ମ୍ୟାରେଜମଣ୍ଡପ ଆଗରେ ଡବଲ ମର୍ଡର
ସୁନୀଲଙ୍କ ଶାଶୁ ସମ୍ପୂର୍ଣ୍ଣମାଙ୍କୁ ଖବର ମିଳିଥିଲା। ସୁନୀଲ ସହ ଝିଅର ବାହାଘର କରାଇଥିବା ମୁନିରତ୍ନମ ଓ ମଣିକାନ୍ତାଙ୍କୁ ସୂଚନା ଦେଇଥିଲେ। ଏହା ପରେ ମ୍ୟାରେଜ ମଣ୍ଡପରେ ଏହି ଦୁଇ ଜଣ ପହଞ୍ଚି ସୁନୀଲଙ୍କ ରାସ୍ତା ରୋକିଥିଲେ।

ମନ୍ଦିରମାଳିନୀ ସହର ତିରୁପତିରେ ଡବଲ ମର୍ଡର। ରକ୍ତରଞ୍ଜିତ ହେଲା ବିବାହ ସମାରୋହ। ପାରିବାରିକ ବିବାଦରୁ ଦୁଇ ଜଣଙ୍କୁ ଛୁରୀ ଭୂଷି ହତ୍ୟା। ମର୍ଡର କରିବା ପରେ ଅଭିଯୁକ୍ତ ଚମ୍ପଟ ମାରିଥିଲେ ହେଁ ପୁଲିସ ସେମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ରାତି ସାଢ଼େ ୯ଟାର ଘଟଣା। ୟେରପେଡ଼ୁ ମଣ୍ଡଳର ଜଙ୍ଗଲପଲ୍ଲୀ ଗାଁର ସୁନୀଲ ଦୀର୍ଘ ବର୍ଷ ହେଲା ନିଜ ପତ୍ନୀଙ୍କଠୁ ଅଲଗା ରହୁଥିଲେ। ବୁଧବାର ରାତିରେ ପଦ୍ମାବତୀ କଲ୍ୟାଣମଣ୍ଡପରେ ଏକ ବିବାହ ସମାରୋହକୁ ବାହାରିଥିଲେ। ସୁନୀଲଙ୍କ ଶାଶୁ ସମ୍ପୂର୍ଣ୍ଣମାଙ୍କୁ ଖବର ମିଳିଥିଲା। ସୁନୀଲ ସହ ଝିଅର ବାହାଘର କରାଇଥିବା ମୁନିରତ୍ନମ ଓ ମଣିକାନ୍ତାଙ୍କୁ ସୂଚନା ଦେଇଥିଲେ। ଏହା ପରେ ମ୍ୟାରେଜ ମଣ୍ଡପରେ ଏହି ଦୁଇ ଜଣ ପହଞ୍ଚି ସୁନୀଲଙ୍କ ରାସ୍ତା ରୋକିଥିଲେ। ପତ୍ନୀଙ୍କୁ କାହିଁକି ନିର୍ଯାତନା ଦେଲୁ କହି ବଚସା ଆରମ୍ଭ ହେଲା। ଧୀରେ ଧୀରେ ଏ ବିବାଦରେ ସୁନୀଲର ସମ୍ପର୍କୀୟ ବି ସାମିଲ୍ ହୋଇଗଲେ। ଝଗଡ଼ା ଏତେ ବଢ଼ିଥିଲା ଯେ, ଅଭିଯୁକ୍ତମାନେ ମୁନିରତ୍ନମା ଓ ମଣିକାନ୍ତାକୁ ଛୁରୀ ଭୁଷିଦେଲେ। ଆଉ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଘଟଣାସ୍ଥଳରେ ମୁନିରତ୍ନମର ମୃତ୍ୟୁ ହୋଇଥିଲା ବେଳେ ମଣିକାନ୍ତାଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ତିରୁପତିରୁ ଅଭିଯୁକ୍ତ ଫେରାର ପୂର୍ବରୁ ପୁଲିସ ସେମାନଙ୍କୁ ଧରିଥିଲା।
