Rajama Murder Case: ମୁଁ ରଜମ୍ମାର ସ୍ୱାମୀ- ମିଛ ଧରାପକାଇଦେଲା ହତ୍ୟାକାଣ୍ଡର ରହସ୍ୟ
ରାତି ପ୍ରାୟ ୮ଟାରେ ଅଜ୍ଞାତ ବ୍ୟକ୍ତି କେଶବ ଘରେ ପହଞ୍ଚିଥିଲେ। ସେମାନଙ୍କ ଭିତରୁ ଜଣେ ନିଜକୁ ରଜ୍ଜମାର ସ୍ୱାମୀ କହି ତାଙ୍କ ସାଙ୍ଗରେ ନିଜ ଘରକୁ ନେଇଯିବାକୁ କହିଥିଲା। କିନ୍ତୁ ରଜମ୍ମାଙ୍କ ଅସଲ ସ୍ୱାମୀ ଭେଙ୍କଟରଙ୍ଗାକୁ ଭଲ ଭାବେ ଜାଣିଥିଲା କେଶବ। ସେ ତୁରନ୍ତ ବୁଝିଗଲା ଯେ, ସାମ୍ନାରେ ଥିବା ଲୋକ ମିଛୁଆ।

ବହୁରୂପୀର ଏକ ମିଛ ଜଣେ ମହିଳାଙ୍କ ମର୍ଡରର କଲା ଖୁଲାସା। ୭ ବର୍ଷ ପରେ ହତ୍ୟାକାରୀରୁ ଆଜୀବନ ଜେଲ୍। ୨୦୧୯ର ଶୀତରାତିରେ ନିଜକୁ ରଜମ୍ମାଙ୍କ ସ୍ୱାମୀ କହୁଥିବା ଜଣେ ବହୁରୂପୀର ମିଛ ରଜମ୍ମା ହତ୍ୟାକାଣ୍ଡର ରହସ୍ୟକୁ ଖୋଲିବାରେ ପ୍ରମୁଖ ପ୍ରମାଣ ସାଜିଲା। କର୍ଣ୍ଣାଟକ ମହୀଶୁରରେ ରଜମ୍ମା ହତ୍ୟାକାଣ୍ଡର ରହସ୍ୟକୁ ଭେଦ କରିବାର କାହାଣୀ କୌଣସି କ୍ରାଇମ ଥ୍ରିଲର ଫିଲ୍ମ ଭଳି ଥିଲା। ୨୦୧୯ର ଶୀତ ରାତିରେ କୁହାଯାଇଥିବା ଏକ ମିଛର ଖିଅକୁ ଧରି ସାଢ଼େ ୩ ମାସ ପରେ ପୁଲିସ ସିଧା ହତ୍ୟାକାରୀ ଓ ଶବର ଠିକଣା ଯାଏ ପହଞ୍ଚାଇଦେଇଥିଲା। ଏମିତିରେ ୭ ବର୍ଷ ପରେ ମହୀଶୁରର ଏକ ଅଦାଲତ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ୍ ଦଣ୍ଡ ଦେଇଛନ୍ତି। ମାମଲା କର୍ଣ୍ଣାଟକର ଚାମରାଜନଗରର। ୪୨ ବର୍ଷୀୟା ରଜମ୍ମା କୋଡ଼ାଗୁ ବିରାଜପେଟର ଏକ ଇଷ୍ଟେଟରେ ମଜଦୁରୀ କରୁଥିଲେ। ତାଙ୍କ ସ୍ୱାମୀ ଭେଙ୍କଟରଙ୍ଗା ପୂର୍ବରୁ ରେଞ୍ଜ ଫରେଷ୍ଟ ଅଫିସର ଓ ଏମ.କେଶବ ନାମକ ବ୍ୟକ୍ତି ତାଙ୍କ ସରକାରୀ ଘରେ ମାଳି କାମ କରୁଥିଲେ। ଡିସେମ୍ୱର ୨୦୧୯ରେ ଯେବେ କେଶବଙ୍କ ପତ୍ନୀ ମା ହୋଇଥିଲେ ଆଉ ଏହା ପରେ ସେ ମହୀଶୁରର ଟି.ନରସୀପୁରାରେ ନିଜ ଭଉଣୀ ଘରେ ରହୁଥିଲେ। ଘରର କାମରେ ସହଯୋଗ ଲାଗି ଭେଙ୍କଟରଙ୍ଗା ନିଜ ପତ୍ନୀ ରଜମ୍ମାଙ୍କୁ ସେଠାକୁ ପଠାଇଦେଇଥିଲେ। କେଶବ ସପ୍ତାହକରେ ଥରେ ନିଜ ପତ୍ନୀଙ୍କୁ ଭେଟିବାକୁ ସେଠାକୁ ଯାଉଥିଲେ। ଡିସେମ୍ୱର ୨୨,୨୦୧୯ରେ ରାତି ପ୍ରାୟ ୮ଟାରେ
ଅଜ୍ଞାତ ବ୍ୟକ୍ତି କେଶବ ଘରେ ପହଞ୍ଚିଥିଲେ। ସେମାନଙ୍କ ଭିତରୁ ଜଣେ ନିଜକୁ ରଜ୍ଜମାର ସ୍ୱାମୀ କହି ତାଙ୍କ ସାଙ୍ଗରେ ନିଜ ଘରକୁ ନେଇଯିବାକୁ କହିଥିଲା। କିନ୍ତୁ ରଜମ୍ମାଙ୍କ ଅସଲ ସ୍ୱାମୀ ଭେଙ୍କଟରଙ୍ଗାକୁ ଭଲ ଭାବେ ଜାଣିଥିଲା କେଶବ। ସେ ତୁରନ୍ତ ବୁଝିଗଲା ଯେ, ସାମ୍ନାରେ ଥିବା ଲୋକ ମିଛୁଆ। ଯେତେବେଳେ ସେମାନଙ୍କ ନାଁ ପଚାରିଲା, ସେମାନଙ୍କ ନାଁ ମହେଶ ଓ ସୋମନ୍ନା କହିଥିଲେ। କେଶବ ତୁରନ୍ତ ଭେଙ୍କଟରଙ୍ଗାକୁ ଫୋନ୍ କରିଥିଲେ। ଆଉ ଏ ସବୁ ଶୁଣି ସେମାନଙ୍କ ସହ ରଜମ୍ମାଙ୍କୁ ନ ପଠାଇବାକୁ ଭେଙ୍କଟରଙ୍ଗା କହିଥିଲେ। ତା ପରେ ଦିନ ରଜମ୍ମାଙ୍କୁ ସୁରକ୍ଷିତ ଭାବେ ନିଜ ସ୍ୱାମୀ ଘରକୁ ପଠାଇଦେଇଥିଲେ। ତେବେ ଏହାର ୫ ସପ୍ତାହ ପରେ ଜାନୁଆରୀ ୨୮,୨୦୨୦ରେ ରଜମ୍ମା ନିଜ ଗାଁକୁ ଯାଇଥିଲେ। ମନ୍ଦିର ଯାଉଛି କହି ଆଉ ଫେରିନଥିଲେ। ତାଙ୍କ ଫୋନ୍ ବି ସ୍ୱିଚଅଫ୍ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ରଜମ୍ମାଙ୍କ ୧୯ ବର୍ଷୀୟ ପୁଅ ଶ୍ରୀନିବାସ ଥାନାରେ ନିଖୋଜ ଏତଲା ଦାୟର କରିଥିଲେ। ଦେଢ଼ ମାସ ଯାଏ କୌଣସି ସୁରାକ ମିଳିନଥିଲା। ଆଉ ଏ ମାମଲାରେ ସବୁଠୁ ବଡ଼ ମୋଡ ଆସିଲା ମାର୍ଚ୍ଚ ୧୨, ୨୦୨୦ରେ। ନରସିପୁରା ବସଷ୍ଟାଣ୍ଡ
ପାଖରେ କେଶବ ଦ୍ୱିପ୍ରହରରେ ଛିଡ଼ା ହୋଇଥିଲା ବେଳେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ପଚାରିଥିଲା, ତାଙ୍କୁ ଚିହ୍ନିପାରିଲେନି କି। ଆଉ ତାଙ୍କୁ ମନେ ପକାଇଦେଲେ ଯେ, ସେ ଡିସେମ୍ୱରରେ ମହେଶାଙ୍କ ସହ ତାଙ୍କ ଘରକୁ ଯାଇଥିଲେ। ଆଉ ଏବେ ପୁଣି ଥରେ ଆସିବାର ଅଭିପ୍ରାୟ ପଚାରିବାରୁ ସୋମନ୍ନା ଯେଉଁ ରହସ୍ୟ ଖୋଲିଲେ, କେଶବର ହୋସ୍ ଉଡ଼ିଗଲା। ସୋମନ୍ନା କହିଥିଲା, ଟଙ୍କା ବିବାଦକୁ ନେଇ ମହେଶ ଜାନୁଆରୀ ୨୮ରେ ରଜମ୍ମାଙ୍କୁ ହତ୍ୟା କରିଦେଇଛି। ମର୍ଡରର ୩ ଦିନ ପରେ ଦୁଇ ଅନ୍ୟ ସାଥୀଙ୍କ ସହ ମିଶି ଶବକୁ ଏକ ଫାର୍ମହାଉସର ପାଖ ନାଳ କଡ଼ରେ ପୋତିଦେଇଥିଲେ। କେଶବ ତୁରନ୍ତ ଏ କଥା ରଜମ୍ମାଙ୍କ ପୁଅକୁ କହିବା ପରେ ଥାନାରେ ହତ୍ୟା ମାମଲା ରୁଜୁ କରି ତଦନ୍ତକୁ ତ୍ୱରାନ୍ୱିତ କରାଯାଇଥିଲା। ତଦନ୍ତରେ ଜଣାପଡ଼ିଥିଲା, ରଜମ୍ମା ଓ ମହେଶଙ୍କ ଭିତରେ ସମ୍ପର୍କ ଥିଲା। ଆଉ ଟଙ୍କାକୁ ନେଇ ବି ବିବାଦ ଥିଲା। ମାମଲାରେ ୨୩ ସାକ୍ଷୀ ଓ ୬୩ ଦସ୍ତାବିଜ ଆଧାରରେ ଅକ୍ଟୋବର
୩୧ରେ ମହେଶକୁ ହତ୍ୟା ଓ ପ୍ରମାଣ ନଷ୍ଟ ସକାଶେ ଆଜୀବନ ଜେଲ୍ ଦଣ୍ଡ ଦେଇଛନ୍ତି ଅଦାଲତ। ୧ ଲକ୍ଷ ଟଙ୍କା ଜରିମାନା ବି ଲଗାଇଛନ୍ତି। ଶବକୁ ଠିକଣା ଲଗାଇଥିବା ଦୁଇ ବୃଦ୍ଧ ଚୌଦେୟା ଓ ମହାଦେବାକୁ ସେମାନଙ୍କ ବୟସ ଓ ବେମାର କାରଣରୁ ୩ ବର୍ଷ ଲେଖାଏଁ ସାଧାରଣ କଏଦ ଓ ୧୦ ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରିଛନ୍ତି।
