ବାପାକୁ ବି ମାରିଥିଲା ଆୟୁଷି- ସମ୍ପତ୍ତି ପାଇଁ ମୂଳପୋଛ କରିବାକୁ ପଣ!
ଆୟୁଷି ଓ ତାଙ୍କ ଦାଦା ପୁଅ ଭାଇ ବଳରାମ ଉନ୍ନତମାନର ଚିକିତ୍ସା ଆଳରେ ତାଙ୍କୁ ସେଠାରେ ନେଇଗଲେ। ପ୍ରାୟ ୩ମାସ ଯାଏ ପରିବାରଠୁ ତାଙ୍କ ଠିକଣା ଲୁଚାଇରଖିଥିଲେ। ଦିନେ ଅଚାନକ ଆୟୁଷିର ମେସେଜ ଆସିଥିଲା।ଅନୁକମ୍ପା ଚାକିରୀ ସହ ସମ୍ପତ୍ତି ନିଜ ନାଁରେ କରିବାକୁ ପ୍ରୟାସ ଆରମ୍ଭ କରିଦେଇଥିଲା। ଏକୁଟିଆପଣ, ଘୃଣା, ଅନୁକମ୍ପା ଚାକିରୀ ଓ ସମ୍ପତ୍ତିକୁ ପାଇବାର ଜୋସ ପ୍ରମୁଖ କାରଣ

କେବଳ ମାଆକୁ ମାରିନଥିଲା। ବାପାଙ୍କୁ ବି ମର୍ଡର କରିଥିଲା ପୂର୍ବରୁ। ନିଜର ପୁରା ପରିବାରକୁ ନିଶ୍ଚିହ୍ନ କରିବାକୁ ଯେମିତି କରିଥିଲା ପଣ। ବାପା ବିଜୟ ଶର୍ମାଙ୍କ ଚାକିରୀ ଓ ସମ୍ପତ୍ତି ନେବାକୁ ମର୍ଡର କରିଥିଲା ଆୟୁଷି। ଆୟୁଷି ଉପରେ ଏଭଳି ଗମ୍ଭୀର ଆରୋପ ଲଦିଛନ୍ତି ଆୟୁଷିଙ୍କ ମାମଁ ରାକେଶ ଶର୍ମା। ରାକେଶଙ୍କ ଏତଲା ଅନୁସାରେ, ରାଜସ୍ଥାନ ହାଇକୋର୍ଟରେ କୋର୍ଟମାଷ୍ଟର ଥିଲେ ବିଜୟ ଶର୍ମା। ସେ ଲମ୍ୱା ସମୟ ଧରି ବେପାର ଥିଲେ। ଏପ୍ରିଲ ୨୦୨୫ରେ ସେ ଯେବେ ବେମାର ଥିଲେ, ତାଙ୍କ ସହ ଆୟୁଷି ଥିଲା। ରାକେଶଙ୍କ କହିବା କଥା, ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା। ହେଲେ ଆୟୁଷି ଓ ତାଙ୍କ ଦାଦା ପୁଅ ଭାଇ ବଳରାମ ଉନ୍ନତମାନର ଚିକିତ୍ସା ଆଳରେ ତାଙ୍କୁ ସେଠାରେ ନେଇଗଲେ। ପ୍ରାୟ ୩ମାସ ଯାଏ ପରିବାରଠୁ ତାଙ୍କ ଠିକଣା ଲୁଚାଇରଖିଥିଲେ। ଦିନେ ଅଚାନକ ଆୟୁଷିର ମେସେଜ ଆସିଥିଲା। ତାଙ୍କ ବାପା ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଯେତେବେଳେ ପରିବାର ପରିଜନ ହସ୍ପିଟାଲ ପହଞ୍ଚିଥିଲେ, ଡାକ୍ତର କହିଥିଲେ ବିଜୟଙ୍କ ଅଙ୍ଗପ୍ରତ୍ୟଙ୍ଗ ୯୦ ପ୍ରତିଶତ କାମ କରୁନି। ଆଉ ତାଙ୍କୁ ସେଠାରୁ ଘରକୁ ଆଣିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ରାକେଶଙ୍କ କହିବା କଥା, ତାଙ୍କ ଭଉଣୀର ପରିବାର ତରବରିଆ ଭାବେ ଗାଁକୁ ନେଇ ତାଙ୍କର ଅନ୍ତିମସଂସ୍କାର କରିଦେଇଥିଲେ। ବାପାଙ୍କ ମୃତ୍ୟୁ ପରେ ପରେ ଆୟୁଷି ଅନୁକମ୍ପା ଚାକିରୀକୁ ନେଇ କଥାବାର୍ତ୍ତା ଆରମ୍ଭ କରିଦେଇଥିଲା। ଅନୁକମ୍ପା ଚାକିରୀ ସହ ସମ୍ପତ୍ତି ନିଜ ନାଁରେ କରିବାକୁ ପ୍ରୟାସ ଆରମ୍ଭ କରିଦେଇଥିଲା। ଏ ବାବଦରେ କଥା ହେବାରୁ ପରିବାର ଲୋକଙ୍କ ଆଶଙ୍କା ହୋଇଥିଲା। ଆଉ ଏ ସବୁ କରିବାକୁ ଆୟୁଷିକୁ ତା ଦାଦା ପୁଅ ଭାଇ ବଳରାମ ଶିଖାଇଥିଲା। ମାଆ ନୀରଜ ଶର୍ମା ମର୍ଡର ମାମଲାରେ ଆୟୁଷିକୁ ଗିରଫ ପରେ ଚାଞ୍ଚଲ୍ୟକର ଖୁଲାସା କରିଛି ପୁଲିସ। ମାତ୍ର ୨୩ ବର୍ଷ। ହେଲେ ଏ ବୟସରେ ପାଲଟିଗଲା ହାର୍ଡକୋର କ୍ରିମିନାଲ। ଏତେ ହିଂସା ଓ ନିଷ୍ଠୁର କେମିତି ହୋଇପାରିଲା ଆୟୁଷି। ବିଏ ଏଲଏଲବିର ଶେଷବର୍ଷ ଛାତ୍ରୀ। ଆଇନ ପଢ଼ୁଥିଲା। ହେଲେ ବାପା ମାଆଙ୍କୁ ହତ୍ୟା କରି ତା ମୁହଁରେ ନା ଅଛି ସାମାନ୍ୟ ଅନୁଶୋଚନା ନା ପରିତାପର ଚିହ୍ନବର୍ଣ୍ଣ। ବହୁ ଚର୍ଚ୍ଚିତ ରାଜସ୍ଥାନ ଜୟପୁର ମର୍ଡର ମାମଲାରେ ଟ୍ୱିଷ୍ଟ ପରେ ଟ୍ୱିଷ୍ଟ ଆଗକୁ ଆସୁଛି। ୭ଲକ୍ଷ ଟଙ୍କାରେ ମାକୁ ମାରିବାକୁ ସୁପାରି ଦେଇଥିଲା ଆୟୁଷି ଶର୍ମା। ଆଗ ମା ଓ ଭାଇକୁ ଜୀଅନ୍ତା ଜଳେଇବାକୁ କରିଥିଲା ପ୍ରୟାସ। ଏଥିରେ ଫେଲ୍ ମାରିବା ପରେ ଜୁଲାଇ ୪ ତାରିଖରେ ସ୍କର୍ପିଓ ମଡ଼ାଇ ମାଆ ନୀରଜ ଶର୍ମାଙ୍କୁ ହତ୍ୟା କଲା। ଆଉ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ ହୋଇଥିଲା। ଏ ମାମଲାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ରାଜସ୍ଥାନ ଜୟପୁରର ଆୟୁଷି ଶର୍ମାଙ୍କ ହୃଦୟ କେତେ ପଥର ଥିଲା, ଏ ଘଟଣା ତାହାର ଉଦାହରଣ। ଯେଉଁ ଅଭିଯୁକ୍ତଙ୍କୁ ମାଆକୁ ହତ୍ୟା କରିବାକୁ ସୁପାରୀ ଦେଇଥିଲା, ସେମାନଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଥିଲା ଯେ, କୌଣସିମତେ ବି ମାଆ ବଞ୍ଚିବନି। ମାସକ ଆଗରୁ ଥାର ଗାଡ଼ି ମଡ଼ାଇ ମାରିବାକୁ କରିଥିଲା ପ୍ରୟାସ। କିନ୍ତୁ ସଫଳ ହୋଇନଥିଲା। ଆୟୁଷି ଚତୁରତାର ସହ ବାହାରକୁ ବାହାରି ସାଙ୍ଗାନେର ଚାଲିଯାଇଥିଲା। ଆଉ ସେ ଗଲା ପରେ ଅଭିଯୁକ୍ତ ଆକାଶ ଅନେକ ଜଳନ୍ତା ବସ୍ତୁ ଆୟୁଷି ଘରକୁ ଫିଙ୍ଗିଥିଲା। ନିଆଁ ଲାଗିଥିଲେ ନୀରଜ ଶର୍ମା ଓ ତାଙ୍କ ପୁଅ ଜୀଅନ୍ତା ଜଳି ମରିଥାଆନ୍ତେ। ଜୁନ୍ ୨୭ ଦିନ ପ୍ରାୟ ଗୋଟାଏ ବେଳେ ଆୟୁଷି ଘରକୁ ଆଗ ନଡ଼ିଆ ଫିଙ୍ଗିଥିଲା ଆକାଶ। ନଡ଼ିଆରେ କପଡ଼ା ଘୋଡ଼ାଇଥିଲା। ପରେ ଜଳନ୍ତା କପଡ଼ାର ଗୋଳା ଫିଙ୍ଗିଥିଲା। ସିସିଟିଭି ଫୁଟେଜରେ ଏସବୁର ହରକତ କଏଦ ହୋଇଛି। ଜଳନ୍ତା କପଡ଼ା ଗୋଳା ଘରର ସିଡ଼ିରେ ପଡ଼ିଥିଲା। ଆଉ ଆୟୁଷିର ଭାଇ ଏହି ଜଳନ୍ତା କପଡ଼ାର ଗୋଳାକୁ ମୋବାଇଲରେ ଭିଡ଼ିଓ କରିଥିଲେ। ଯାହାକୁ ପୁଲିସ ସିଜ୍ କରିଛି। ଦୁଇ ଦୁଇ ଥର ମାଆକୁ ମାରିବା ପ୍ରୟାସ ଫେଲ୍ ପରେ ତୃତୀୟ ଥର ସଫଳ ହୋଇଥିଲା ଆୟୁଷି। ଜୁଲାଇ ୪ ସଂଧ୍ୟାରେ ରେକି କରାଗଲା। ଆୟୁଷିଙ୍କ ମାଆ ଯେତେବେଳେ ପୁଅକୁ ଟ୍ୟୁସନ ଛାଡ଼ି ଫେରୁଥିଲେ। ସେତେବେଳେ ଅଭିଯୁକ୍ତ ମୋହିତ ଶର୍ମା ରେକି କରି ସୂଚନା ଦେଲା। ଆଉ ସୂଚନା ମିଳିବା ମାତ୍ରେ ଆକାଶ ଦ୍ରୁତଗତିର୍ ସ୍ପର୍ପିଓ ଆଣି ନୀରଜଙ୍କ ଉପରେ ମଡ଼ାଇଦେଲା। ସ୍ପର୍ପିଓ ଭିତରେ ଅରବିନ୍ଦ ଶର୍ମା ବି ଥିଲା। ଆଗ ଏହାକୁ ଦୁର୍ଘଟଣାଜନିତ ଦର୍ଶାଇବାକୁ ପ୍ରୟାସ ହୋଇଥିଲା। କିନ୍ତୁ ଆୟୁଷିଙ୍କ ମାମୁଁ ରାକେଶଙ୍କ ସନ୍ଦେହ ପରେ ପୁଲିସ ସବୁ ଦିଗକୁ ଛାନଭିନ କରି ସତ ପଦାକୁ ବାହାର କରିଥିଲା। ଏ ହତ୍ୟା ଘଟଣାରେ ନୀରଜ ଶର୍ମାଙ୍କ ଝିଅ ଆୟୁଷି ଶର୍ମା ଓ ତାଙ୍କ ବଡ଼ବାପା ମୋହନ ସ୍ୱରୂପଙ୍କୁ ଗିରଫ କରାଯାଇଛି। ଏହା ସହ ସ୍କର୍ପିଓ ଚଢ଼ାଇ ମାରିଥିବା ଆକାଶ ଶର୍ମା, ସ୍ପର୍ପିଓରେ ବସିଥିବା ଅରବିନ୍ଦ ଶର୍ମା, ରେକି କରିଥିବା ମୋହିତ ଶର୍ମା, ସୁପାରି ନେଇଥିବା ହେମନ୍ତ ଶର୍ମା ଓ ରୋହିତ ଜାଟବଙ୍କୁ ଗିରଫ କରାଯାଇଛି। ଏ ହତ୍ୟାକାଣ୍ଡରେ ଆୟୁଷିର ବଡ଼ବାପା ପୁଅ ଭାଇ ବଳରାମ ଓରଫ ରବି ବି ସାମିଲ ଥିଲା। ଯାହାକୁ ଗିରଫ କରିବାକୁ ପୁଲିସ ଖୋଜୁଛି। ପୁଲିସ କହିବା ଅନୁସାରେ, ସେ ହତ୍ୟକାଣ୍ଡର ସବୁ ଦିଗକୁ ଛାନଭିନ କରୁଛି। ତଦନ୍ତରେ ଏ କଥା ସ୍ପଷ୍ଟ ହେବ। ତେବେ ଏକୁଟିଆପଣ, ଘୃଣା, ଅନୁକମ୍ପା ଚାକିରୀ ଓ ସମ୍ପତ୍ତିକୁ ପାଇବାର ଜୋସ ପ୍ରମୁଖ କାରଣ ବୋଲି କୁହାଯାଉଛି।
