସେ ପଶୁପାଳନ ଓ ଦୁଗ୍ଧ ବିଭାଗର ସଚିବ ଭାବେ କାର୍ଯ୍ୟରତ ଥିଲେ। ଏହି ପରିବର୍ତ୍ତନ ଏମିତି ସମୟରେ ହୋଇଛି, ଯେତେବେଳେ NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଦେଶବ୍ୟାପୀ ପ୍ରତିବାଦ ଚାଲିଛି। ଶିକ୍ଷା ମନ୍ତ୍ରଣାଳୟ ଓ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ବିଶ୍ୱାସ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଏହି ପ୍ରଶାସନିକ ପରିବର୍ତ୍ତନ କରିଥିବା ଚର୍ଚ୍ଚା ହେଉଛି। ନରେଶ ପାଲ ଗଙ୍ଗୱାର IIT ରୁଡ଼କୀରୁ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ବି.ଟେକ୍, IIT ଦିଲ୍ଲୀରୁ କମ୍ୟୁନିକେସନ୍ ଓ ରାଡାର ଇଞ୍ଜିନିୟରିଂରେ ଏମ୍.ଟେକ୍ ଏବଂ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ରାଜସ୍ଥାନ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିବା ସହ ସେ ଜାତୀୟ ସୌର ମିଶନର ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜସ୍ଥାନର ସୌର ଶକ୍ତି ନୀତି ପ୍ରସ୍ତୁତିରେ ମଧ୍ୟ ଭୂମିକା ନେଇଥିଲେ। ବୀନିତଙ୍କୁ ଶିକ୍ଷାସଚିବ ପଦରୁ ହଟାଇବା, ପେପର ଲିକ ମାମଲାରେ ଫାଷ୍ଟଟ୍ରାକ କୋର୍ଟ ଗଠନ ଓ ଆସନ୍ତା ସପ୍ତାହ ସୁଦ୍ଧା କଡ଼ା ଆଇନ ତିଆରିର ଲିଖିତ ପ୍ରତିଶୃତି ପରେ ଗଲା ରାତିରେ ସୋନମ ଓ୍ୱାଙ୍ଗଚୁକ ନିଜ ଅନଶନ ଭାଙ୍ଗିଥିଲେ। ଏନଟିଏର ପ୍ରଥମ ମହାନିର୍ଦେଶକ ଥିଲେ ବିନୀତ। ୨୦୧୮ରୁ ୨୦୨୧ ଯାଏ ବିନୀତ ଏନଟିଏ ବା ନାସନାଲ ଟେଷ୍ଟିଂ ଏଜେନ୍ସିର ମହାନିର୍ଦେଶକ ପଦରେ ନିୟୋଜିତ ଥିଲେ। ଗଲା କିଛି ବର୍ଷ ହେଲା JEE,CUET,UGC, NEET ରେ ପରୀକ୍ଷାରେ ଅନିୟମିତତା ଓ କେଳେଙ୍କାରୀକୁ ନେଇ ଏନଟିଏ ଲଗାତାର ପ୍ରଶ୍ନଘେରରେ ରହିଆସୁଥିଲା। ନିଟ ପେପର ଲିକ୍ ଓ ସିବିଏସଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମୂଲ୍ୟାୟନରେ ଗଡ଼ବଡ଼ି କାରଣରୁ ଅଢ଼େଇ ମାସ ହେଲା ଶିକ୍ଷାମନ୍ତ୍ରାଳୟ ବିବାଦର କେନ୍ଦ୍ରରେ ରହିଆସିଛି। ମଣିପୁରରେ ୨୦୨୩ରେ ଜାତିଆଣ ହିଂସାରୁ ପରିସ୍ଥିତି ବିଗିଡ଼ିବା ପରେ ବୀନିତଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ସିବିଏସଇରେ ବୀନିତଙ୍କ କାର୍ଯ୍ୟକାଳ ସମୟରେ ଅନେକ ନୂଆ ପ୍ରକ୍ରିୟା ବି ଆରମ୍ଭ ହୋଇଥିଲା। ଫେବୃଆରୀ ୨୦୨୦ରୁ ନଭେମ୍ୱର ୨୦୧୪ ଯାଏ ତାଙ୍କ ନେତୃତ୍ୱରେ ସିବିଏସଇରେ ମୂଲ୍ୟାଙ୍କନକୁ ନେଇ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା।
