Nahid Islam Attacked:ଲଣ୍ଡନରେ ବାଂଲାଦେଶୀ ପିଟାପିଟି
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମର୍ଥକ ଓ ଏନସିପି ନେତା ନାହିଦ ଇସଲାମଙ୍କ ସମର୍ଥକଙ୍କ ଭିତରେ ସଂଘର୍ଷ।ଆଓ୍ୱାମି ଲିଗ୍ ସମର୍ଥକମାନେ କାର୍ଯ୍ୟକ୍ରମ ଭେନ୍ୟୁ ବାହାରେ ଅଣ୍ଡା ଓ ପାଣି ବୋତଲ ମାଡ଼ କରି ଉଗ୍ର ପ୍ରଦର୍ଶନ କରିଥିଲେ। ଘଟଣାକୁ ନେଇ ବାଂଲାଦେଶର ରାଜନୀତିରେ ପୁଣି ଉତ୍ତେଜନା ବଢ଼ିଛି

ଲଣ୍ଡନରେ ବାଂଲାଦେଶୀଙ୍କ ଭିତରେ ସଂଘର୍ଷ। ଆୱାମି ଲିଗ୍ ଓ ଏନସିପି ସମର୍ଥକଙ୍କ ଭିତରେ ହିଂସା। ୫ ଆହତ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମର୍ଥକ ଓ ଏନସିପି ନେତା ନାହିଦ ଇସଲାମଙ୍କ ସମର୍ଥକଙ୍କ ଭିତରେ ସଂଘର୍ଷ। ରେମଫୋର୍ଡ ସ୍ଥିତ ମେଫେୟାର ଭେନ୍ୟୁରେ ନାହିଦ ଇସଲାମଙ୍କ ସ୍ୱାଗତ ସମାରୋହ ଉତ୍ସବ ଥିଲା। ତେବେ ଉତ୍ସବ ସରିବା ପରେ ତାଙ୍କ ଏନସିପି ପାର୍ଟିର ସମର୍ଥକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ହାସିନାଙ୍କ ପାର୍ଟି ଆଓ୍ୱାମି ଲିଗ୍ ସମର୍ଥକଙ୍କ ଭିତରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଆଓ୍ୱାମି ଲିଗ୍ ସମର୍ଥକମାନେ କାର୍ଯ୍ୟକ୍ରମ ଭେନ୍ୟୁ ବାହାରେ ଅଣ୍ଡା ଓ ପାଣି ବୋତଲ ମାଡ଼ କରି ଉଗ୍ର ପ୍ରଦର୍ଶନ କରିଥିଲେ। ଏହି ହିଂସ୍ରିକ ସଂଘର୍ଷରେ ୫ଜଣ ଆହତ ହୋଇଛନ୍ତି। ଆହତଙ୍କୁ କିଙ୍ଗସ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାହାରେ ଏଭଳି ସଂଘର୍ଷ ଚାଲିଥିଲା ବେଳେ ହୋଟେଲର ପଛପଟୁ ବାହାରି ଯାଇଥିଲେ ନାହିଦ। ଏଭଳି ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଏହାର ନିରପେକ୍ଷ ତଦନ୍ତ ଲାଗି ବ୍ରିଟେନ ସରକାରଙ୍କ ପାଖରେ ଦାବି କରିଛନ୍ତି ନାହିଦ।ବାଂଲାଦେଶର ରାଜନୈତିକ ହିଂସା ଏବେ ବ୍ରିଟେନର ଲଣ୍ଡନ ସହରରେ ପହଞ୍ଚିଛି। ବାଂଲାଦେଶର NCPନେତା ନାହିଦ ଇସଲାମଙ୍କୁ ଦିଆଯାଇଥିବା ଏକ ସ୍ୱାଗତ ସମାରୋହ ପରେ ଆୱାମୀ ଲିଗ୍ ଓ NCP ସମର୍ଥକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଥିଲା।ଘଟଣାକୁ ନେଇ ବାଂଲାଦେଶର ରାଜନୀତିରେ ପୁଣି ଉତ୍ତେଜନା ବଢ଼ିଛି। ପ୍ରାୟ ୨୦ ମିନିଟ୍ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଗୋଡ଼ାଗୋଡ଼ି ଓ ମାରପିଟ୍ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଲଣ୍ଡନ ପୋଲିସ ଲାଠିଚାଳନା କରିଥିବା ରିପୋର୍ଟରେ କୁହାଯାଇଛି। ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ବ୍ରିଟେନରେ ରହୁଥିବା ବାଂଲାଦେଶୀ ସମୁଦାୟର କିଛି ସଦସ୍ୟ ନାହିଦ ଇସଲାମଙ୍କ ପାଇଁ ଏହି ସ୍ୱାଗତ ସମାରୋହ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଆୱାମୀ ଲିଗ୍ ସମର୍ଥକମାନେ ହଲ୍ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ଆୟୋଜକ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ:କାର୍ଯ୍ୟକ୍ରମକୁ ଆସୁଥିବା ଅତିଥିଙ୍କ ଉପରେ ଅଣ୍ଡା ଓ ପାଣି ବୋତଲ ଫିଙ୍ଗାଯାଇଥିଲା।କିଛି ଅତିଥିଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।କାର୍ଯ୍ୟକ୍ରମ ସରିବା ପରେ ଉଭୟ ପକ୍ଷ ମଧ୍ୟରେ ଗୋଡ଼ାଗୋଡ଼ି ଆରମ୍ଭ ହୋଇଥିଲା।ପରେ ଏହା ରାସ୍ତାରେ ମାରପିଟ୍ର ରୂପ ନେଇଥିଲା।
ଘଟଣା ପରେ ନାହିଦ ଇସଲାମ ନିଜର Verified Facebook ଆକାଉଣ୍ଟରେ ଏକ ବୟାନ ଜାରି କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ: ଆୱାମୀ ଲିଗ୍ର କିଛି କର୍ମୀ ସାଧାରଣ ବାଂଲାଦେଶୀ ପ୍ରବାସୀ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ।ଏହା କେବଳ ପ୍ରବାସୀଙ୍କ ସୁରକ୍ଷା ନୁହେଁ, ଗଣତାନ୍ତ୍ରିକ ସ୍ୱାଧୀନତା ପ୍ରତି ମଧ୍ୟ ବିପଦ।ବ୍ରିଟେନ ସରକାର ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
ନାହିଦ ଆହତଙ୍କୁ ହସ୍ପିଟାଲରେ ଭେଟିଥିଲେ। ଲଣ୍ଡନ ଘଟଣା ପୂର୍ବରୁ ନଭେମ୍ବର ୧୪ ତାରିଖରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ପରିସରରେ ମଧ୍ୟ ନାହିଦ ଇସଲାମଙ୍କୁ ହଇରାଣ କରିବାକୁ ଆୱାମୀ ଲିଗ୍ ସମର୍ଥକମାନେ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।
ସେଠାରେ ଏକ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ ତାଙ୍କ କାର୍ ସାମ୍ନାରେ କିଛି ଲୋକ ଏକାଠି ହୋଇଥିଲେ। NCP ସମର୍ଥକମାନେ ତାଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିଥିଲେ।
କିଏ ଏହି ନାହିଦ ଇସଲାମ?
ନାହିଦ ଇସଲାମ ବାଂଲାଦେଶର ଜଣେ ଯୁବ ରାଜନେତା।୨୦୨୪ ମସିହାରେ ବାଂଲାଦେଶର ଛାତ୍ର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଚେହେରା।ଶେଖ୍ ହସିନା ସରକାର ବିରୋଧୀ ଜୁଲାଇ ଜନଆନ୍ଦୋଳନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।
ପରେ National Citizen Party (NCP) ଗଠନରେ ସାମିଲ ହୋଇଥିଲେ।ବର୍ତ୍ତମାନ ସେ ବାଂଲାଦେଶ ସଂସଦରେ ବିରୋଧୀ ଦଳର Chief Whip ଏବଂ NCPର Convenor।
ଶେଖ୍ ହସିନାଙ୍କ ସହ ଏହି ବିବାଦର ସମ୍ପର୍କ କ'ଣ?
ଏହି ଘଟଣା ପଛରେ ବାଂଲାଦେଶର ୨୦୨୪ ରାଜନୈତିକ ପରିବର୍ତ୍ତନର ପ୍ରଭାବ ରହିଛି। ୨୦୨୪ ଅଗଷ୍ଟ ୫ରେ ଛାତ୍ର ଜନଆନ୍ଦୋଳନ ପରେ ଶେଖ୍ ହସିନାଙ୍କ ସରକାରର ପତନ ହୋଇଥିଲା। ହସିନା ଭାରତକୁ ଚାଲିଯାଇଥିଲେ।
୨୦୨୫ ମେ'ରେ ବାଂଲାଦେଶ ସରକାର ଆୱାମୀ ଲିଗ୍ର ସମସ୍ତ କାର୍ଯ୍ୟକଳାପ ଉପରେ ନିଷେଧାଦେଶ ଲଗାଇଥିଲେ। ୨୦୨୬ ନଭେମ୍ବରରେ ହସିନା ଡିସେମ୍ବରରେ ବାଂଲାଦେଶ ଫେରିବାର ଇଚ୍ଛା ପ୍ରକାଶ କରିଛନ୍ତି।
ହସିନାଙ୍କ ବିରୋଧରେ ୨୦୨୪ ଆନ୍ଦୋଳନ ସମୟରେ ହୋଇଥିବା ଦମନଲୀଳାକୁ ନେଇ ମାନବତା ବିରୋଧୀ ଅପରାଧରେ ମୃତ୍ୟୁଦଣ୍ଡ ରାୟ ହୋଇଛି। ହସିନା ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ଏହି ଘଟଣାର ରାଜନୈତିକ ପ୍ରଭାବ କ'ଣ ହୋଇପାରେ?
1. ବାଂଲାଦେଶର ରାଜନୈତିକ ଶତ୍ରୁତା ଏବେ ବିଦେଶରେ ରହୁଥିବା ବାଂଲାଦେଶୀ ସମୁଦାୟ ମଧ୍ୟରେ ମଧ୍ୟ ପ୍ରଭାବ ପକାଉଛି।
2. ଆୱାମୀ ଲିଗ୍ ଓ ଜୁଲାଇ ଆନ୍ଦୋଳନରୁ ଉତ୍ପନ୍ନ ନୂଆ ରାଜନୈତିକ ଶକ୍ତି ମଧ୍ୟରେ ତିକ୍ତତା ବଢ଼ିପାରେ।
3. ଶେଖ୍ ହସିନାଙ୍କ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ପୂର୍ବରୁ ରାଜନୈତିକ ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି।
4. ବ୍ରିଟେନରେ ରହୁଥିବା ବାଂଲାଦେଶୀ ପ୍ରବାସୀଙ୍କ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ହୋଇପାରେ।
