ସୁନା ପାଇଁ ଝଗଡ଼ା- ପ୍ରେମିକକୁ ଡାକି ସ୍ୱାମୀ ଓ ୪ ବର୍ଷର ପୁଅକୁ ମର୍ଡର
ସୁନାକୁ ନେଇ ପତିପତ୍ନୀଙ୍କ ଭିତରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ପତି ପତ୍ନୀ ଅଲଗା ଅଲଗା ରୁମକୁ ଚାଲିଯାଇଥିଲେ। ଏହା ପରେ ହରିଣୀ ତାଙ୍କ ପ୍ରେମିକ ବିନୟକୁ ଘରକୁ ଡାକିଥିଲେ। ଦୁହେଁ ମିଶି ଅଭିନନ୍ଦନକୁ ଆକ୍ରମଣ କରିଥିଲେ। ଆଉ ଅଭିନନ୍ଦନର ଗଳା ଚିପି ଦେଇଥିଲେ। ମାରିବା ବେଳେ ୪ ବର୍ଷର ପୁଅ ନିଦରୁ ଉଠିଯାଇଥିଲା।

ସ୍ୱାମୀ ସହ ଝଗଡ଼ା ହେଲା। ଆଉ ପତ୍ନୀ ନିଜ ପ୍ରେମିକକୁ ଡାକି କେବଳ ସ୍ୱାମୀକୁ ମାରିଲେନି। ତା ସହ ୪ ବର୍ଷର ପୁଅକୁ ବି ମାରିଦେଲା। ବେଙ୍ଗାଲୁରୁରେ ୩୪ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ୪ ବର୍ଷ ପୁଅର ଏଭଳି ନୃଂଶସ ହତ୍ୟାକ ନେଇ ସବୁଠୁ ହଇଚଇ। ପତ୍ନୀକୁ ପୁଲିସ ଗିରଫ କରିଥିଲା ବେଳେ ପ୍ରେମିକ ଫେରାର୍। ପତ୍ନୀ ହରିଣୀ ନିଜ ପ୍ରେମିକ ବିନୟ ସହଯୋଗରେ ସ୍ୱାମୀ ଓ ପୁଅକୁ ମାରିଦେଲା। ଉତ୍ତର ବେଙ୍ଗାଲୁରୁର ଚିକ୍କାବନାଓ୍ୱାରା ଏରିଆର ଘଟଣା। ଗୁଟ୍ଟେ ବସବେଶ୍ୱର ନଗରରେ ପତ୍ନୀ ହରିଣୀ ଓ ପୁଅ ସହ ରହୁଥିଲେ ଅଭିନନ୍ଦନ। ପୁଲିସ ଅନୁସାରେ, ଘଟଣା ପୂର୍ବରୁ ସୁନାକୁ ନେଇ ପତିପତ୍ନୀଙ୍କ ଭିତରେ ଝଗଡ଼ା ହୋଇଥିଲା। ଏଥିରେ ରାଗି ପତି ପତ୍ନୀ ଅଲଗା ଅଲଗା ରୁମକୁ ଚାଲିଯାଇଥିଲେ। ଏହା ପରେ ହରିଣୀ ତାଙ୍କ ପ୍ରେମିକ ବିନୟକୁ ଘରକୁ ଡାକିଥିଲେ। ଦୁହେଁ ମିଶି ଅଭିନନ୍ଦନକୁ ଆକ୍ରମଣ କରିଥିଲେ। ଆଉ ଅଭିନନ୍ଦନର ଗଳା ଚିପି ଦେଇଥିଲେ। ମାରିବା ବେଳେ ୪ ବର୍ଷର ପୁଅ ନିଦରୁ ଉଠିଯାଇଥିଲା। ସେଥିଲାଗି ତାକୁ ବି ମାରିଦେଲେ ଉଭୟ। ମର୍ଡର ପରେ ଘରେ ରକ୍ତର ଛିଟାକୁ ପୋଛିଥିଲେ। ଯେମିତି କାହାରି ସନ୍ଦେହ ରହିବନି। ଶବ ବ୍ୟବଛେଦ ପରେ ବାପ ପୁଅଙ୍କ ଶବକୁ ପୈତୃକ ଗାଁକୁ ପଠାଯାଇଛି।
