Why CoPilot Attack:କକପିଟରେ କାହିଁକି ଛୁରି ମାରିଲେ କୋ-ପାଇଲଟ?
ଆକ୍ରମଣ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇନି ବୋଲି ୟୁଏଇରେ ଇସ୍ରାଏଲ ରାଷ୍ଟ୍ରଦୂତ କହିଛନ୍ତି। ସେଥିଲାଗି କୌଣସି ନିଷ୍କର୍ସରେ ପହଞ୍ଚିବା ଠିକ୍ ହେବନି। ଇସ୍ରାଏଲ ଗୁଇନ୍ଦା ଏଜେନ୍ସି ଏ ମାମଲାର ତଦନ୍ତ କରୁଛି।

ଫ୍ଲାଏଦୁବାଇର ଫ୍ଲାଇଟରେ ଭାରତୀୟ ପାଇଲଟ ସ୍ମିତଙ୍କ ଉପରେ ଛୁରିରେ ଆକ୍ରମଣ କରିଛନ୍ତି କୋ-ପାଇଲଟ। ଓମାନର ଅଟନ୍ତି କୋ-ପାଇଲଟ। ତେବେ ଆକ୍ରମଣ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇନି ବୋଲି ୟୁଏଇରେ ଇସ୍ରାଏଲ ରାଷ୍ଟ୍ରଦୂତ କହିଛନ୍ତି। ସେଥିଲାଗି କୌଣସି ନିଷ୍କର୍ସରେ ପହଞ୍ଚିବା ଠିକ୍ ହେବନି। ଇସ୍ରାଏଲ ଗୁଇନ୍ଦା ଏଜେନ୍ସି ଏ ମାମଲାର ତଦନ୍ତ କରୁଛି। ଫ୍ଲାଏଦୁବାଇ ଘଟଣା ପରେ ବୁଧବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ୟୁଏଇର ରାଷ୍ଟ୍ରପତିଙ୍କ ସହ ବି କଥାବାର୍ତ୍ତା କରିଛନ୍ତି। ଆକ୍ରମଣ ପଛରେ ତମାମ ଦିଗକୁ ତର୍ଜମା କରାଯାଉଛି। କେଉଁ ପରିସ୍ଥିତିରେ ଓମାନର କୋ-ପାଇଲଟ କକପିଟରେ ଆକ୍ରମଣ କରିଥିଲେ ସ୍ମିତ ମଛାରଙ୍କୁ। ସ୍ମିତଙ୍କୁ କୋ-ପାଇଲଟ ଛୁରା ମାଡ଼ କଲା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଇଥିଲା। ଏତିକିବେଳେ ବିମାନ ଅଚାନକ ହଜାରେ ଫୁଟ ତଳକୁ ଖସିବାକୁ ଲାଗିଲା। ଏ ଘଟଣା ବିମାନରେ ଯାତ୍ରୀ ଓ କ୍ରୁ-ମେମ୍ୱରଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଛିଡ଼ା କରିଛି। ଆକ୍ରମଣରେ ସିନା ସ୍ମିତ ଗୁରୁତର ଆହତ ହୋଇଥିଲେ। ହେଲେ ସେ ସାହସ ହାରିଲେନି। ଆକ୍ରମଣକାରୀ କୋ-ପାଇଲଟଙ୍କୁ ମୁକାବିଲା କରିବା ସହ କକପିଟ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହା ପରେ ଯାତ୍ରୀ ଓ କ୍ରୁ-ମେମ୍ୱର ଆକ୍ରମଣକାରୀକୁ କାବୁ କରିଥିଲେ। ଆଉ ଏହି ସମୟରେ ଯାତ୍ରୀ ଓ କ୍ରୁ-ମେମ୍ୱରଙ୍କ ସୁରକ୍ଷା ସୁନିଶ୍ଚିତ ଲାଗି ପ୍ରୟାସ କରାଯାଇଥିଲା। ଘଟଣା ପରେ ବିମାନରେ ଥିବା ସମସ୍ତ ୧୭୪ ଲୋକଙ୍କୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଥିଲା। ବିମାନକୁ ସାଉଦିଆରବର ତବୁକ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରାଯାଇଥିଲା। ଛୁରା ମାଡ଼ କରିଥିବା କୋ-ପାଇଲଟ ୮ ମାସ ତଳେ ଫ୍ଲାଏଦୁବାଇରେ ଜଏନ କରିଥିଲେ।
