ବନ୍ଦେ ମାତରମକୁ ନେଇ ରାଜନୀତି ଦୁଇ ସ୍ତବକରେ କଂଗ୍ରେସ, ଗର୍ଜିଲା ବିଜେପି
ବନ୍ଦେ ମାତରମକୁ ନେଇ ପୁଣି ତେଜିଲା ରାଜନୀତି। କଂଗ୍ରେସର ଦୁଇ ସ୍ତବକ ଗାଇବା ନିଷ୍ପତ୍ତିକୁ ନେଇ ବିଜେପିର ଜୋରଦାର ବିରୋଧ। ଅମିତ ଶାହ କହିଲେ—ଦେଶ ବିରୋଧୀ ନିଷ୍ପତ୍ତି। ଅନ୍ୟପଟେ କଂଗ୍ରେସ କହୁଛି—ଏହା ୧୯୩୭ର ଐତିହାସିକ ନିଷ୍ପତ୍ତିର ଅନୁସରଣ। ତେବେ କାହିଁକି ଦୁଇ ସ୍ତବକକୁ ନେଇ ଏତେ ବଡ଼ ବିବାଦ?
N
By Namita PattanaikPublished: Aug 20, 2026, 07:26 PM •1 min read •3 Views
ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’କୁ ନେଇ ଦେଶରେ ପୁଣି ତୀବ୍ର ହୋଇଛି ରାଜନୈତିକ ବିବାଦ। କଂଗ୍ରେସ କାର୍ଯ୍ୟସମିତି (CWC) ଦଳୀୟ କାର୍ଯ୍ୟକ୍ରମରେ ବନ୍ଦେ ମାତରମର କେବଳ ପ୍ରଥମ ଦୁଇଟି ସ୍ତବକ ଗାଇବା ନିଷ୍ପତ୍ତିରେ କାଏମ ରହିଛି। ଦଳ ଏଥିପାଇଁ ୧୯୩୭ ମସିହାରେ ନିଆଯାଇଥିବା କଂଗ୍ରେସ ନିଷ୍ପତ୍ତିକୁ ଆଧାର କରିଛି। କଂଗ୍ରେସର ଏହି ନିଷ୍ପତ୍ତିକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ଦେଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ‘ଦେଶ ବିରୋଧୀ ନିଷ୍ପତ୍ତି’ ବୋଲି ସମାଲୋଚନା କରିଛନ୍ତି। ବିଜେପି ଅଧ୍ୟକ୍ଷ ନିତିନ ନବୀନ ମଧ୍ୟ କଂଗ୍ରେସକୁ ‘ନୂଆ ମୁସଲିମ୍ ଲିଗ୍’ ବୋଲି ଆକ୍ଷେପ କରିଛନ୍ତି। ବିଜେପିର ଅଭିଯୋଗ, କଂଗ୍ରେସ ଜାତୀୟ ଭାବନା ସହ ସାଲିସ କରୁଛି। ଅନ୍ୟପଟେ, କଂଗ୍ରେସ ନିଜ ନିଷ୍ପତ୍ତିକୁ ଐତିହାସିକ ପରମ୍ପରା ସହ ଯୋଡ଼ିଛି। ଦଳର ଯୁକ୍ତି ହେଉଛି, ୧୯୩୭ର ନିଷ୍ପତ୍ତି ଅନୁସାରେ ଦଳୀୟ କାର୍ଯ୍ୟକ୍ରମରେ ପ୍ରଥମ ଦୁଇ ସ୍ତବକ ହିଁ ଗାଇବାର ପରମ୍ପରା ରହିଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
