Villagers Locked School:ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ, ତଦନ୍ତ ଦାବି କଲେ ଗ୍ରାମବାସୀ
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବାଁସଦା ସ୍କୁଲରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ତେଜିଲା ଅସନ୍ତୋଷ। ସ୍କୁଲର ସମସ୍ୟା ସମାଧାନ ଦାବିରେ ଏକଜୁଟ୍ ହୋଇ ଗ୍ରାମବାସୀମାନେ ସ୍କୁଲରେ ତାଲା ପକେଇଛନ୍ତି |
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବାଁସଦା ସ୍କୁଲରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ତେଜିଲା ଅସନ୍ତୋଷ। ସ୍କୁଲର ସମସ୍ୟା ସମାଧାନ ଦାବିରେ ଗ୍ରାମବାସୀମାନେ ଏକଜୁଟ୍ ହୋଇ ସ୍କୁଲରେ ତାଲା ପକାଇଥିବା ଜଣାପଡ଼ିଛି | ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପରୀକ୍ଷା ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଠିକ୍ ସମୟରେ ପାଠ୍ୟପୁସ୍ତକ ମିଳୁନାହିଁ। ଫଳରେ ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହେଉଛି । ସେହିପରି ସ୍କୁଲରେ ମଧ୍ୟାହ୍ନ ଭୋଜନ ଠିକ୍ ସମୟରେ ଦିଆଯାଉନଥିବା ସହ ଖାଦ୍ୟର ମାନକୁ ନେଇ ମଧ୍ୟ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି | ଏହାଛଡ଼ା ପାନୀୟ ଜଳ, ପାଇଖାନା ଭଳି ମୌଳିକ ସୁବିଧା ନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ସ୍କୁଲରେ ଆବଶ୍ୟକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ସ୍କୁଲର ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରିଛନ୍ତି । ଘଟଣା ସମ୍ପର୍କରେ ସମ୍ପୃକ୍ତ ଶିକ୍ଷା ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ। ଗ୍ରାମବାସୀଙ୍କ ଆଣିଥିବା ଅଭିଯୋଗର ସତ୍ୟତା ବିଭାଗୀୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

