Israel New Govt Formation:ଇସ୍ରାଏଲରେ ନୂଆ ସରକାର: ନେତାନ୍ୟାହୁଙ୍କ ହାତରୁ ଖସିପାରେ କ୍ଷମତା
ଇସ୍ରାଏଲର ରାଜନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ। ଦୀର୍ଘଦିନ ଧରି ଇସ୍ରାଏଲର ଶାସନ କ୍ଷମତାରେ ଥିବା ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହଟାଇ ନୂଆ ସରକାର ଗଠନ ପାଇଁ ବିରୋଧୀ ନେତା ଆଇଜେନକୋଟଙ୍କୁ ସୁଯୋଗ ମିଳିଛି। ୪୨ ଦିନ ଭିତରେ ତାଙ୍କୁ ସଂସଦରେ ଅତିକମରେ ୬୧ ଜଣ ସାଂସଦଙ୍କ ସମର୍ଥନ ଯୋଗାଡ଼ କରିବାକୁ ପଡ଼ିବ।

ରବିବାର ରାତିରେ ଇସ୍ରାଏଲର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ, ସେ ନେଇ ପଥ ପରିଷ୍କାର କରିଦେଇଛନ୍ତି ରାଷ୍ଟ୍ରପତି ହେରଜୋଗ। ଜେରୁସାଲେମରେ ଏକ ଉତ୍ସବରେ ଗାଦି ଆଇଜନକୋଟଙ୍କ ପାଖରେ ବହୁମତ ଥିବାରୁ ତାଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି। ଆଇଜନକୋଟଙ୍କୁ ଆଗ ୨୮ ଦିନର ମହଲତ ଦିଆଯାଇଛି। ସେ ମ୍ୟାଜିକ୍ ନମ୍ୱର ୬୧ ଆସନ ସହ ମେଣ୍ଟ ସରକାର ଗଠନ ଲାଗି ପ୍ରସ୍ତୁତ ବୋଲି ପ୍ରମାଣିତ କରିବାକୁ ପଡ଼ିବ। ତାଙ୍କୁ ବହୁମତ ପ୍ରମାଣିତ ଲାଗି ଆଉ ୧୪ ଦିନ ଏକ୍ସଟେନସନ ବି ଦିଆଯାଇପାରେ। ଅକ୍ଟୋବର ୨୭ରେ ହୋଇଥିବା ସାଧାରଣ ନିର୍ବାଚନରେ ନା ବେଞ୍ଜାମିନ ନେତାନ୍ୟାହୁ ନା ଗାଦି ଆଇଜନକୋଟଙ୍କ ମେଣ୍ଟ। କେହି ବି ବହୁମତ ହାସଲ କରିପାରିନଥିଲେ। ଆଇଜନକୋଟଙ୍କ ୪ ଟି ମେଣ୍ଟ ଦଳ ମୋଟ ୪୮ ଆସନ ଜିତିଥିଲା। ଆଇଜନକୋଟଙ୍କ ୟାସାର ପାର୍ଟି ୨୧ ସିଟ୍ ହାତେଇଛି। ଆଉ ନେତାନ୍ୟାହୁ ଧାର୍ମିକ ରାଷ୍ଟ୍ରବାଦୀ ଗଠବନ୍ଧନ ସହ ୫୩ ସିଟ୍ ଜିତିଥିଲେ। ଯଦିଓ ନେତାନ୍ୟାହୁଙ୍କ ଲିକୁଡ ପାର୍ଟି ୨୭ ଆସନ ଜିତି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି। କିନ୍ତୁ ବହୁମତ ହାସଲ କରିବାକୁ ଆଉ ଦରକାର ଥିଲା ୮ ଆସନ। ଆଉ ୧୯ ସିଟ୍ ଜିତି ଆରବ ପାର୍ଟି କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା। ଆଉ ସମୟ ଗଡ଼ିବା ସହ ଆଇଜନକୋଟଙ୍କୁ ଆରବ ପାର୍ଟି ସମର୍ଥନ କରିବା ପରେ ତାଙ୍କ ମେଣ୍ଟର ସଂଖ୍ୟା ୬୭ରେ ପହଞ୍ଚିସାରିଛି। ଯାହାକି ମ୍ୟାଜିକ ନମ୍ୱରରୁ ଅଧିକ ୬ଟି ଆସନ ଆଇଜନକୋଟଙ୍କ ପାଖରେ ଅଛି। ଇସ୍ରାଏଲର ରାଜନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ। ଦୀର୍ଘଦିନ ଧରି ଇସ୍ରାଏଲର ଶାସନ କ୍ଷମତାରେ ଥିବା ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହଟାଇ ନୂଆ ସରକାର ଗଠନ ପାଇଁ ବିରୋଧୀ ନେତା ଆଇଜେନକୋଟଙ୍କୁ ସୁଯୋଗ ମିଳିଛି। ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ନଭେମ୍ୱର ୭ ତାରିଖରେ ଆଇଜେନକୋଟଙ୍କୁ ସରକାର ଗଠନ ପାଇଁ ଡାକିବା ନେଇ ନିଜର ନିଷ୍ପତ୍ତି ଜଣାଇଥିଲେ। ଆଉ ରବିବାର ଅର୍ଥାତ୍ ୮ ତାରିଖରେ ତାଙ୍କୁ ଆନୁଷ୍ଠାନିକ ଭାବେ ସରକାର ଗଠନର ଦାୟିତ୍ୱ ଦିଆଯାଇଛି।
କାହିଁକି ଆଇଜେନକୋଟଙ୍କୁ ବାଛିଲେ ରାଷ୍ଟ୍ରପତି?
ଇସ୍ରାଏଲରେ ଅକ୍ଟୋବର ୨୭, ୨୦୨୬ରେ ସଂସଦୀୟ ନିର୍ବାଚନ ହୋଇଥିଲା। ନିର୍ବାଚନରେ କୌଣସି ମେଣ୍ଟ ୧୨୦ ଆସନ ବିଶିଷ୍ଟ ସଂସଦରେ ୬୧ ଆସନର ବହୁମତ ହାସଲ କରିପାରିନଥିଲା। ସରକାର ଗଠନ ପାଇଁ ରାଷ୍ଟ୍ରପତି ବିଭିନ୍ନ ରାଜନୈତିକ ଦଳର ମତାମତ ନେଇଥିଲେ। ୬୭ ଜଣ ସାଂସଦ ଆଇଜେନକୋଟଙ୍କୁ ସମର୍ଥନ କରିଥିଲେ। ୪୬ ଜଣ ସାଂସଦ ନେତାନ୍ୟାହୁଙ୍କୁ ସମର୍ଥନ କରିଥିଲେ। ୭ ଜଣ ସାଂସଦ କୌଣସି ନେତାଙ୍କ ନାମ ସୁପାରିସ କରିନଥିଲେ। ଏହି ସୁପାରିସକୁ ଆଧାର କରି ରାଷ୍ଟ୍ରପତି ଆଇଜେନକୋଟଙ୍କୁ ପ୍ରଥମ ସୁଯୋଗ ଦେଇଛନ୍ତି।
କିଏ ଏହି ଗାଦି ଆଇଜେନକୋଟ?
ସେ ଇସ୍ରାଏଲର ପୂର୍ବତନ ସେନାମୁଖ୍ୟ। ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ IDF ମୁଖ୍ୟ ଥିଲେ। ୟାଶର୍ (Yashar) ଦଳର ନେତା। ନେତାନ୍ୟାହୁଙ୍କ ଜଣେ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ। ସେନାରେ ଦୀର୍ଘ ଅଭିଜ୍ଞତା ପରେ ଆଇଜେନକୋଟ ରାଜନୀତିକୁ ଆସିଥିଲେ। ଇସ୍ରାଏଲର ସୁରକ୍ଷା, ସାମରିକ ସେବାରେ ସମାନତା ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ତାଙ୍କର ପ୍ରମୁଖ ରାଜନୈତିକ ପ୍ରସଙ୍ଗ।
ନୂଆ ସରକାର ଗଠନ ପାଇଁ କେତେ ଦିନ ସମୟ?
ଆଇଜେନକୋଟଙ୍କୁ ସରକାର ଗଠନ ପାଇଁ ପ୍ରଥମେ ୨୮ ଦିନ ସମୟ ଦିଆଯାଇଛି।ପ୍ରଥମ ପର୍ଯ୍ୟାୟ: ୨୮ ଦିନ। ଆବଶ୍ୟକ ପଡ଼ିଲେ: ଆଉ ୧୪ ଦିନର ସମ୍ପ୍ରସାରଣ। ମୋଟ ସମ୍ଭାବ୍ୟ ସମୟ: ୪୨ ଦିନ। ଏହି ସମୟ ମଧ୍ୟରେ ତାଙ୍କୁ ସଂସଦରେ ଅତିକମରେ ୬୧ ଜଣ ସାଂସଦଙ୍କ ସମର୍ଥନ ଯୋଗାଡ଼ କରିବାକୁ ପଡ଼ିବ।
ଆଇଜେନକୋଟଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ କ'ଣ?
ତାଙ୍କ ସାମ୍ନାରେ ମୁଖ୍ୟତଃ ତିନୋଟି ବିକଳ୍ପ ରହିଛି।
1. ଆରବ ଦଳଗୁଡ଼ିକର ବାହ୍ୟ ସମର୍ଥନ ନେଇ ସରକାର ଗଠନ।
2. ଅଲଟ୍ରା ଅର୍ଥୋଡକ୍ସ ଧାର୍ମିକ ଦଳଗୁଡ଼ିକୁ ନିଜ ମେଣ୍ଟରେ ସାମିଲ କରିବା।
3. ନେତାନ୍ୟାହୁଙ୍କ ଲିକୁଡ୍ ଦଳର କିଛି ସାଂସଦଙ୍କ ସମର୍ଥନ ହାସଲ କରିବା।
କିନ୍ତୁ ଏହି ସବୁ ବିକଳ୍ପରେ ରାଜନୈତିକ ମତଭେଦ ରହିଛି। ଆଇଜେନକୋଟ ଏକ ଜାତୀୟ ଜରୁରୀକାଳୀନ ସରକାର ଗଠନ କରିବା କଥା କହିଛନ୍ତି। ସେଥିପାଇଁ ଆବଶ୍ୟକ ହେଲେ ଅସାଧାରଣ ରାଜନୈତିକ ପଦକ୍ଷେପ ନେବାକୁ ମଧ୍ୟ ସେ ସଙ୍କେତ ଦେଇଛନ୍ତି।
ଯଦି ଆଇଜେନକୋଟ ସରକାର ଗଠନ କରିନପାରନ୍ତି?
ଯଦି ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ସରକାର ଗଠନ କରିବାରେ ବିଫଳ ହୁଅନ୍ତି, ତେବେ ରାଷ୍ଟ୍ରପତି ଅନ୍ୟ ଜଣେ ସାଂସଦଙ୍କୁ ସୁଯୋଗ ଦେଇପାରିବେ। ଏହି ସୁଯୋଗ ନେତାନ୍ୟାହୁଙ୍କୁ ମଧ୍ୟ ମିଳିପାରେ। ଯଦି କୌଣସି ନେତା ସରକାର ଗଠନ କରିବାରେ ସଫଳ ନହୁଅନ୍ତି, ତେବେ ଇସ୍ରାଏଲରେ ପୁଣି ନିର୍ବାଚନ ହେବାର ସମ୍ଭାବନା ରହିଛି। ସେପର୍ଯ୍ୟନ୍ତ ନେତାନ୍ୟାହୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ରହିବେ।
ଏହାର ମଧ୍ୟପ୍ରାଚ୍ୟ ରାଜନୀତି ଉପରେ ପ୍ରଭାବ
ନୂଆ ସରକାର ଗଠନ ହେଲେ ଇସ୍ରାଏଲର ଗାଜା ଯୁଦ୍ଧ, ଇରାନ ସହ ସମ୍ପର୍କ, ଲେବାନନର ହିଜବୁଲ୍ଲା ସହ ବିବାଦ ଏବଂ ଆମେରିକା ସହ ସମ୍ପର୍କ ଉପରେ ପ୍ରଭାବ ପଡ଼ିପାରେ।ତେଣୁ ଏହି ସରକାର ଗଠନ ପ୍ରକ୍ରିୟା କେବଳ ଇସ୍ରାଏଲର ଘରୋଇ ରାଜନୀତି ନୁହେଁ, ବରଂ ସମଗ୍ର ମଧ୍ୟପ୍ରାଚ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।
