Lucknow Double Murder:ଲକ୍ଷ୍ନୌରେ ଚାଞ୍ଚଲ୍ୟ- ଡାଟା କେବୁଲରେ ପତ୍ନୀ ଓ ଝିଅକୁ ମର୍ଡର
ପୁଲିସକୁ ଡାଏଲ ୧୧୨ରେ ଏହି ସୂଚନା ମିଳିଥିଲା। ସୂଚନା ଆଉ କେହି ନୁହେଁ, ହତ୍ୟାକାରୀ ହୋମଗାର୍ଡ ରବୀନ୍ଦ୍ର ହିଁ ଦେଇଥିଲା। ଦୁହେଁ ଶୋଇଥିଲା ବେଳେ ମାରିଥିଲା ରବୀନ୍ଦ୍ର। ରବୀନ୍ଦ୍ର ଓ ଶ୍ୟାମାଙ୍କ ଭିତରେ ପାରିବାରିକ ବିବାଦ ଚାଲିଥିଲା।

ଲକ୍ଷ୍ନୌରେ ଚାଞ୍ଚଲ୍ୟ। ପତ୍ନୀ ଓ ଝିଅକୁ ମର୍ଡର କଲା ହୋମଗାର୍ଡ। ଡାଟା କେବୁଲରେ ଗଳାକୁ ଚିପି ହତ୍ୟା କଲା। ପୁଲିସ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚୁରା କରୁଛି। ଲକ୍ଷ୍ମୌର କୃଷ୍ଣାନଗରରେ ହୋମଗାର୍ଡ ରବୀନ୍ଦ୍ର ଶଙ୍କର ଏହି ନାରକୀୟ କାଣ୍ଡ ଭିଆଇଛି। ୫୦ ବର୍ଷର ପତ୍ନୀ ଶ୍ୟାମା ଦୁଲାରୀ ଓ ୩୨ ବର୍ଷୀୟା ଝିଅ ପୂଜା ସାହୁକୁ ନିର୍ମମ ହତ୍ୟା କରିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ ବିବାଦରୁ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ଆଜି ସକାଳ ୬ଟାରେ ପୁଲିସକୁ ଡାଏଲ ୧୧୨ରେ ଏହି ସୂଚନା ମିଳିଥିଲା। ସୂଚନା ଆଉ କେହି ନୁହେଁ, ହତ୍ୟାକାରୀ ହୋମଗାର୍ଡ ରବୀନ୍ଦ୍ର ହିଁ ଦେଇଥିଲା। ଦୁହେଁ ଶୋଇଥିଲା ବେଳେ ମାରିଥିଲା ରବୀନ୍ଦ୍ର। ରବୀନ୍ଦ୍ର ଓ ଶ୍ୟାମାଙ୍କ ଭିତରେ ପାରିବାରିକ ବିବାଦ ଚାଲିଥିଲା। କିଛି ସମୟର ବିବାଦ ପରେ ଶ୍ୟାମା ଦୁଲାରୀ ଘରୁ ଅଳଙ୍କାର ନେଇ ଚାଲିଯାଇଥିଲେ। ଏହାକୁ ନେଇ ରବୀନ୍ଦ୍ର ଶଙ୍କର ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ। କିଛି ଦିନ ତଳେ ଶ୍ୟାମା ଦୁଲାରୀ ନିଜ ଘରକୁ ଫେରିଥିଲେ। ସେପଟେ ରବୀନ୍ଦ୍ରଙ୍କ ଝିଅ ପୂଜାଙ୍କ ପ୍ରଥମ ବିବାହ ୨୦୧୭ରେ ହୋଇଥିଲା। ପ୍ରଥମ ଛାଡ଼ପତ୍ର ପରେ ସେ ୨୦୨୨ରେ ଦ୍ୱିତୀୟ ବିବାହ କରିଥିଲେ। ହେଲେ ଦ୍ୱିତୀୟ ବିବାହ ବି ତିଷ୍ଠିଲାନି। ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ ବାପା ଘରେ ରହୁଥିଲେ ପୂଜା। ତେବେ ଏ ପୁରା ଦିଗକୁ ନେଇ ପୁଲିସ ତନାଘନା କରୁଥିବା ବେଳେ ମାରିବା ପଛରେ ଏହି କାରଣ ନା ଆଉ କିଛି, ତଦନ୍ତ ପରେ ସ୍ପଷ୍ଟ ହେବ।
