Murder Mystery in Katak: କାଠଯୋଡ଼ିରେ ମୃତ୍ୟୁ ରହସ୍ୟ!
କଟକ କାଠଯୋଡ଼ି ନଦୀ ପଠାରେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ବାଦାମବାଡ଼ି ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ର ତଦନ୍ତ ଜାରି। ଘଟଣାସ୍ଥଳରୁ ଶୋଇବା ସପ୍ ଓ ରୋଷେଇ ସାମଗ୍ରୀ ଜବତ। ମୃତ ମହିଳାଙ୍କ ପରିଚୟ ଏଯାଏଁ ଅସ୍ପଷ୍ଟ।
S
By Swarna Prava GiriPublished: Oct 8, 2026, 05:06 PM •1 min read •4 Views
କଟକ କାଠଯୋଡ଼ି ନଦୀ ପଠାରେ ବିଭତ୍ସ ହତ୍ୟା ! ସିଟି କଲେଜ ସମୁଖ ନଦୀ ପଠାରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା | ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟ ଦେହ ଉଦ୍ଧାର | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ସାଇଣ୍ଟିଫିକ ଟିମ ,ଡ଼ଗ ସ୍କ୍ୱାର୍ଡ ଓ ବାଦାମବାଡ଼ି ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି । ତେବେ ମହିଳାଙ୍କ ପରିଚୟ ମିଳି ପାରିନାହିଁ | ତେବେ ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ବୋଲି ଅନୁମାନ କରିଛି ପୋଲିସ | ଘଟଣା ସ୍ଥଳରେ ଏକ ଶୋଇବା ସପ , ରୋଷେଇ ସାମଗ୍ରୀ ଜବତ କରାଯାଇଛି | ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଘଟଣାସ୍ଥଳରେ ଜଣେ ମହିଳାଙ୍କ ଚୁଟି କଟାଯାଇଥିବା ଦେଖିବାକୁ ମିଳିଛି | ତେବେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ନାଁ ଏହାପଛରେ ଆଉ କିଛି ରହସ୍ୟ ରହିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି |
Comments0
Leave a Reply
Loading comments...
