Bijnor Tractor Horror : ମଦ ଦୋକାନରେ ବଚସା, ଟ୍ରାକ୍ଚର ଚଢ଼ାଇ ୩ ଜଣଙ୍କୁ ମାରିଦେଲା
ୟୁପିର ବିଜନୋର ରେ ମଦ ପିଇବା ସମୟରେ ସାମାନ୍ୟ ବିବାଦ ହତ୍ୟାର ରୂପ ନେଇଥିଲା | ଝଗଡା ପରେ ଜଣେ ଯୁବକ ରାସ୍ତାକଡରେ ଠିଆ ହୋଇଥିବା ଲୋକଙ୍କ ଉପରେ ଦ୍ରୁତ ଗତିରେ ଟ୍ରାକ୍ଟର ଚଢେଇ ଦେଇଥିବାର ଅଭିଯୋଗ ହୋଇଛି | ଏହି ଘଟଣାରେ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଛି , ଯାହାଫଳରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା |

ଉତ୍ତରପ୍ରଦେଶ ବିଜନୋର ଜିଲ୍ଲାରେ ଗତକାଲି ରାତିରେ ପାଖାପାଖି ୮ଟାରେ ମଦ ପିଇବା ସମୟରେ ହୋଇଥିବା ବିବାଦ ପରେ ଦତ୍ତୀୟାନାରେ ରହୁଥିବା ଅଭିଯୁକ୍ତ ବୀରେନ୍ଦ୍ର ରାସ୍ତାକଡରେ ଛିଡ଼ାହୋଇ କଥାବାର୍ତ୍ତା ହୋଉଥିବା ଲୋକଙ୍କ ଉପରେ ଦ୍ରୁତଗତିରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲା | ଏହି ଘଟଣାରେ ଉଦୟବୀର, ବାବୁରାମ ଓ ମହେନ୍ଦ୍ରଙ୍କ ମୃତ୍ୟୁ ଘଟିଛି | ମଦ ଦୋକାନରେ ହୋଇଥିବା ସାମାନ୍ୟ ବଚସା ପରେ ଅଭିଯୁକ୍ତ ଏହି ଘଟଣା ଘଟାଇଥିବା ଜଣାପଡ଼ିଛି | ଘଟଣାରେ ଜଣେ ମହିଳା ଏବଂ ଅଭିଯୁକ୍ତ ଚାଳକ ବୀରେନ୍ଦ୍ର ମଧ୍ୟ ଆହତ ହୋଇଛନ୍ତି | ଘଟଣାସ୍ଥଳରେ ପହଞ୍ଚି ପୁଲିସ ତିନିଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି | ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ବଳ ମୁତୟନ କରାଯାଇଛି | କୁହାଯାଉଛି ଯେ ,ଦତ୍ତୀୟାନାରେ ଗାଁ'ରେ ବୀରେନ୍ଦ୍ର ଓ ଜମାଲୁଧୀଂପୁରରେ ସତବୀର ମଧ୍ୟରେ ମଦ ଦୋକାନରେ କୌଣସି କଥାକୁ ନେଇ ବିତର୍କ ହୋଇଥିଲା | ବିବାଦ ଶାନ୍ତ ହେବା ପରେ କିଛି ଲୋକ ରାସ୍ତାକଡରେ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ | ସେହି ସମୟରେ ବୀରେନ୍ଦ୍ର ଦ୍ରୁତ ଗତିରେ ଟ୍ରାକ୍ଟର ଆଣି ସିଧା ଲୋକମାନଙ୍କ ଉପରେ ଚଢାଇ ଦେଇଥିଲେ | ଧକ୍କା ଏତେ ଜୋରଦାର ଥିଲା ଯେ ବିଜୁଳିର ଖମ୍ବ ଭାଙ୍ଗିଯାଇଥିଲା ଓ ଟ୍ରାକ୍ଟର ଓଲଟି ପଡିଥିଲା |
ଟ୍ରାକ୍ଟରର ସିଧାସଳଖ ଧକ୍କାରେ ଉଦୟବୀର ଏବଂ ବାବୁରାମଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି |ଗଭୀର ଭାବେ ଆହତ ହୋଇଥିବା ମହେନ୍ଦ୍ରଙ୍କୁ ତାଙ୍କ ପରିବାର ବିଜନୋର ମେଡିକାଲ କେଲେଜକୁ ନେଇ ପହଞ୍ଚିଥିଲେ , ଯେଉଁଠି ସେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା | ଦୁର୍ଘଟଣା ଆହତ ଜଣେ ମହିଳାକୁ ଚାନ୍ଦପୁରରେ ଚିକିତ୍ସା ଚାଲିଛି ,ଯେବେକି ଓଲଟି ଥିବା ଟ୍ରାକ୍ଟର ଆହତ ହୋଇଥିବା ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |
ଏକାଥରେ ତିନିଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା | ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚଳାଇବା ଦାବିରେ ଜୋରଦାର ହଙ୍ଗାମା କରିଥିଲେ | ସେହି ସମୟରେ ପୋଲିସ ଓ ଗାଁଲୋକଙ୍କ ମଧ୍ୟରେ ତ୍ରୀବ୍ର ବିବାଦ ହୋଇଥିଲା | ବହୁ ଚେଷ୍ଟା ଏବଂ ବୁଝାସୁଝା ପରେ ପୋଲିସ ମୃତଦେହଗୁଡ଼ିକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଥିଲା | ଦୁଇଟି ଭିନ୍ନ ଗାଁ ସହ ଜଡ଼ିତ ମାମଲା ହୋଇଥିବାରୁ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି |
