Thieves Caught Red-Handed : ରାତିରେ ଚୋରି, ଏବେ ପୋଲିସ କବ୍ଜାରେ
ଚୋରି କରି ଆଉ ବଞ୍ଚିପାରିଲେନି ଚୋର! ମୁନିଗୁଡ଼ା ପୋଲିସର ଜୋରଦାର ଚଢ଼ାଉରେ ଧରାପଡ଼ିଲେ ୫ ଅଭିଯୁକ୍ତ।
S
By Swarna Prava GiriPublished: Nov 25, 2026, 11:12 AM •1 min read •3 Views
ଗ୍ୟାସ୍ ସିଲିଣ୍ଡର ଚୋରି ରାକେଟ୍ର ପର୍ଦ୍ଦାଫାଶ କରିଛି ମୁନିଗୁଡ଼ା ପୋଲିସ | ଚଢ଼ାଉ କରି ଚୋରି ହୋଇଥିବା ୪୪ଟି ଗ୍ୟାସ ସିଲିଣ୍ଡର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ରାୟଗଡ଼ା ଜିଲ୍ଲାର ଭୈରବଗଡ଼ ନିକଟସ୍ଥ ଗ୍ରାମୀଣ ଜୈନ ଗ୍ୟାସ ଏଜେନ୍ସିର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ୪୬ଟି ଗ୍ୟାସ ସିଲିଣ୍ଡର ଚୋରି କରିଥିଲେ। ଏନେଇ ଅଭିଯୋଗ ପରେ ମୁନିଗୁଡ଼ା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦୀର୍ଘ ଦିନର ତଦନ୍ତ ପରେ ପୋଲିସ ଚଢ଼ାଉ କରି ଚୋରି ହୋଇଥିବା ୪୪ଟି ଗ୍ୟାସ ସିଲିଣ୍ଡର ଉଦ୍ଧାର କରିବାରେ ସଫଳ ହୋଇଛି। ଏଥିସହ ଚୋରି ଘଟଣାରେ ବ୍ୟବହୃତ ଏକ ପିକଅପ୍ ଭ୍ୟାନ୍ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତ ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଷିଖମା ଗ୍ରାମର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସର ତଦନ୍ତ ଜାରି ରହିଛି।
Comments0
Leave a Reply
Loading comments...
