Argument leads to shooting:ଯୁକ୍ତି ତର୍କରୁ ଗୁଳିକାଣ୍ଡ:ଯୁବକଙ୍କ ମୃତ୍ୟୁ
ଅନୁଗୋଳ ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁ ନିମସାହି ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଯୁକ୍ତି ତର୍କରୁ ବନ୍ଧୁକରୁ ଗୁଳି ଫୁଟିଥିଲା |
P
By Priti Chhanda BeheraPublished: Oct 7, 2026, 09:33 PM •1 min read •1 Views
ଅନୁଗୋଳ:ଅନୁଗୋଳ ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁ ନିମସାହି ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକଜଣକ ହେଲେ ବନ୍ତଳା ଗ୍ରାମର ଶରତ ଚନ୍ଦ୍ର ପ୍ରଧାନଙ୍କ ପୁଅ ସୁଶାନ୍ତ ପ୍ରଧାନ (୩୫) । ଘଟଣାରୁ ପ୍ରକାଶ ଯେ ସେହି ଗ୍ରାମରେ ଜଣେ ଲୋକଙ୍କ ସହ ତାଙ୍କର ଯୁକ୍ତି ତର୍କ ହୋଇଥିଲା। ଯୁକ୍ତି ତର୍କ ଏତେ ଆଗକୁ ବଢିଥିଲା ଯେ ବନ୍ଧୁକରୁ ଗୁଳି ଫୁଟିଥିଲା । ଗୁଳି ସୁଶାନ୍ତଙ୍କ ଦେହରେ ବାଜିବାରୁ ସଙ୍ଗେ ସଙ୍ଗେ ସେ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ମେଡିକାଲରେ ଚିକିତ୍ସା କରାଇଥିଲେ। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଏପଟେ ଗୁଳିକାଣ୍ଡର ସ୍ପଷ୍ଟ କାରଣ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ଘଟଣାକୁ ନେଇ ବନ୍ତଳା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
Tags:#Angul
Comments0
Leave a Reply
Loading comments...
