Villagers carry dead body across river: ପୋଲ ନଥିବାରୁ ଶବକୁ କାନ୍ଧରେ ବୋହି ନଦୀ ପାର
ଗୋଟିଏ ପଟେ ଲଗାଣ ବର୍ଷା, ଅନ୍ୟପଟେ ଉଛୁଳା ବାସୁଖି ନଦୀ। ଏହି ନଦୀ ଉପରେ ପୋଲ ନଥିବାରୁ ଜୀବିତ ଲୋକଙ୍କ ଯାତାୟାତ କଷ୍ଟକର ହୋଇପଡିଥିବା ବେଳେ, ମୃତ୍ୟୁ ପରେ ମଧ୍ୟ ମିଳୁନି ସହଜ ରାସ୍ତା।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତ ଅନ୍ତର୍ଗତ ଦେବଶଣ୍ଡଗୁଡ଼ା ଗ୍ରାମରେ ଏକ ଦୁଃଖଦ ଓ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି | ଗୋଟିଏ ପଟେ ଲଗାଣ ବର୍ଷା, ଅନ୍ୟପଟେ ଉଛୁଳା ବାସୁଖି ନଦୀ। ଏହି ନଦୀ ଉପରେ ପୋଲ ନଥିବାରୁ ଜୀବିତ ଲୋକଙ୍କ ଯାତାୟାତ କଷ୍ଟକର ହୋଇପଡିଥିବା ବେଳେ, ମୃତ୍ୟୁ ପରେ ମଧ୍ୟ ମିଳୁନି ସହଜ ରାସ୍ତା। ସୂଚନା ଅନୁଯାୟୀ, ଦେବଶଣ୍ଡଗୁଡ଼ା ଗ୍ରାମର ପାତେଖରା ନାମକ ଜଣେ ଵୃଦ୍ଧା ମହିଳା ଙ୍କ ସୋମବାର ସନ୍ଧ୍ଯା ରେ ମୃତ୍ଯୁ ହୋଇଥିଲା । ମଙ୍ଗଳ ବାର ବନ୍ଧୁ ବାନ୍ଧବ ପହଁଚିବା ପରେ ତାଙ୍କ ଶଵ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଓ ଶବ ସତ୍କାର ପାଇଁ ବାସୁଖି ନଦି ପାର ହୋଇ ଶଵ କୁ ଶ୍ମଶାନ କୁ ନିଆଯାଇ ଥିଲା | ଗତ ଦୁଇ ଦିନ ତଳେ ମଧ୍ଯ ସେହି ଗ୍ରାମର ବାସୁଖରା ଙ୍କ ଦେହାନ୍ତ ପରେ ସେହି ବାସୁଖି ନଦି ପାର ହୋଇ ଶଵ କୁ ଶ୍ମଶାନ ନେଇ ଅନ୍ତିମ ସଂସ୍କାର କରାଯାଇ ଥିଲା | ଆଜି ପୁଣି ଉଛଳା ବାସୁଖି ନଦି ଦୁଇ ପାର୍ଶ୍ୱ ରେ ରଶି ବାନ୍ଧି ପାର ହେଵାର ଦେଖିବାକୁ ମିଳିଛି | ବାସୁଖି ନଦୀ ଉପରେ ପୋଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି। ତେବେ ମଞ୍ଜୁରୀ ପରେ ନିର୍ମାଣ କାମ କେବେ ଆରମ୍ଭ ହେବ ଏବଂ କେବେ ଏହି ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦୁର୍ଦ୍ଦଶା ଦୂର ହେବ, ତାହାକୁ ନେଇ ଅପେକ୍ଷାରେ ଅଛନ୍ତି ଦେବଷଣ୍ଡଗୁଡ଼ା ବାସୀ। ପୋଲ ନିର୍ମାଣ ନହେବା ପର୍ଯ୍ୟନ୍ତ ଆଉ କେତେ ମୃତଦେହ ଏମିତି କାନ୍ଧରେ ବୋହି ଉଛୁଳା ବାସୁଖି ନଦୀ ପାର କରି ଶ୍ମଶାନକୁ ନେବାକୁ ପଡ଼ିବ ପ୍ରଶ୍ନବାଚୀ ସୃଷ୍ଟି କରିଛି |
