ମାଲବୀୟ ହଟିବା ପରେ ମଧୁ କାହିଁକି ଖୁସି..
ମାଲବୀୟଙ୍କୁ ହଟାଇବା ପରେ ସବୁଠୁ ଖୁସିଜାହିର କରିଛନ୍ତି ମଧୁ କିଶ୍ୱର। ମାଲବୀୟଙ୍କ ନେତୃତ୍ୱରେ ଚାଲିଥିବା ଆଇଟି ସେଲ୍ ତାଙ୍କୁ ଓ ଅନ୍ୟ ସମାଲୋଚକଙ୍କୁ ଟ୍ରୋଲ କରିବା, ସେମାନଙ୍କ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କରୁଥିବାର ଗମ୍ଭୀର ଆରୋପ ଲଦିଛନ୍ତି।

ବିଜେପି ଆଇଟି ସେଲ ମୁଖ୍ୟ ପଦରୁ କାହିଁକି ଅମିତ ମାଲବୀୟଙ୍କୁ ହଟାଇଦେଲା ଦଳ। ବିଜେପି ନିଜର ନୂଆ ରାଷ୍ଟ୍ରୀୟ ଟିମ୍ ଘୋଷଣା ସହ ପାର୍ଟିର ଡିଜିଟାଲ ରାଜନୀତିରେ ବି ବଡ଼ ପରିବର୍ତ୍ତନ ହୋଇଥିଲା। ୨୦୧୫ରୁ ଆଇଟି ଓ ସୋସିଆଲ ମିଡିଆ ବିଭାଗର କମାଣ୍ଡ ସମ୍ଭାଳି ଆସୁଥିବା ମାଲବୀୟଙ୍କ ଜାଗାରେ ଛତିଶଗଡ଼ର ଦୀପକ ମହସକେଙ୍କୁ ଦାୟିତ୍ୱ ମିଳିଛି। ଅମିତଙ୍କୁ ହଟାଇବା ପଛରେ ଅନେକ ଆକଳନ ଆରମ୍ଭ ହୋଇଥିଲା। ହେଲେ ଏବେ ଆସିଛି ଏହା ପଛର ଅସଲ କାହାଣୀ। ବିଜେପିର ଡିଜିଟାଲ ମେସିନାରୀର ପ୍ରମୁଖ ଚେହେରା ଥିଲେ ଅମିତ ମାଲବୀୟ। ଗଲା ସୋମବାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନିଜର ନୂଆ ଟିମ୍ ଘୋଷଣା କରିଥିଲେ। ଆଲୋଚନା ହେଉଥିଲା, କଂଗ୍ରେସ ଓ ବିରୋଧୀଙ୍କ ପକ୍ଷରୁ ବଢ଼ୁଥିବା ଚ୍ୟାଲେଞ୍ଜ୍ ମାଲବୀୟଙ୍କୁ ଛୁଟି କରିଦେଲା କି। ଜେନ୍ -ଜିର ବଦଳୁଥିବା ଡିଜିଟାଲ ପସନ୍ଦ ବିଜେପିର ରଣନୀତିକୁ ବଦଳାଇବାକୁ ବାଧ୍ୟ କରିଛି କି। ନା ଏହା କେବଳ ଲମ୍ୱା ସମୟ ଧରି ଚାଲିଥିବା ସଂଗଠନାତ୍ମକ ପ୍ରକ୍ରିୟାର ପରିଣତି। ଗଲା ୧୧ ବର୍ଷ ଧରି ଆଇଟି ଓ ସୋସିଆଲ ମିଡିଆ ସେଲ୍ ସମ୍ଭାଳୁଥିବା ମାଲବୀୟ କୁଆଡ଼େ ନିଜ ଦାୟିତ୍ୱରୁ ମୁକ୍ତ ହେବାକୁ ନିଜ ଆଡ଼ୁ ଇଛା ଜାହିର କରିଥିଲେ। ୨୦୧୯ ଓ ୨୦୨୪ ଲୋକସଭା ଫଳାଫଳ ପରେ ଶୀର୍ଷ ନେତୃତ୍ୱଙ୍କ ଆଗରେ ତାଙ୍କର ଭୂମିକାକୁ ନେଇ ଚର୍ଚ୍ଚା ଚାଲିଥିଲା। ମାଲବୀୟଙ୍କୁ ହଟାଇବା ପରେ ସବୁଠୁ ଖୁସିଜାହିର କରିଛନ୍ତି ମଧୁ କିଶ୍ୱର। ମାଲବୀୟଙ୍କ ନେତୃତ୍ୱରେ ଚାଲିଥିବା ଆଇଟି ସେଲ୍ ତାଙ୍କୁ ଓ ଅନ୍ୟ ସମାଲୋଚକଙ୍କୁ ଟ୍ରୋଲ କରିବା, ସେମାନଙ୍କ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କରୁଥିବାର ଗମ୍ଭୀର ଆରୋପ ଲଦିଛନ୍ତି। ଏପ୍ରିଲ ୨୦୨୬ରେ ଏକ ଭ୍ରମାତ୍ମକ ଭିଡ଼ିଓର ପ୍ରଚାର କରିଥିବାରୁ ମଧୁଙ୍କ ବିରୁଦ୍ଧରେ ଏତଲା ରୁଜୁ ହୋଇଥିଲା। ଏହାକୁ ତାଙ୍କ ବିରୁଦ୍ଧରେ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଥିଲେ ମଧୁ।
