ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ବାଇକରୁ ଗଞ୍ଜେଇ ଜବତ
କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ ଅମାଠ ଛକ ନିକଟରେ ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି । ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମୃତ ଯୁବକଙ୍କ ମୋଟରସାଇକେଲରୁ ଗଞ୍ଜେଇ ଜବତ କରିଛି ।
କଳାହାଣ୍ଡି: ଜଣେ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ ଅମାଠ ଛକ ନିକଟରେ ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବର ପାଇ କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମୃତ ଯୁବକଙ୍କ ମୋଟରସାଇକେଲରୁ ଗଞ୍ଜେଇ ଜବତ କରିଛି । ଏହି ଘଟଣାସ୍ଥଳରେ ଆଉ ଦୁଇଜଣ ଯୁବକ ଏକ ନମ୍ବରବିହୀନ ମୋଟରସାଇକେଲରେ ଫେରାର ହୋଇଯାଇଛନ୍ତି । ସେମାନଙ୍କ ପରିଚୟ ଜାଣିବା ସହ ଠାବ କରିବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି। ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହା ଦୁର୍ଘଟଣା, ହତ୍ୟା ନା ଅନ୍ୟ କୌଣସି କାରଣରୁ ଘଟିଛି, ସେନେଇ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି। ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ଫେରାର ଯୁବକମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
