ମଣିପୁରରେ ୩ ଦିନ ସ୍କୁଲ-କଲେଜ ବନ୍ଦ, NRC ଦାବିରେ ତେଜିଲା ଆନ୍ଦୋଳନ
ମଣିପୁରରେ ପୁଣି ତେଜିଛି ଆନ୍ଦୋଳନ । NRC ଅପଡେଟ୍ ଦାବିରେ ୪୮ ଘଣ୍ଟିଆ ବନ୍ଦ ଡାକରେ ଅଶାନ୍ତ ହୋଇଛି ରାଜ୍ୟର ବିଭିନ୍ନ ଅଞ୍ଚଳ । ପ୍ରତିବାଦକାରୀମାନେ ରାଲି କରିବା ସହ ରାଜନେତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦ରୁ ୨୨ ତାରିଖ ଯାଏଁ ସମସ୍ତ ସ୍କୁଲ, କଲେଜ ଓ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି ସରକାର । ଆନ୍ଦୋଳନକାରୀଙ୍କ ପକ୍ଷରୁ ଗୁରୁବାରଠାରୁ ସରକାରୀ କାର୍ଯ୍ୟାଳୟ ବହିଷ୍କାର ଡାକରା ଦିଆଯାଇଛି ।
ମଣିପୁରରେ ପୁଣି ଥରେ ତେଜିଛି ଆନ୍ଦୋଳନ। ବର୍ତ୍ତମାନର ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ମଣିପୁର ସରକାର ଘୋଷଣା କରିଛନ୍ତି। Campaign for Just and Fair Delimitation (JFD) ପକ୍ଷରୁ ଚାଲିଥିବା ୪୮ ଘଣ୍ଟିଆ ସାଧାରଣ ବନ୍ଦର ଦ୍ୱିତୀୟ ଦିନରେ ଉପତ୍ୟକା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରତିବାଦ, ରାଲି ଓ ରାଜନେତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
JFDର ମୁଖ୍ୟ ଦାବି ହେଉଛି Census ପୂର୍ବରୁ National Register of Citizens (NRC) ଅପଡେଟ୍ କରାଯାଉ। ଏହାସହ ବିସ୍ଥାପିତ ଲୋକମାନେ ନିଜ ନିଜ ଜନ୍ମସ୍ଥାନକୁ ଫେରିବା ପର୍ଯ୍ୟନ୍ତ Census କରାନଯାଉ ବୋଲି ମଧ୍ୟ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଇମ୍ଫାଲ ଇଷ୍ଟର ଖୁରାଇ ଲାମଲଙ୍ଗ ଅଞ୍ଚଳରେ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ Y. Khemchand Singh ଓ ଗୃହମନ୍ତ୍ରୀ Govindas Konthoujamଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଗୁରୁବାରଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବହିଷ୍କାର କରିବାକୁ JFD ଘୋଷଣା କରିଛି।
