ପ୍ରେସକ୍ଲବରେ ମୋଦି ଚାଳିଶା- ଜୟ ଜୟ ମୋଦିରେ କମ୍ପିଲା ପରିସର
ସମସ୍ତେ ଗୋଟିଏ ସ୍ୱରରେ ଜୟ ଜୟ ମୋଦି, ହର ହର ମୋଦିର ନାରାକୁ ବାରମ୍ୱାର ଦୋହରାଇଥିଲେ। ଏମାନଙ୍କ ଭିତରେ ଜଣେ ପୁରୁଷ ଓ ଜଣେ ମହିଳା ଗେରୁଆ ବସ୍ତ୍ର ପରିଧାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏଭଳି ଅନେକ ଭକ୍ତିର ମାମଲା ପୂର୍ବରୁ ବି ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ମନ୍ଦିର ତିଆରି କରିବା କଥା ବି ସାମ୍ନାକୁ ଆସିଥିଲା।

ଦିଲ୍ଲୀ ପ୍ରେସକ୍ଲବରେ ମୋଦି ଚାଳିଶା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଭୂ ଶ୍ରୀରାମଙ୍କ ଅବତାରରେ ସଜାଇ ମୋଦି ଚାଳିଶା ପାଠର ଭିଡ଼ିଓ ଭାଇରାଲ ହୋଇଛି। ଦିଲ୍ଲୀର କନଷ୍ଟିଚ୍ୟୁସନ ପ୍ରେସକ୍ଲବରେ ବିହାର ଟ୍ରାନ୍ସଜେଣ୍ଡର ଓ୍ୱେଲଫେୟାର ବୋର୍ଡ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇ ଏଭଳି ଚାଳିଶା କରିଥିବା କୁହାଯାଉଛି। ମୋଦି ଚାଳିଶା ପାଠ ସହ ତାଙ୍କର ଆଳତୀ କରିଥିଲେ। ଜୟ ଜୟ ମୋଦି ସ୍ୱରରେ କମ୍ପିଥିଲା ପ୍ରେସକ୍ଲବ ପରିସର। ଏହି ୨୩ ସେକେଣ୍ଡର ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓରେ ମୋଟ୍ ୫ରୁ ୬ଜଣ ଲୋକ ଦେଖାଯାଉଛନ୍ତି। ସମସ୍ତେ ଗୋଟିଏ ସ୍ୱରରେ ଜୟ ଜୟ ମୋଦି, ହର ହର ମୋଦିର ନାରାକୁ ବାରମ୍ୱାର ଦୋହରାଇଥିଲେ। ଏମାନଙ୍କ ଭିତରେ ଜଣେ ପୁରୁଷ ଓ ଜଣେ ମହିଳା ଗେରୁଆ ବସ୍ତ୍ର ପରିଧାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏଭଳି ଅନେକ ଭକ୍ତିର ମାମଲା ପୂର୍ବରୁ ବି ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ମନ୍ଦିର ତିଆରି କରିବା କଥା ବି ସାମ୍ନାକୁ ଆସିଥିଲା। ବିହାରର ରାଜଧାନୀ ପାଟନାରେ ପ୍ରଧାନମନ୍ତ୍ରୀଙ୍କ ମନ୍ଦିର ତିଆରି କରିବାକୁ ପ୍ରସ୍ତାବ ରଖାଯାଇଥିଲା। ଏହି ପ୍ରସ୍ତାବ ବିହାର ରାଜ୍ୟ କିନ୍ନର କଲ୍ୟାଣ ବୋର୍ଡ ବୈଠକରେ ରଖାଯାଇଥିଲା। ବୋର୍ଡ ସଦସ୍ୟ ରାଜନ ସିଂ କହିଥିଲେ, କିନ୍ନର ସମାଜ ପାଇଁ କୌଣସି ଅଲଗା ଆରାଧ୍ୟ ବା ସମର୍ପିତ ମନ୍ଦିର ନାହିଁ। ସେଥିଲାଗି କିନ୍ନର ସମାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ଆରାଧ୍ୟ ଦେବତା ମାନୁଛି। ପାଟନାରେ ତାଙ୍କ ନାଁରେ ଭବ୍ୟ ମନ୍ଦିର କରିବା ଜରୁରୀ।
