Paraguay President House Arrest:ବ୍ୟାଙ୍କ ଘୋଟାଲାରୁ ବରଖାସ୍ତ ହେଲେ ରାଷ୍ଟ୍ରପତି
ବରଖାସ୍ତ ପରେ ଏବେ ଗୃହବନ୍ଦୀ ପେନା। ଦେଶର ସିନେଟରେ ତାଙ୍କ ବିରୁଦ୍ଧରେ ଚାଲିଥିବା ମହାଭିଯୋଗ ପ୍ରସ୍ତାବ ପୂର୍ଣ୍ଣ ବହୁମତ ସହ ପାରିତ ହୋଇଛି।ଉଏନୋ ବ୍ୟାଙ୍କ ବନ୍ଦ କାରଣରୁ ୩୦ଲକ୍ଷ ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ଖାତା ଓ କାର୍ଡ ଅଚାନକ ଫ୍ରିଜ୍ ହୋଇଗଲା। ଏହାକୁ ନେଇ ପୁରା ଦେଶରେ ଆକ୍ରୋଶ ଚରମସୀମାରେ ପହଞ୍ଚିଥିଲା। ବିଶ୍ୱାସଘାତ ଓ ପଦର ଦୁରୁପଯୋଗ ଭଳି ଗମ୍ଭୀର ଆରୋପ ଥିଲା ପେନାଙ୍କ ଉପରେ।

ପାରାଗୁଏର ବଡ଼ ବ୍ୟାଙ୍କ ଘୋଟାଲାକୁ ନେଇ ବଡ଼ ହଇଚଇ। ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କୁ କରାଗଲା ବରଖାସ୍ତ। ବରଖାସ୍ତ ପରେ ଏବେ ଗୃହବନ୍ଦୀ ପେନା। ଦେଶର ସିନେଟରେ ତାଙ୍କ ବିରୁଦ୍ଧରେ ଚାଲିଥିବା ମହାଭିଯୋଗ ପ୍ରସ୍ତାବ ପୂର୍ଣ୍ଣ ବହୁମତ ସହ ପାରିତ ହୋଇଛି। ୪୪ରୁ ୪୪ ସାଂସଦ ତାଙ୍କୁ ପଦରୁ ହଟାଇବା ଲାଗି ସ୍ୱାକ୍ଷର କରିଥିଲେ। ସମସ୍ତ ୪୪ ସାଂସଦ ସର୍ବସମ୍ମତିକ୍ରମେ ତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ। ଆଉ ଏହି ଫୈସଲା ସହ ଦକ୍ଷିଣ ଆମେରିକାର କୁହାଯାଉଥିବା ସବୁଠୁ ସ୍ଥିର ସରକାରରେ ଗୋଟିଏର ଅନ୍ତ ଘଟିଲା। ଏ ପୁରା ରାଜନୈତିକ ସଂକଟ ସେବେଠୁ ଆରମ୍ଭ ହେଲାଣି। ଯେବେ ନିୟାମକ ଦେଶର ବଡ଼ ଡିଜିଟାଲ ବ୍ୟାଙ୍କ ଉଏନୋ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଉଏନୋ ବ୍ୟାଙ୍କ ବନ୍ଦ କାରଣରୁ ୩୦ଲକ୍ଷ ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ଖାତା ଓ କାର୍ଡ ଅଚାନକ ଫ୍ରିଜ୍ ହୋଇଗଲା। ଏହାକୁ ନେଇ ପୁରା ଦେଶରେ ଆକ୍ରୋଶ ଚରମସୀମାରେ ପହଞ୍ଚିଥିଲା। ବିଶ୍ୱାସଘାତ ଓ ପଦର ଦୁରୁପଯୋଗ ଭଳି ଗମ୍ଭୀର ଆରୋପ ଥିଲା ପେନାଙ୍କ ଉପରେ। ବ୍ୟାଙ୍କର ଆର୍ଥିକ ଅନିୟମିତତା, ସରକାରୀ ହସ୍ତକ୍ଷେପ ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗକୁ ନେଇ ଏହି ବିବାଦ ଦେଖାଦେଇଛି।
କାହିଁକି ଗୃହବନ୍ଦୀ ହେଲେ ସାଣ୍ଟିଆଗୋ ପେନା?
ପାରାଗୁଏର ପୂର୍ବତନ ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କ ବିରୋଧରେ ୟୁଏନୋ ବ୍ୟାଙ୍କ ସଙ୍କଟ ସହ ଜଡ଼ିତ କେତେକ ଅଭିଯୋଗର ତଦନ୍ତ ଚାଲିଥିଲା।
ମୁଖ୍ୟ ଅଭିଯୋଗଗୁଡ଼ିକ ହେଲା:
ବିଶ୍ୱାସଭଙ୍ଗ ଏବଂ ଆର୍ଥିକ ଅନିୟମିତତା।
ସରକାରୀ କ୍ଷମତାର ଅପବ୍ୟବହାର।
ବ୍ୟାଙ୍କ କାରବାରରେ ରାଜନୈତିକ ହସ୍ତକ୍ଷେପ।
ସରକାରୀ ଅର୍ଥର ସମ୍ଭାବ୍ୟ ଦୁରୁପଯୋଗ।
ତେବେ ଏସବୁ ଅଭିଯୋଗ ଏଯାଏଁ ପ୍ରମାଣିତ ହୋଇନାହିଁ। ପେନା ମଧ୍ୟ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।
କ'ଣ ଏହି ୟୁଏନୋ ବ୍ୟାଙ୍କ ସଙ୍କଟ?
ପାରାଗୁଏର ଏକ ପ୍ରମୁଖ ଡିଜିଟାଲ୍ ବ୍ୟାଙ୍କ ହେଉଛି ୟୁଏନୋ ବ୍ୟାଙ୍କ। ଏହି ବ୍ୟାଙ୍କକୁ ନେଇ ଆର୍ଥିକ ସଙ୍କଟ ଦେଖାଦେବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିଲା।କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ହସ୍ତକ୍ଷେପ କରାଯାଇଥିଲା।ପ୍ରାୟ ୨୯.୪ ଲକ୍ଷ ଗ୍ରାହକ ଏହି ବ୍ୟାଙ୍କ ସହ ଜଡ଼ିତ ଥିଲେ। ଗ୍ରାହକମାନେ ନିଜ ଜମା ଟଙ୍କା ଉଠାଇବାରେ ସମସ୍ୟା ହେଉଥିବା ଅଭିଯୋଗ କରିଥିଲେ। ପ୍ରାୟ ୩୨ ହଜାର ପେନସନଭୋଗୀଙ୍କ ଟଙ୍କା ପୈଠକୁ ନେଇ ମଧ୍ୟ ଚିନ୍ତା ବଢ଼ିଥିଲା। ଏହି ଘଟଣା ପରେ ସରକାରଙ୍କ ଆର୍ଥିକ ପରିଚାଳନା ଉପରେ ପ୍ରଶ୍ନ ଉଠିଥିଲା
କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟଙ୍କ ଭୂମିକା କ'ଣ?
ପାରାଗୁଏର କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଲୋସ୍ କାରଭାଲୋ ମଧ୍ୟ ଏହି ମାମଲାରେ ତଦନ୍ତ ପରିସରକୁ ଆସିଥିଲେ। ନଭେମ୍ୱର ୩ ତାରିଖରେ ସେ ଇସ୍ତଫା ଦେଇଥିଲେ।ୟୁଏନୋ ବ୍ୟାଙ୍କର ପୂର୍ବତନ ଆର୍ଥିକ ପରିଚାଳନା ସହ ତାଙ୍କ ସମ୍ପର୍କ ଥିଲା।ବ୍ୟାଙ୍କର ତଦାରଖ ଏବଂ ଆର୍ଥିକ ଅନିୟମିତତାକୁ ନେଇ ତଦନ୍ତ ଚାଲିଛି।
କିପରି କ୍ଷମତାରୁ ହଟିଲେ ପେନା?
ୟୁଏନୋ ବ୍ୟାଙ୍କ ସଙ୍କଟକୁ ନେଇ ରାଜନୈତିକ ଚାପ ବଢ଼ିବା ପରେ ପାରାଗୁଏ ସଂସଦରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହୋଇଥିଲା ନଭେମ୍ୱର ୬ରେ ସିନେଟ୍ରେ ପେନାଙ୍କୁ ପଦରୁ ହଟାଇବା ପାଇଁ ଭୋଟିଂ ହୋଇଥିଲା।ଉପସ୍ଥିତ ୪୪ ଜଣ ସିନେଟର ତାଙ୍କୁ ହଟାଇବା ସପକ୍ଷରେ ଭୋଟ୍ ଦେଇଥିଲେ। ଉପରାଷ୍ଟ୍ରପତି ପେଡ୍ରୋ ଆଲିଆନା ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।
ଏହି ଘଟଣା କାହିଁକି ଗୁରୁତ୍ୱପୂର୍ଣ୍ଣ?
ପାରାଗୁଏର ଏହି ଘଟଣା କେବଳ ଗୋଟିଏ ବ୍ୟାଙ୍କର ଆର୍ଥିକ ସଙ୍କଟ ନୁହେଁ। ଏହା ଦେଶର ରାଜନୀତି, ବ୍ୟାଙ୍କିଂ ବ୍ୟବସ୍ଥା ଓ ସରକାରୀ ଆର୍ଥିକ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି।ବ୍ୟାଙ୍କିଂ ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ପ୍ରଭାବିତ ହୋଇଛି।ରାଜନୈତିକ ନେତୃତ୍ୱର ଦାୟିତ୍ୱକୁ ନେଇ ଚର୍ଚ୍ଚା ବଢ଼ିଛି।ସାଧାରଣ ଜମାକାରୀଙ୍କ ଟଙ୍କାର ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ହୋଇଛି।ଦେଶର ଆର୍ଥିକ ସ୍ଥିରତା ଉପରେ ପ୍ରଶ୍ନ ଉଠିଛି।
କିଏ ଏହି ସାଣ୍ଟିଆଗୋ ପେନା? ପାରାଗୁଏର ରାଷ୍ଟ୍ରପତିଙ୍କ ଜୀବନୀ, ରାଜନୈତିକ ଯାତ୍ରା ଓ ବିବାଦ
ସାଣ୍ଟିଆଗୋ ପେନା ପାଲାସିଓସ୍ ହେଉଛନ୍ତି ପାରାଗୁଏର ଜଣେ ଅର୍ଥନୀତିଜ୍ଞ ଓ ରାଜନେତା। ସେ ୧୫ ଅଗଷ୍ଟ ୨୦୨୩ରେ ପାରାଗୁଏର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ। ୨୦୨୩ର ନିର୍ବାଚନରେ ବିଜୟୀ ହୋଇ ସେ ଦେଶର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ। ନଭେମ୍ବର ୨୦୨୬ରେ ୟୁଏନୋ ବ୍ୟାଙ୍କ ବିବାଦକୁ ନେଇ ତାଙ୍କ ନାମ ଚର୍ଚ୍ଚାକୁ ଆସିଛି। ମାତ୍ର ୧୭ ବର୍ଷ ବୟସରେ ସେ ପିତା ହୋଇଥିଲେ। ପରେ ଲେଟିସିଆ ଓକାମ୍ପୋସ୍ଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନୀ ଜଣେ ସ୍ଥପତି ବା ଆର୍କିଟେକ୍ଟ। ପେନା ଅର୍ଥନୀତିଜ୍ଞ ଓ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ଅଭିଜ୍ଞତା ତାଙ୍କୁ ଦେଶର ଅର୍ଥନୀତିକ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଏକ ପରିଚୟ ଦେଇଥିଲା।
୩. ରାଜନୈତିକ ଯାତ୍ରା
୨୦୧୫–୨୦୧୭: ଅର୍ଥମନ୍ତ୍ରୀ
ପାରାଗୁଏର ତତ୍କାଳୀନ ରାଷ୍ଟ୍ରପତି ହୋରାସିଓ କାର୍ଟେସ୍ଙ୍କ ସରକାରରେ ସେ ଅର୍ଥମନ୍ତ୍ରୀ ଭାବେ କାମ କରିଥିଲେ।
୨୦୧୭: ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ପ୍ରୟାସ
କଲୋରାଡୋ ପାର୍ଟିର ଆଭ୍ୟନ୍ତରୀଣ ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଲଢ଼ିଥିଲେ। କିନ୍ତୁ ସଫଳ ହୋଇନଥିଲେ।
୨୦୨୨: ଦ୍ୱିତୀୟ ପ୍ରୟାସ
ପୁଣିଥରେ ଦଳୀୟ ନିର୍ବାଚନରେ ଭାଗ ନେଇ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ।
୩୦ ଏପ୍ରିଲ୍ ୨୦୨୩: ନିର୍ବାଚନରେ ବିଜୟ
ପାରାଗୁଏର ରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ୪୨.୭୪ ପ୍ରତିଶତ ଭୋଟ୍ ପାଇ ବିଜୟୀ ହୋଇଥିଲେ।
୧୫ ଅଗଷ୍ଟ ୨୦୨୩: ରାଷ୍ଟ୍ରପତି ଭାବେ ଶପଥ
୨୦୨୩ରେ ସେ ପାରାଗୁଏର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ଥିଲା।
କିଏ ଏହି ହୋରାସିଓ କାର୍ଟେସ୍? ପେନାଙ୍କ ସହ ସମ୍ପର୍କ କ'ଣ?
ହୋରାସିଓ କାର୍ଟେସ୍ ହେଉଛନ୍ତି ପାରାଗୁଏର ପୂର୍ବତନ ରାଷ୍ଟ୍ରପତି ଓ କଲୋରାଡୋ ପାର୍ଟିର ଜଣେ ପ୍ରଭାବଶାଳୀ ନେତା। ସାଣ୍ଟିଆଗୋ ପେନାଙ୍କ ରାଜନୈତିକ ଉତ୍ଥାନରେ କାର୍ଟେସ୍ଙ୍କ ସମର୍ଥନ ଗୁରୁତ୍ୱପୂର୍ଣ୍ଣ ଥିଲା।କାର୍ଟେସ୍ ପେନାଙ୍କ ରାଜନୈତିକ ଯାତ୍ରାକୁ ସମର୍ଥନ କରିଥିଲେ।ପେନା କାର୍ଟେସ୍ଙ୍କ ସମର୍ଥିତ ରାଜନୈତିକ ଗୋଷ୍ଠୀରୁ ଆଗକୁ ବଢ଼ିଥିଲେ।ପେନାଙ୍କ ନିଷ୍ପତ୍ତି ଉପରେ କାର୍ଟେସ୍ଙ୍କ ପ୍ରଭାବ ରହିଛି କି ନାହିଁ, ତାହାକୁ ନେଇ ଦେଶରେ ରାଜନୈତିକ ଚର୍ଚ୍ଚା ହୋଇଛି।
